Categories
ଆଜିର ଖବର ଜାତୀୟ ଖବର

ପୋଲିସ୍‌ ସାମ୍ନାରେ ହାଜର ହେଲେନି ଜେଏନ୍‌ୟୁର ଦୁଇ ଛାତ୍ର, ସ୍ବିଚ୍‌ ଅଫ୍‌ ରହିଛି ଦୁହିଁଙ୍କ ମୋବାଇଲ୍‌

ନୂଆଦିଲ୍ଲୀ : ଜେଏନ୍‌ୟୁ ହିଂସା ମାମଲାରେ ଏବେ ପୋଲିସ୍‌ ତଦନ୍ତ ଚାଲୁ ରଖିଛି । ଏହି ଘଟଣାରେ ଭିଡିଓ ତଥା ପ୍ରମାଣକୁ ଭିତ୍ତି କରି ଛାତ୍ରଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି । କିନ୍ତୁ ଜେଏନ୍‌ୟୁର ଦୁଇ ଛାତ୍ର ପୋଲିସ୍ ସାମ୍ନାରେ ହାଜର ହୋଇନାହାନ୍ତି । ଏପରିକି ଦୁହିଁଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଛି । ସୋମବାର ଜେଏନ୍‌ୟୁର ଦୁଇ ଛାତ୍ର  ଅକ୍ଷତ ଅଓ୍ବସ୍ତି ଓ ରୋହିତ୍‌ ଶାହଙ୍କୁ ପୋଲିସ୍‌ ସାମ୍ନାରେ ହାଜର ହେବାର ଥିଲା । ପୁଲିସ୍‌ ଏହି ଘଟଣାରେ ଯାଞ୍ଚ କରିବା ପରେ ଏହି ଦୁଇଜଣଙ୍କୁ ତଦନ୍ତରେ ସାମିଲ୍‌ ହେବା ପାଇଁ ନୋଟିସ୍‌ ଜାରି କରିଥିଲା। କିନ୍ତୁ ଦୁହିଁଙ୍କ ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଛି । ସେହିପରି ଅନ୍ୟଜଣେ ଛାତ୍ରୀ କୋମଲ ଶର୍ମାଙ୍କ ମୋବାଇଲ୍‌ ମଧ୍ୟ ଅଫ୍‌ ରହିଛି । କୋମଲ ଶର୍ମା ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ । ସେ ଡିୟୁରେ ଦ୍ବିତୀୟ ବର୍ଷର ଛାତ୍ରୀ ଅଟନ୍ତି । ଜେଏନ୍‌ୟୁ ହିଂସାରେ ହାତରେ ଦଣ୍ଡା ଧରିଥିବାର ନଜର ଆସିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ହିଂସାକାଣ୍ଡର ପ୍ରମାଣକୁ ବଞ୍ଚାଇବା ପାଇଁ ଅଦାଲତର ଦ୍ବାରସ୍ଥ ହେଲେ ଜେଏନ୍‌ୟୁ ପ୍ରଫେସର

ନୂଆଦିଲ୍ଲୀ : ଦିଲ୍ଲୀ ଜେଏନ୍‌ୟୁରେ ଜାନୁଆରୀ 5 ତାରିଖରେ ହୋଇଥିବା ହିଂସା ମାମଲା ଏବେ ଚର୍ଚ୍ଚାରେ ରହିଛି  । ଏହି ହିଂସା ମାମଲାର ପୋଲିସ୍‌ ଯାଞ୍ଚ କରୁଥିବାବେଳେ ଜେଏନ୍‌ୟୁର ତିନିଜଣ ପ୍ରଫେସର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି। ଏହି ପ୍ରଫେସରମାନେ ଜେଏନ୍‌ୟୁରେ ହୋଇଥିବା ହିଂସାକାଣ୍ଡର ପ୍ରମାଣକୁ ସୁରକ୍ଷିତ ରଖିବା ପାଇଁ ଅଦାଲତରେ ଏକ ଯାଚିକା ଦାୟର କରିଛନ୍ତି । ଏହି ହିଂସାକାଣ୍ଡର ପ୍ରମାଣ ସ୍ବରୂପ  ସିସିଟିଭି ଫୁଟେଜ୍‌ ସୁରକ୍ଷିତ ରଖିବା ଆବଶ୍ୟକ, ଯେପରିକି ଏହା ନଷ୍ଟ ନହୁଏ ଓ ଏହା ସୁରକ୍ଷିତ ରହିବ, ଏନେଇ ଅଦାଲତରେ ଅପିଲ୍‌ କରିଛନ୍ତି।

