Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜେନେରାଲ ବିପିନ ରାୱତ, ସେନାପତିର ୱର୍ଦି ଓ ରାଜନୀତି ଏକାସାଙ୍ଗରେ ରହିବା ଆମର ଗଣତନ୍ତ୍ର ଲାଗି ଶୁଭ ସୂଚନା ନୁହେଁ!!
ବିଶେଷ ଖବର

ଜେନେରାଲ ବିପିନ ରାୱତ, ସେନାପତିର ୱର୍ଦି ଓ ରାଜନୀତି ଏକାସାଙ୍ଗରେ ରହିବା ଆମର ଗଣତନ୍ତ୍ର ଲାଗି ଶୁଭ ସୂଚନା ନୁହେଁ!!

December 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି ହେଉଛି, ଗତ ସତୁରୀ ବର୍ଷ ଧରି ଆମର ସେନାବାହିନୀ ଓ ସାଧାରଣ ପ୍ରଶାସନ ନିଜ ନିଜର ସୀମାରେ ରହି କାମ କରିଛନ୍ତି। ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ସାଧାରଣ ଶାସନର ଦାୟିତ୍ଵ ନେଇଥିବା ବେଳେ ଏ ସମ୍ପର୍କରେ ସେନାବାହିନୀ ସବୁବେଳେ ମର୍ୟାଦାଜନକ ଦୂରତାରେ ରହି ଆସିଛି। କୌଣସି ସେନାନାୟକ ଆମ ଦେଶରେ ଦାୟିତ୍ବରେ ଥିବାବେଳେ ରାଜନୀତି ସମ୍ପର୍କରେ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନାହାନ୍ତି। ଅବସର ପରେ ଅନେକ ସେନାମୁଖ୍ୟ ରାଜନୀତିକୁ ଆସିଛନ୍ତି ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସନର ଦାୟିତ୍ଵ ସମ୍ଭାଳିଛନ୍ତି। ହେଲେ ଦାୟିତ୍ଵ ସମ୍ଭାଳୁଥିବା ସମୟରେ ସେମାନେ ରାଜନୀତି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ରହିନାହାନ୍ତି। ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ରହିଥିବା ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ଭି.କେ.ସିଂଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ରେ ଯୋଗ ଦେଇଥିବା ଜେନେରାଲ ଶଙ୍କର ରାୟ ଚୌଧୁରୀଙ୍କ ପର୍ୟନ୍ତ, ସମସ୍ତେ ଏହି ମର୍ୟାଦା ପାଳନ କରିଛନ୍ତି। ପ୍ରଥମଥର ଲାଗି ଆମେ ଦେଖୁଛୁ, ଆଜିର ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଶାସକ ଦଳର ରାଜନୀତି ସପକ୍ଷରେ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି।

ବର୍ତ୍ତମାନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆମର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି। ସେମାନେ ଏହି ଆଇନକୁ ବିରୋଧ କରୁଛନ୍ତି କାରଣ, ଏହି ଆଇନ ଦେଶର ସମ୍ବିଧାନରେ ରହିଥିବା ମୌଳିକ ଧର୍ମ ନିରପେକ୍ଷ ନୀତିର ବିରୁଦ୍ଧାଚରଣ କରୁଛି। ଏହି ପ୍ରତିବାଦକୁ ଖୋଲାଖୋଲି ବିରୋଧ କରିବା ଦେଶର ସର୍ବୋଚ୍ଚ ସେନାନାୟକଙ୍କ ପକ୍ଷରେ ସମୀଚୀନ କି? ଦେଶର ରାଜନୀତି ସହିତ ସେନାବାହିନୀ ସମ୍ପୃକ୍ତ ହେବା, ଆମ ଗଣତନ୍ତ୍ର ଲାଗି ଏକ ଅଶୁଭ ସଙ୍କେତ ନୁହେଁ କି? ୧୯୪୭, ୧୯୬୨, ୧୯୬୯, ୧୯୭୧ ଓ ୧୯୯୮ ରେ ଯେତେବେଳେ ଆମେ ପଡୋଶୀଙ୍କ ସହିତ ଯୁଦ୍ଧ କରିଛୁ, ସେତେବେଳେ ମଧ୍ୟ ଦେଶର ଆଭ୍ୟନ୍ତରୀଣ ରାଜନୀତି ପ୍ରସଙ୍ଗରେ ଆମର ସେନା ନୀରବ ରହିଛନ୍ତି। ତାହା ହିଁ ଆମ ଗଣତନ୍ତ୍ରର ସବୁଠୁ ବଡ ସଫଳତା।

