ଆୟେଶା ରେନ୍ନାଙ୍କ କ୍ଷମା ପ୍ରାର୍ଥନା ଦାବି କଲା ସିପିଆଇ ଏମ୍‌

Published: Dec 29, 2019, 6:36 pm IST

ଥିରୁଅନନ୍ତପୁରମ୍‌,29/12 : ଜାମିଆ ମାଲିଆ ଛାତ୍ରୀ ଆୟେଶା ରାନ୍ନାଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ସିପିଆଇ ଏମ୍‌ ନେତୃବୃନ୍ଦ । ଆୟେଶାଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ମଲ୍ଲାପୁରମରେ ସିପିଆଇଏମ ପକ୍ଷରୁ ଏକ ପ୍ରତିବାଦ ଶୋଭା ଅନୁଷ୍ଠିତ ହୋଇଯାଇଛି । ସିଏଏ ଆନ୍ଦୋଳନରେ ଅଟକ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ପାଇଁ ଦାବିରେ ଆୟେଶା କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ନାମ ନେଇଥିଲେ । ମଲ୍ଲାପୁରମରେ ଏକ ଶୋଭାଯାତ୍ରାକୁ ସମ୍ବୋଧିତ କରୁଥିବା ବେଳେ ଆୟେଶା ଏହି ମନ୍ତବ୍ୟ ଦେଇଥିଲେ । ଆୟେଶା କହିଥିଲେ ବିଗତ ଦୁଇ ସପ୍ତାହ ମଧ୍ୟରେ ଶତାଧିକ ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଛି ଏବଂ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ସେମାନଙ୍କୁ ମୁକ୍ତ କରିବା ଉଚିତ୍‌ । ଏହି ମତ ପରେ କେରଳ ସିପିଆଇ ଏମ୍‌ ପକ୍ଷରୁ ଆୟେଶାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରାଯାଇଛି । (ଏଜେନ୍ସୀ)

Related posts