ଦିଲ୍ଲୀ ଜେଏନ୍‌ୟୁ ଘଟଣାରେ ସାମିଲ୍‌ ରହିଛନ୍ତି ଗୃହମନ୍ତ୍ରୀ : ଜୟରାମ ରମେଶ

Published: Jan 9, 2020, 5:13 pm IST

ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ହିଂସା ବିରୋଧରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଏବେ ବିରୋଧୀ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ହିଂସାକାଣ୍ଡ ପଛରେ ଗୃହମନ୍ତ୍ରୀ – ମାନବ ସମ୍ବଳ ବିକାଶ ମନ୍ତ୍ରୀ ରହିଛନ୍ତି । ଜୟରାମ ରମେଶ କହିଛନ୍ତି ଯେ, ଯେଉଁ ମୁଖାପିନ୍ଧା ଦୁବୃର୍ତ୍ତମାନେ ଏପରି କାଣ୍ଡ କରିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରିବା ଆବଶ୍ୟକ। ଏହି ଘଟଣା ପାଇଁ ବିଶ୍ବବିଦ୍ୟାଳୟର କୁଳପତି ତୁରନ୍ତ ଇସ୍ତଫା ପତ୍ର ଦେବା ଉଚିତ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଆକ୍ରମଣ କରି ରମେଶ କହିଛନ୍ତି ଯେ, ପିଏମ୍‌ 2.,0 ଆଜି ପିଏମ୍‌2.5ଠାରୁ ଅଧିକ ବିପଜ୍ଜନକ ।

ସୂଚନାଯୋଗ୍ୟ, ଜେଏନ୍‌ୟୁର ଛାତ୍ରମାନେ ଦିଲ୍ଲୀରେ ରାଲି ବାହାର କରିବା ସହିତ ଏହି ରାଲିରେ ଭିସିଙ୍କ ଇସ୍ତଫା ଦାବି କରିବା ସହିତ ଏହି ହିଂସାକାଣ୍ଡରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦାବି କରାଯାଇଛି। ସେହିପରି ଆଜି କାଶ୍ମୀର ଗସ୍ତରେଥିବା ବିଦେଶୀ ପ୍ରତିନିଧିମଣ୍ଡଳକାଶ୍ମୀର ଗସ୍ତକୁ ସରକାରକୁ ଟାର୍ଗେଟ୍‌ କରିଛନ୍ତି ଜୟରାମ ରମେଶ  ଆମ ନେତାଙ୍କୁ ସେଠାକୁ ଯିବାକୁ ଅନୁମତି ନାହିଁ। ଦେଶର ସାଂସଦ ସେଠାକୁ ଯାଇପାରିବେ ନାହିଁ, କିନ୍ତୁ ଅନ୍ତର୍ଜାତୀୟ ପ୍ରତିନିଧି ଦଳ ସେଠାକୁ ଯାଇପାରିବ । ସେହିପରି ଭାରତରେ ଚାଲିଥିବା ଅର୍ଥନୀତି ମାନ୍ଦାବସ୍ଥାକୁ ନେଇ ମଧ୍ୟ ଜୟରାମ ରମେଶ ସରକାରଙ୍କୁ ଘେରିଛନ୍ତି।

Related posts