ସମ୍ପତ୍ତି ହରାଇବେ ମାଲ୍ୟା, ନିଲାମ ହେବ ସମ୍ପତ୍ତି

Published: Jan 1, 2020, 2:45 pm IST

ମୁମ୍ବାଇ, 1/1: ପଳାତକ ଘୋଷିତ ୟୁବିଗ୍ରୁପ୍‌ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ମିଳିଛି।  ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ଦେଇଛନ୍ତି ମୁମ୍ବାଇସ୍ଥିତ ମନି ଲଣ୍ଡରିଂ କୋର୍ଟ । ମୁମ୍ବାଇସ୍ଥିତ ମନି ଲଣ୍ଡରିଂ ଆକ୍ଟ କୋର୍ଟ ଦେଲେ ଅନୁମତି । ବାଜ୍ୟାପ୍ତ ସମ୍ପତ୍ତିରୁ ବକେୟାର ଟଙ୍କା ଭରଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁମତି । ମୁମ୍ବାଇର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ  ମାଲ୍ୟାଙ୍କ ସମ୍ପତ୍ତି ନିଲାମ ପାଇଁ ଏସ୍‌ବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲାମ ଟଙ୍କାରେ ମାଲ୍ୟାଙ୍କ ଅନାଦେୟ ଋଣର ପୈଠ ହେବ। ତେବେ ଏହି ରାୟ ପିଏମ୍‌ଏଲ୍‌ଏ କୋର୍ଟ ପକ୍ଷର ଉପରେ ଜାନୁୟାରୀ ୧୮ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏହି ସମୟ ମଧ୍ୟରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅପିଲ୍‌ କରିପାରିବେ। ସୂଚନାଯୋଗ୍ୟ,  ଚଳିତ ମାସରେ ଲଣ୍ଡନ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ରାୟ ଦେବେ ବୋଲି କୁହାଯାଉଛି। (ଏଜେନ୍ସି)

Related posts