Categories
ଆଜିର ଖବର ମନୋରଂଜନ ସିନେମା

ସୁଶାନ୍ତ ହତ୍ୟା ମାମଲା: କ୍ଵାରେଣ୍ଟିନରୁ ବାହାରିଲେ ପାଟନା ଏସପି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ଆସିଥିବା ବିହାର ଏସପି ବିନୟ ତିୱାରୀ କ୍ଵାରେଣ୍ଟିନରୁ ମୁକ୍ତ ହୋଇଛନ୍ତି। କ୍ଵାରେଣ୍ଟିନ ରୁ ମୁକ୍ତ ହେବା ପରେ ପାଟନା ଅଭିମୁଖେ ବାହାରିବେ ପାଟନା ଏସପି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ମୁମ୍ବାଇ ଆସିଥିବାବେଳେ ତାଙ୍କୁ ଜବରଦସ୍ତି କ୍ଵାରେଣ୍ଟିନରେ ରଖାଯାଇଥିଲା। କ୍ଵାରେଣ୍ଟିନରୁ 5 ଦିନ ରହିବା ପରେ ବିହାର ଏସପି କ୍ଵାରେଣ୍ଟିନରୁ ବାହାରିଛନ୍ତି। ତେବେ ସେ ରିଟର୍ନ ଟିକେଟ ଦେଖେଇବା ପରେ ତାଙ୍କୁ ବିଏମସି କ୍ଵାରେଣ୍ଟିନରୁ ମୁକ୍ତ କରିଛି।

ଅପର ପାଖରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ସିବିଆଇ ତଦନ୍ତ ଆରମ୍ବ କରିଛି। ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ଇଡ଼ିର ରିୟାଙ୍କୁ ସମନ ଜାରି କରିଛି। ଆଜି ରିୟା ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବେ। ବିହାର ପୁଲିସ୍‌ର ତଦନ୍ତ ଆଧାରରେ ରିୟା ଓ ତାଙ୍କର ସହଯୋଗୀଙ୍କୁ ଟଙ୍କା କାରବାର ଉପରେ ଇଡି ପଚରାଉଚରା କରିବ। ନିକଟରେ ସୁଶାନ୍ତଙ୍କ ଘର ମ୍ୟାନେଜର୍‌ ଙ୍କୁ ବି ଇଡି ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେର୍‌ଫେର୍‌ ନେଇ ଇଡି ଯାଞ୍ଚ କରୁଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ବାରେଣ୍ଟାଇନ୍‌ରେ ଭୁବନେଶ୍ବର ଏମ୍ସର 4 ଡାକ୍ତର

ଭୁବନେଶ୍ବର : କ୍ବାରେଣ୍ଟାଇନ୍‌ରେ ରହିବେ ଭୁବନେଶ୍ବର ଏମ୍ସର 4 ଡାକ୍ତର । ବାଧ୍ୟତାମୂଳକ ଭାବରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 4 ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାଞ୍ଚ ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟlଇନରେ ରଖିଲେ ତହସିଲଦାର