ସାଧାରଣ ପ୍ରଶାସନ ଓ ସାମରିକ ପ୍ରଶାସନ ସବୁବେଳେ ନିଜ ନିଜର ସୀମା ଭିତରେ ରହି ଆସିଥିବାରୁ ଆମେ କେବେହେଲେ ସାମରିକ ଶାସନ ଭଳି ବିପଜ୍ଜନକ ସ୍ଥିତି ଆଡକୁ ଯାଇନାହୁଁ। ୧୯୪୦ ଦଶକରେ ଭାରତ ସହିତ ସ୍ଵାଧୀନତା ପାଇଥିବା ଅନେକ ଦେଶ ସାମରିକ ଶାସନର ବିଷଚକ୍ରରେ ପଡିଥିବା ବେଳେ ଭାରତ ନିଜର ଗଣତନ୍ତ୍ରକୁ ଅକ୍ଷୁଣ୍ଣ ରଖିପାରିଛି। ଆମର ପଡୋଶୀ ଶ୍ରୀଲଙ୍କା, ପାକିସ୍ତାନ, ବର୍ମା, ବାଂଲାଦେଶ ଓ ମାଲଦୀପ ବାରମ୍ବାର ସାମରିକ ଶାସନ ଦ୍ଵାରା କବଳିତ ହୋଇଛନ୍ତି। ଭାରତରେ ସାମରିକ ପ୍ରଶାସନ ନିଜକୁ ରାଜନୀତି ଠାରୁ ଦୂରେଇ ନିରପେକ୍ଷ ଭୂମିକାରେ ରହୁଥିବାରୁ ଆମର ଗଣତନ୍ତ୍ର ସୁରକ୍ଷିତ ରହି ଆସିଛି। ସତୁରୀ ବର୍ଷ ଧରି ଆମର କୌଣସି ସେନାନାୟକ ସାଧାରଣ ପ୍ରଶାସନ, ରାଜନୈତିକ ଦଳ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନଥିଲେ।

ଜେନେରାଲ ବିପିନ ରାୱତ ତାର ବ୍ୟତିକ୍ରମ ହେବାକୁ ଚାହିଁବାର କାରଣ କଣ? ଜେନେରାଲ ରାୱତ ଆଉ ମାତ୍ର ଚାରିଦିନ ପରେ ଚାକିରିରୁ ଅବସର ନେବେ। ସେହି ସମୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଦେଶର ସାଧାରଣ ଲୋକଙ୍କ ବିରୋଧରେ ଜେନେରାଲ ରାୱତ ଭାଷଣ ଦେବା ଏକ ଅଶୁଭ ସଙ୍କେତ ଦେଉଛି। ଆମର ସାମରିକ ଶାସନ ବ୍ୟବସ୍ଥା ରାଜନୀତି ପ୍ରତି ମୋହଗ୍ରସ୍ତ ହେବା ଫଳରେ ସେନାବାହିନୀର ନିରପେକ୍ଷ ଚରିତ୍ରକୁ ନେଇ ସନ୍ଦେହ ଉଠିବା ସ୍ଵାଭାବିକ। ସେନାବାହିନୀ ରାଜନୀତିର ଉର୍ଦ୍ଧ୍ଵରେ ରହି ଜାତୀୟ ଅନୁଷ୍ଠାନର ସମ୍ମାନ ପାଉଥିବା ବେଳେ ଆମର ସେନାନାୟକମାନେ ରାଜନୀତି କରିବା, ଗଣତନ୍ତ୍ର ଲାଗି ବିପଜ୍ଜନକ।

ଏ ପ୍ରସଙ୍ଗରେ ସାଧାରଣ ପ୍ରଶାସନର ମୁଖିଆ ଭାବରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିଜର ଦାୟିତ୍ଵ ନିର୍ବାହ କରିବା ଉଚିତ। ସେନାବାହିନୀ ନିଜର ଦାୟିତ୍ଵ ସମ୍ପର୍କରେ ସବୁବେଳେ ସତର୍କ ଓ ସଚେତନ ଅଛନ୍ତି ବୋଲି ଆମେ ଗର୍ବିତ। ହେଲେ ସେନାବାହିନୀର ରାଜନୀତିକରଣ ଆମଲାଗି ଆଦୌ ଗ୍ରହଣୀୟ ବ୍ୟବସ୍ଥା ନୁହେଁ। ଆଗାମୀ ଦିନରେ ତିନି ସେନାବାହିନୀର ମୁଖ୍ୟ ଭାବରେ ଜଣେ ସାମରିକ ମୁଖ୍ୟଙ୍କୁ ସରକାରଙ୍କ ମୁଖ୍ୟ ସାମରିକ ଉପଦେଷ୍ଟା ଦାୟିତ୍ଵ ଦିଆଯିବ। ସେଥିଲାଗି ଜେନେରାଲ ରାୱତଙ୍କ ନାମ ଶୁଣା ଯାଉଛି। ସେହି ସମୟରେ ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ ବୟାନ ଆଦୌ ସୈନିକ ସୁଲଭ ଆଚରଣ ନୁହେଁ ବୋଲି କହିବାକୁ  ଆମେ ବାଧ୍ୟ। ଏ ଦେଶରେ ନେତୃତ୍ଵ ର ଚେହେରା ଓ ବିଚାର କଣ ହେବ, ତାହା ଏ ଦେଶର ଜନ ସାଧାରଣ ନିର୍ଣ୍ଣୟ କରିବେ। ସେ ସମ୍ପର୍କରେ ସେନାବାହିନୀର କୌଣସି ଭୂମିକା ରହିବା ଉଚିତ ନୁହେଁ।  

constitution indianpolitics
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.