ପାଞ୍ଚ ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟlଇନରେ ରଖିଲେ ତହସିଲଦାର

Published: Apr 22, 2020, 7:01 pm IST

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ନିକଟରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକଙ୍କୁ ମାର୍ଶାଘାଇ ତହସିଲଦାର ଉଦ୍ଧାର କରିଛନ୍ତି। ଉଦ୍ଧାର ଶ୍ରମିକ ମାନେ ପାରାଦ୍ୱୀପରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁର ବୋଲି ଜଣାପଡିଛି। ଉଦ୍ଧାର କରିବା ପରେ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ଆଜି ସକାଳୁ ପାରାଦ୍ବୀପରୁ ସାଇକେଲରେ ମେଦିନାପୁର ଅଞ୍ଚଳକୁ ବାହାରି ଥିବା ବେଳେ ମାର୍ଶାଘାଇ ଥାନା ଅଞ୍ଚଳର ହଜାରୀ ଛକ ନିକଟରେ ପହଞ୍ଚିଥିଲେ। ଏହି ଶ୍ରମିକ ମାନେ ସାଇକେଲରେ କିଛି ଜିନିଷ ବାନ୍ଧି ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସନ୍ଦେହ କରି ମାର୍ଶାଘାଇ ଥାନା ଓ ମାର୍ଶାଘାଇ ତହସିଲଦାରଙ୍କୁ ଖବର ଦେଇଥିଲେ। ଖବରପାଇ ତହସିଲଦାର ଓ ମାର୍ଶାଘାଇ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ସେଠାରୁ ଅଟକାଇ ହିନ୍ଦୁଳିଆ ପଞ୍ଚାୟତର ମାଣତୀର ଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ନେଇ ଥିଲେ । କରୋନା ଭୟାବହତାରୁ ରକ୍ଷା ମିଳିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ସିଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜଗସିଂହପୁର ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ କାମ କରୁଥିବା ମେଦିନାପୁର ଅଞ୍ଚଳର ଶ୍ରମିକ କିପରି ଜଗସିଂହପୁର ଜିଲ୍ଲା ପାରିହୋଇ କେନ୍ଦ୍ରାପଡାରେ ପହଞ୍ଚିଲେ ସେଥିନେଇ ପ୍ରଶ୍ନ ଉଠିଛି।

Related posts