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ନିକଟରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକଙ୍କୁ ମାର୍ଶାଘାଇ ତହସିଲଦାର ଉଦ୍ଧାର କରିଛନ୍ତି। ଉଦ୍ଧାର ଶ୍ରମିକ ମାନେ ପାରାଦ୍ୱୀପରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁର ବୋଲି ଜଣାପଡିଛି। ଉଦ୍ଧାର କରିବା ପରେ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ଆଜି ସକାଳୁ ପାରାଦ୍ବୀପରୁ ସାଇକେଲରେ ମେଦିନାପୁର ଅଞ୍ଚଳକୁ ବାହାରି ଥିବା ବେଳେ ମାର୍ଶାଘାଇ ଥାନା ଅଞ୍ଚଳର ହଜାରୀ ଛକ ନିକଟରେ ପହଞ୍ଚିଥିଲେ। ଏହି ଶ୍ରମିକ ମାନେ ସାଇକେଲରେ କିଛି ଜିନିଷ ବାନ୍ଧି ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସନ୍ଦେହ କରି ମାର୍ଶାଘାଇ ଥାନା ଓ ମାର୍ଶାଘାଇ ତହସିଲଦାରଙ୍କୁ ଖବର ଦେଇଥିଲେ। ଖବରପାଇ ତହସିଲଦାର ଓ ମାର୍ଶାଘାଇ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ସେଠାରୁ ଅଟକାଇ ହିନ୍ଦୁଳିଆ ପଞ୍ଚାୟତର ମାଣତୀର ଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ନେଇ ଥିଲେ । କରୋନା ଭୟାବହତାରୁ ରକ୍ଷା ମିଳିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ସିଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜଗସିଂହପୁର ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ କାମ କରୁଥିବା ମେଦିନାପୁର ଅଞ୍ଚଳର ଶ୍ରମିକ କିପରି ଜଗସିଂହପୁର ଜିଲ୍ଲା ପାରିହୋଇ କେନ୍ଦ୍ରାପଡାରେ ପହଞ୍ଚିଲେ ସେଥିନେଇ ପ୍ରଶ୍ନ ଉଠିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ବାରାଣ୍ଟାଇନ୍‌ରେ ଯାଜପୁରର 3 ଡାକ୍ତର ଏବଂ 19 ନର୍ସ

ଯାଜପୁର : ଯାଜପୁରରୁ ଗତକାଲି ଚିହ୍ନଟ କରୋନା 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି 5 ଜଣ ବ୍ୟକ୍ତି ଯାଇଥିବା ବିଭିନ୍ନ ଡାକ୍ତରଖାନାର 3 ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । 3 ଡାକ୍ତରଙ୍କ ବ୍ୟତିତ 19 ଜଣ ନର୍ସଙ୍କୁ ମଧ୍ୟ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଡାକ୍ତର ଏବଂ ନର୍ସ ମାନଙ୍କର ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କୁହାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ମଦ ନମିଳିବାରୁ ପୋଲିସ୍‌ ଉପରକୁ ଛେପ କାଢି କ୍ବାରାଣ୍ଟାଇନ୍‌ ହୋମ୍‌ ଛାଡିଲେ ଯୁବକ

ପୁନେ : କ୍ବାରେଣ୍ଟାଇନ୍‌ ହୋମରୁ ପଳାୟନ କରିଛନ୍ତି ଜଣେ ଯୁବକ । ତେବେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କ୍ବାରାଣ୍ଟାଇନ୍‌ ହୋମ୍‌ରେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ନମିଳିବାରୁ ଯୁବକ ଯୁବକ ଜଣକ ସେଣ୍ଟର ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ପଳାଉଥିବା ବେଳେ ପୋଲିସ୍‌ ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସ୍‌ ଅଟକାଇବା ସମୟରେ ଯୁବକ ଜଣକ ପୋଲିସ୍‌କୁ ଆକ୍ରମଣ କରିବା ସହିତ ଛେପ ପକାଇଥିଲା । ଏହି ଘଟଣା ପରେ ପୋଲିସ୍‌ ଉକ୍ତ ଯୁବକକୁ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ତେବେ ପୋଲିସ୍‌କୁ ଆକ୍ରମଣ ନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ । କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ପାଇଁ ମାମଲା ରୁଜୁ କରାଯାଇଥିବା ନେଇ ଇନ୍ସପେକ୍ଟର ପ୍ରତିଭା ଯୋଶୀ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲା 45 ଦିନର ଶିଶୁ : କ୍ବାରାଣ୍ଟାଇନ୍‌ରେ 30 ଜଣ ବ୍ୟକ୍ତି

