Categories
ଆଜିର ଖବର

ହରିୟାନା ମୁଖ୍ୟମନ୍ତ୍ରୀଙ୍କୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ଓ ଭଉଣୀ ଭେଟି ମାଗିଲେ ସହଯୋଗ

ନୂଆଦିଲ୍ଲୀ, ଆଜି ହରିୟାନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କୁ ଭେଟିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ଓ ଭଉଣୀ। ଫରିଦାବାଦରେ ଉଭୟ ମନୋହରଙ୍କୁ ସାକ୍ଷାତ କରି ସହଯୋଗ କରିବାକୁ କାମନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ସବୁ ପ୍ରକାରର ସାହାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ଘଟଣାଟି ସିବିଆଇ ତଦନ୍ତ କରୁଥିବାରୁ ଧର୍ଯ୍ୟ ଧରିବା ପାଇଁ ମନୋହର ସେମାନଙ୍କୁ ଜଣାଇଥିଲେ।

ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଇଡିରେ ହାଜର ହୋଇ ତାଙ୍କର ପକ୍ଷ ରଥିଛନ୍ତି। ଏହାପରେ ସିବିଆଇ ମଧ୍ୟ ତାଙ୍କୁ ଖୁବ ଶିଘ୍ର ଜେରା କରିବ ବୋଲି ଜଣାପଡିଛି। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ କୌଣସି ସହଯୋଗ ଦେଇ ଆସୁ ନାହିଁ ବୋଲି ବିହାର ଅଭିଯୋଗ କରିଆସୁଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।

Categories
ଆଜିର ଖବର ମନୋରଂଜନ ସିନେମା

ସୁଶାନ୍ତ ହତ୍ୟା ମାମଲା: କ୍ଵାରେଣ୍ଟିନରୁ ବାହାରିଲେ ପାଟନା ଏସପି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ଆସିଥିବା ବିହାର ଏସପି ବିନୟ ତିୱାରୀ କ୍ଵାରେଣ୍ଟିନରୁ ମୁକ୍ତ ହୋଇଛନ୍ତି। କ୍ଵାରେଣ୍ଟିନ ରୁ ମୁକ୍ତ ହେବା ପରେ ପାଟନା ଅଭିମୁଖେ ବାହାରିବେ ପାଟନା ଏସପି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ମୁମ୍ବାଇ ଆସିଥିବାବେଳେ ତାଙ୍କୁ ଜବରଦସ୍ତି କ୍ଵାରେଣ୍ଟିନରେ ରଖାଯାଇଥିଲା। କ୍ଵାରେଣ୍ଟିନରୁ 5 ଦିନ ରହିବା ପରେ ବିହାର ଏସପି କ୍ଵାରେଣ୍ଟିନରୁ ବାହାରିଛନ୍ତି। ତେବେ ସେ ରିଟର୍ନ ଟିକେଟ ଦେଖେଇବା ପରେ ତାଙ୍କୁ ବିଏମସି କ୍ଵାରେଣ୍ଟିନରୁ ମୁକ୍ତ କରିଛି।

ଅପର ପାଖରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ସିବିଆଇ ତଦନ୍ତ ଆରମ୍ବ କରିଛି। ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ଇଡ଼ିର ରିୟାଙ୍କୁ ସମନ ଜାରି କରିଛି। ଆଜି ରିୟା ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବେ। ବିହାର ପୁଲିସ୍‌ର ତଦନ୍ତ ଆଧାରରେ ରିୟା ଓ ତାଙ୍କର ସହଯୋଗୀଙ୍କୁ ଟଙ୍କା କାରବାର ଉପରେ ଇଡି ପଚରାଉଚରା କରିବ। ନିକଟରେ ସୁଶାନ୍ତଙ୍କ ଘର ମ୍ୟାନେଜର୍‌ ଙ୍କୁ ବି ଇଡି ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେର୍‌ଫେର୍‌ ନେଇ ଇଡି ଯାଞ୍ଚ କରୁଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ବିହାର ଉପମୁଖ୍ୟମନ୍ତ୍ରୀଙ୍କ କଡା ସମାଲୋଚନା

ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧବ ଠାକରେ କଂଗ୍ରେସ ଦ୍ବାରା ପ୍ରାୟୋଜିତ ବଲିଉଡ ମାଫିଆଙ୍କ ଦ୍ବାରା ପରିଚାଳିତ। କଂଗ୍ରେସ ଏନସିପି ପରି ଦଳ ସହିତ ସେ ସାମିଲ ହୋଇ ମାଫିଆ ରାଜ ଚଳାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସାରା ଦେଶର ଲୋକଙ୍କୁ ସ୍ତବ୍ଧ କରିଦେଇଛି। ହେଲେ ମହାରଷ୍ଟ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନାହାଁନ୍ତି।

ସୁଶୀଲ ମୋଦୀ ଆହୁରି କହିଛନ୍ତି ଯେ, ଯଦି ମହାରାଷ୍ଟ୍ର ସରକାର ତଦନ୍ତ କରିବାକୁ ଭୟ କରୁଛନ୍ତି ତେବେ ସେ ଏହି ମାମଲା ସିବିଆଇକୁ କାହିଁକି ଦେଉ ନାହାଁନ୍ତି। ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ କଣ ତାହା ଦିନେ ନା ଦିନେ ପଦାକୁ ଆସିବ। ଏଥିପାଇଁ ବିହାର ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ମୋଦୀ କହିଛନ୍ତି।

Categories
ଫଟୋ ଖବର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସିବିଆଇ ତଦନ୍ତ ଦାବୀରେ ପାଟନାରେ ବିକ୍ଷୋଭ

ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ପାଟନାରେ ଦାବୀ କରିଛନ୍ତି ସ୍ବର୍ଣ୍ଣ ସେନା। ସେନା ତରଫରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତଳିକା ଦାହ କରାଯାଇଛି।