ହିଂସା ସମ୍ପର୍କିତ ସମସ୍ତ ଭିଡିଓ ହ୍ବାଟସଆପ୍‌, ଗୁଗୁଲ୍‌ ଏପ୍ପଲ୍‌ କମ୍ପାନୀ ସହ ସମ୍ପର୍କିତ ସପ୍ଟଓ୍ବେୟାରରେ ରହିଅଛି। ଏହି ସମୟରେ ଏହି କମ୍ପାନୀଙ୍କୁ ଏହି ଭିଡିଓକୁ ସୁରକ୍ଷିତ ରଖିବା ସହ ଏହାକୁ ଦେବା ଲାଗି କମ୍ପାନୀକୁ ଆଦେଶ ଦେବା ଆବଶ୍ୟକ ବୋଲି ଏହି ଯାଚିକାରେ କୁହାଯାଇଛି ।

ଅଦାଲତରେ ଏହି ଯାଚିକାକୁ ଜେଏନ୍‌ୟୁର ପ୍ରଫେସର ଅମିତ୍‌ ପରମେଶ୍ବରନ୍‌, ଅତୁଲ ସୁଦ୍‌ ଓ ବିନାୟକ ଶୁକ୍ଳାଙ୍କ ଦ୍ବାରା ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ ଜାନୁଆରୀ 5 ତାରିଖ ସନ୍ଧ୍ୟା ସମୟରେ କିଛି ମୁଖା ପିନ୍ଧା ଦୁବୃର୍ତ୍ତମାନେ ଜେଏନ୍‌ୟୁରେ ପଶି ଛାତ୍ର ଓ ଅଧ୍ୟାପକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜେଏନ୍‌ଏସ୍‌ୟୁର ଅଧ୍ୟକ୍ଷ ଆଇଶି ଘୋଷଙ୍କ ସମେତ 30ରୁ ଅଧିକ ଜଣ ଆହତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଜେଏନ୍‌ୟୁ ଘଟଣାରେ ସାମିଲ୍‌ ରହିଛନ୍ତି ଗୃହମନ୍ତ୍ରୀ : ଜୟରାମ ରମେଶ

ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ହିଂସା ବିରୋଧରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଏବେ ବିରୋଧୀ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ହିଂସାକାଣ୍ଡ ପଛରେ ଗୃହମନ୍ତ୍ରୀ – ମାନବ ସମ୍ବଳ ବିକାଶ ମନ୍ତ୍ରୀ ରହିଛନ୍ତି । ଜୟରାମ ରମେଶ କହିଛନ୍ତି ଯେ, ଯେଉଁ ମୁଖାପିନ୍ଧା ଦୁବୃର୍ତ୍ତମାନେ ଏପରି କାଣ୍ଡ କରିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରିବା ଆବଶ୍ୟକ। ଏହି ଘଟଣା ପାଇଁ ବିଶ୍ବବିଦ୍ୟାଳୟର କୁଳପତି ତୁରନ୍ତ ଇସ୍ତଫା ପତ୍ର ଦେବା ଉଚିତ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଆକ୍ରମଣ କରି ରମେଶ କହିଛନ୍ତି ଯେ, ପିଏମ୍‌ 2.,0 ଆଜି ପିଏମ୍‌2.5ଠାରୁ ଅଧିକ ବିପଜ୍ଜନକ ।