ନୂଆଦିଲ୍ଲୀ : କରୋନା ପ୍ରଭାବରେ ଜଣେ 45 ଦିନର ଶିଶୁ ପ୍ରାଣ ହରାଇଥିବା ବେଳେ ଶିଶୁ ସଂସ୍ପର୍ଶରେ ଆସିଥିବା 30 ଜଣ ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ଦିଲ୍ଲୀ ସ୍ଥିତ ଲେଡି ହର୍ଡିଂ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ 6 ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶିଶୁ ସଂସ୍ପର୍ଷରେ ଆସିଥିବା 30 ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ଏହା ସହିତ ଏହି ଦେଶର ସର୍ବକନିଷ୍ଠ କରୋନା ଆକ୍ରାନ୍ତ ଭାବରେ ଏହି ଶିଶୁଟି ପ୍ରାଣ ହରାଇଛି । ଶିଶୁଟିର ଚିକିତ୍ସା କରିଥିବା 2 ଡାକ୍ତର ଏବଂ 3 ଜଣ ନର୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜଣେ ବ୍ୟକ୍ତି ପାଇଁ କ୍ବାରେଣ୍ଟାଇନ୍‌ରେ ୧୪ ଟି ଗାଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାଉଁରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାଇଁ ୧୪ ଟି ଗାଁକୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ଭବାନୀପୁର ଖାଲି ଅଞ୍ଚଳର ଏକ ମସ୍‌ଜିଦ୍‌ରେ ଅବସ୍ଥାନ କରୁଥିଲେ। ଉକ୍ତ ବ୍ୟକ୍ତି ଜଣକ ଗତ ମାସରେ ନିଜାମୁଦ୍ଦିନ୍‌ ତବଲିଗରେ ଯୋଗ ଦେଇଥିଲେ। ଗତ ଶନିବାର ଦିନ ଉକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣା ପରେ ଉକ୍ତ ବ୍ୟକ୍ତି ଜଣକ ଭ୍ରମଣ କରିଥିବା ୩ କିମି ପରିଧି ଅଞ୍ଚଳକୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା। ଉକ୍ତ ପରିସୀମା ମଧ୍ୟରେ ଆସୁଥିବା ୧୪ ଟି ଗ୍ରାମକୁ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ଜିଲ୍ଲାପାଳ କୁମାର ପ୍ରଶାନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୪ ଟି ଗ୍ରାମକୁ ଜରୁରୀ କାଳୀନ ସାମଗ୍ରୀ ପଠାଯିବା ସହିତ ପରୀକ୍ଷଣ ମଧ୍ୟ କରାଯାଉଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଖାଇବା ମିଳୁନଥିବା ଅଭିଯୋଗ କରି କ୍ବାରାଣ୍ଟାଇନ୍‌ ସେଣ୍ଟରରୁ 16 ଫେରାର

ବୁଲନ୍ଦସହର : କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି 16 ଜଣ ବ୍ୟକ୍ତି । ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରି ଏହି 16 ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଛି । 16 ଜଣ ବ୍ୟକ୍ତି ଏକ ଭିଡିଓ ସୁଟିଂ କରି ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରିବା ସହିତ ପଳାୟନ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ୍‌ ତନ୍ମଧ୍ୟରୁ 11 ଜଣଙ୍କୁ ଧରି ପୁନର୍ବାର କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ 5 ଜଣ ଫେରାର ଅଛନ୍ତି । ଫେରାର ଥିବା ଅନ୍ୟମାନେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନ ପହଞ୍ଚିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ ନିୟମ ଭାଙ୍ଗି ଗାର୍ଲଫ୍ରେଣ୍ଡ୍‌ ସହ କଲେ ସାକ୍ଷାତ, ଏବେ ପରିବାର ସହ କ୍ବାରେଣ୍ଟାଇନ୍‌ରେ ଯୁବକ

ନୋଇଡା : ଦେଶରେ କରୋନା ସଂକ୍ରମଣ ମାମଲା ବେଶ୍‌ ଦ୍ରୁତ ଗତିରେ ବଢିଚାଲିଛି । ଭାରତରେ ଏପର୍ଯ୍ୟନ୍ତ ମୋଟ୍‌ 8,356 ସଂକ୍ରମିତ ହୋଇଥିବାବେଳେ 273 ଜଣଙ୍କର ମୃତ୍ୟୁ ହୋଇସାରିଛି। ଏପର୍ଯ୍ୟନ୍ତ ଏହି ରୋଗର କୌଣସି ନିଦାନ ମିଳିପାରିନାହିଁ । କରୋନା ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି ସୋସିଆଲ୍‌ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ବ । ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି କରାଯାଇଛି ।

