ସୁଶାନ୍ତ ହତ୍ୟା ମାମଲା: କ୍ଵାରେଣ୍ଟିନରୁ ବାହାରିଲେ ପାଟନା ଏସପି

Published: Aug 7, 2020, 8:30 am IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ଆସିଥିବା ବିହାର ଏସପି ବିନୟ ତିୱାରୀ କ୍ଵାରେଣ୍ଟିନରୁ ମୁକ୍ତ ହୋଇଛନ୍ତି। କ୍ଵାରେଣ୍ଟିନ ରୁ ମୁକ୍ତ ହେବା ପରେ ପାଟନା ଅଭିମୁଖେ ବାହାରିବେ ପାଟନା ଏସପି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ମୁମ୍ବାଇ ଆସିଥିବାବେଳେ ତାଙ୍କୁ ଜବରଦସ୍ତି କ୍ଵାରେଣ୍ଟିନରେ ରଖାଯାଇଥିଲା। କ୍ଵାରେଣ୍ଟିନରୁ 5 ଦିନ ରହିବା ପରେ ବିହାର ଏସପି କ୍ଵାରେଣ୍ଟିନରୁ ବାହାରିଛନ୍ତି। ତେବେ ସେ ରିଟର୍ନ ଟିକେଟ ଦେଖେଇବା ପରେ ତାଙ୍କୁ ବିଏମସି କ୍ଵାରେଣ୍ଟିନରୁ ମୁକ୍ତ କରିଛି।

ଅପର ପାଖରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ସିବିଆଇ ତଦନ୍ତ ଆରମ୍ବ କରିଛି। ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ଇଡ଼ିର ରିୟାଙ୍କୁ ସମନ ଜାରି କରିଛି। ଆଜି ରିୟା ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବେ। ବିହାର ପୁଲିସ୍‌ର ତଦନ୍ତ ଆଧାରରେ ରିୟା ଓ ତାଙ୍କର ସହଯୋଗୀଙ୍କୁ ଟଙ୍କା କାରବାର ଉପରେ ଇଡି ପଚରାଉଚରା କରିବ। ନିକଟରେ ସୁଶାନ୍ତଙ୍କ ଘର ମ୍ୟାନେଜର୍‌ ଙ୍କୁ ବି ଇଡି ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେର୍‌ଫେର୍‌ ନେଇ ଇଡି ଯାଞ୍ଚ କରୁଛି। (ଏଜେନ୍ସି)

Related posts