ସରକାର ମଧ୍ୟ ଲୋକଙ୍କୁ ଘରେ ରହିବା ପାଇଁ ଅପିଲ୍‌ କରୁଛନ୍ତି । ଲକ୍‌ ଡାଉନ୍‌ ଓ ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ କିଛି ଲୋକେ ଏହି ଆଦେଶକୁ ମାନୁନଥିବାର ଦେଖାଯାଉଛି । ଉତ୍ତରପ୍ରେଦଶର ଗୌତମବୁଦ୍ଧ ନଗରରେ ଜଣେ ଲକ୍‌ ଡାଉନ୍‌ ନିୟମକୁ ଉଲ୍ଲଂଘନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ କରିବା ପରେ ସେ ଏବେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗୌତମବୁଦ୍ଧ ନଗରରେ ରହୁଥିବା ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦେଖା କରିବାକୁ ଯାଇଥିଲେ। ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ ଯୁବକ ଏବଂ ତାଙ୍କ ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଯୁବତୀ ଜଣକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ସମ୍ପର୍କରେ ଯୁବକ ଜଣକ ଆସିଥିବାବେଳେ ଜଣାପଡିଥିଲା । ଏହାପରେ ଯୁବକ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ଆଇସୋଲେଟ୍‌ରେ ରଖାଯାଇଛି ।

ଲକ୍‌ ଡାଉନ୍‌ ସମୟରେ ଦୁହେଁ ଏହି ନିୟମକୁ ନ ମାନି ଦୁହେଁ ଦୁଇଜଣଙ୍କୁ ସାକ୍ଷାତ କରିଥିଲେ। ଏବେ ପୂରା ପରିବାର ଉପରେ କରୋନାର ବିପଦ ଘନେଇଛି । ସରକାରୀ ନିୟମକୁ ଭାଙ୍ଗିବା ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 452ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 5ରେ ପହଞ୍ଚିଛି । ୟୁପିରେ 15ଟିଜିଲ୍ଲାରେ ହଟସ୍ପଟ୍‌ ଚିହ୍ନିତ କରାଯାଇଛି । ଏହି ଅଞ୍ଚଳରେ 10,61,000 ଲୋକ ରୁହନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୧୭ ଜମାତିଙ୍କୁ ଗିରଫ କରି ଜେଲ୍‌ ପଠାଇଲା ପୋଲିସ୍‌

ବାହାରିଚ୍‌: ବିଭିନ୍ନ ଭିସା ନିୟମର ଉଲ୍ଲଂଘନ ଅଭିଯୋଗରେ ୧୭ ତବଲିଗୀ ଜମାତୀଙ୍କୁ ଗିରଫ କରାଯାଇଛି। ଏହି ୧୭ ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ରବିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା। କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି। ସମସ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି। ଏହି ୧୭ ଜଣ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ନାଗରିକ ହୋଇଥିବା ବେଳେ ଭିସା ଏବଂ ପାସପୋର୍ଟ ଆଇନ ଉଲ୍ଲଂଘନ କାରଣରୁ ସମସ୍ତଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ପକ୍ଷରୁ ଆଇପିସିର ଧାରା ୨୬୯, ୨୭୦, ୨୭୧ ଏବଂ ୧୮୮ ସହିତ ମହାମାରୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ସମୟରେ ଜୀବିତଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଯାଉଥିଲେ ଘରକୁ: ଚାଳକ ଗିରଫ, ଅନ୍ୟ ଚାରିଜଣ କ୍ବାରେଣ୍ଟାଇନ୍‌ରେ

ଶ୍ରୀନଗର: କରୋନା ଭାଇରସରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଭାରତକୁ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ଏପ୍ରିଏଲ୍‌୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି।

ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଘରକୁ ନିଆଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସୁରନକୋଟରେ ଧରାପଡ଼ିଥବା ଏହି ଆମ୍ବୁଲାନ୍ସ ଭିତରେ ଜଣେ ଜୀବିତ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଚାରି ଜଣ ବସିଥିଲେ । ମିଛ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେମାନଙ୍କ ପାଖେ ରହିଥିଲା । ପୋଲିସ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରି ଅନ୍ୟ ଚାରି ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଛି । ଏଥି ସହିତ ପୋଲିସ ଆମ୍ବୁଲାନ୍ସ ଓ ମିଛ ମୃତ୍ୟୁ ପ୍ରମାଣପତ୍ରକୁ ମଧ୍ୟ ଜବତ କରିଛି । ପୋଲିସ୍‌ ପାଞ୍ଚ ଜଣଙ୍କ ବିରୋଧରେ ଆଇପିସି ଧାରା 188, 269, 420, 109 ଅନ୍ତର୍ଗତ ମାମଲା ରୁଜୁ କରିଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆଇସୋଲେସନ୍‌ ପାଇଁ ଘରେ ଜାଗା ନଥିବାରୁ ଗଛ ଉପରେ କ୍ବାରେଣ୍ଟାଇନ୍‌ରେ ରହିଲେ ଯୁବକ

ପଶ୍ଚିମବଙ୍ଗ : କରୋନା ମହାମାରୀ ଏବେ ସାରା ବିଶ୍ବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣକୁ ଏଡାଇବା ପାଇଁ ପୀଡ଼ିତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଇତି ମଧ୍ୟରେ ପଶ୍ଚିମବଙ୍ଗର ପୁରଲିଆଠାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳିଛି

ପୁରଲିଆ ବଳରାମପୁର ଅଞ୍ଚଳରେ ଏକ ଗ୍ରାମବାସୀ ଗଛ ଉପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ତାଙ୍କ ପାଖରେ ଆଇସୋଲେସନ୍‌ ପାଇଁ ଅଲଗା ରୁମ୍‌ର ବ୍ୟବସ୍ଥା ନଥିବାରୁ ତାଙ୍କୁ ବିକଳ୍ପ ଭାବରେ 14 ଦିନ ପାଇଁ ଗଛ ଉପରେ କ୍ବାରେଣ୍ଟାଇନରେ ରହିବାକୁ ପଡିଲା । ଏହି ବ୍ୟକ୍ତି ଜଣକ ନିକଟରେ ଚେନ୍ନାଇରୁ ପ୍ରତ୍ୟାବରତ୍ତନ କରିଥିଲେ ।  ଗ୍ରାମବାସୀମାନେ ତାଙ୍କର ଗଛ ଉପରେ କ୍ବାରେଣ୍ଟାଇନର ରହିବାର ଭିଡିଓକୁ ଭାଇରାଲ୍‌ କରିଛନ୍ତି । ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ବେଶ୍‌ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ବାରେଣ୍ଟାଇନରେ ୫୦ ଭାରତୀୟ ଯବାନ

ଭୋପାଲ : ମଧ୍ୟପ୍ରଦେଶରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୫୦ଜଣ ଯବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଟେକନପୁରରେ ରହିଥିବା ତାଲିମ କେନ୍ଦ୍ରରେ ଜଣେ ଅଧିକାରୀ ପଜିଟିଭ୍ ସାବ୍ୟସ୍ତ ହେବାରୁ ସେନା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ବିଏସଏଫ ଡାକ୍ତରୀ ଦଳ ଏହି ସୈନିକମାନଙ୍କ ସ୍ୱାସ୍ଥ୍ୟବସ୍ଥ ଉପରେ ନଜର ରଖିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସଙ୍ଗରୋଧରୁ ଦୂରେଇ ରହିଥିବା ଆଇଏଏସ୍‌ ଅଧିକାରୀ ନିଲମ୍ବିତ

ଥିରୁଅନନ୍ତପୁରମ୍‌ : କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍‌ ଅଫିସରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍‌ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍‌ଦୁଲ୍‌ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।