ସୂଚନାଯୋଗ୍ୟ, ଜେଏନ୍‌ୟୁର ଛାତ୍ରମାନେ ଦିଲ୍ଲୀରେ ରାଲି ବାହାର କରିବା ସହିତ ଏହି ରାଲିରେ ଭିସିଙ୍କ ଇସ୍ତଫା ଦାବି କରିବା ସହିତ ଏହି ହିଂସାକାଣ୍ଡରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦାବି କରାଯାଇଛି। ସେହିପରି ଆଜି କାଶ୍ମୀର ଗସ୍ତରେଥିବା ବିଦେଶୀ ପ୍ରତିନିଧିମଣ୍ଡଳକାଶ୍ମୀର ଗସ୍ତକୁ ସରକାରକୁ ଟାର୍ଗେଟ୍‌ କରିଛନ୍ତି ଜୟରାମ ରମେଶ  ଆମ ନେତାଙ୍କୁ ସେଠାକୁ ଯିବାକୁ ଅନୁମତି ନାହିଁ। ଦେଶର ସାଂସଦ ସେଠାକୁ ଯାଇପାରିବେ ନାହିଁ, କିନ୍ତୁ ଅନ୍ତର୍ଜାତୀୟ ପ୍ରତିନିଧି ଦଳ ସେଠାକୁ ଯାଇପାରିବ । ସେହିପରି ଭାରତରେ ଚାଲିଥିବା ଅର୍ଥନୀତି ମାନ୍ଦାବସ୍ଥାକୁ ନେଇ ମଧ୍ୟ ଜୟରାମ ରମେଶ ସରକାରଙ୍କୁ ଘେରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ, ଛାତ୍ରସଂଘ ସଭାପତି ଆଇଶୀ ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, 7/1: ଜେଏନ୍‌ୟୁରେ ଘଟିଥିବା ହିଂସାକାଣ୍ଡ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଜେଏନୟୁରେ ଦେଶଦ୍ରୋହୀଙ୍କ ଆଡ୍ଡା ଜମି ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଏଭଳି ଆକ୍ରମଣ କରିଛନ୍ତି। ହିନ୍ଦୁ ରକ୍ଷାଦଳ ତରଫରୁ ନେତା ପିଙ୍କି ଚୌଧୁରୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଜେଏନ୍‌ୟୁରେ ଦିନକୁ ଦିନ ଦେଶଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆମେ ସହ୍ୟ କରିପାରିଲୁନାହିଁ । ଏହି ଆକ୍ରମଣ କରି ଆମେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ। ଏହି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି।  ତେବେ ଏହି ଘଟଣା ପାଇଁ ଉଭୟ ବାମପନ୍ଥୀ ଛାତ୍ର ସଂଗଠନ ଓ ଏବିଭିପି ଦୁହେଁ ଦୁହିଁଙ୍କ ଉପରେ ଆରୋପ ଲଗାଇଛନ୍ତି। ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି । ଦିଲ୍ଲୀ ପୋଲିସ୍‌ ହିନ୍ଦୁ ରକ୍ଷା ଦଳକୁ ସମନ ଜାରି କରିଛି ।  ଅପରପକ୍ଷରେ ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଅଭିଯୋଗରେ ଆଜି ଛାତ୍ରସଙ୍ଘ ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରିଛି। ଜାନୁଆରୀ ୫ରେ ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟରେ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଘୋଷଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛାତ୍ରସଙ୍ଘ ଅଧ୍ୟକ୍ଷ ଆୟଶୀ ଘୋଷ ଏବଂ ଅନ୍ୟ ଛାତ୍ରଙ୍କ ବିରୋଧରେ ଜେଏନୟୁ କର୍ତ୍ତୃପକ୍ଷ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି। (ଏଜେନ୍ସି)

Categories
ବିଶେଷ ଖବର

ଜେଏନ୍‌ୟୁ ଆକ୍ରମଣ ପରେ ମନରେ ଉଠିଥିବା ଚାରୋଟି ପ୍ରଶ୍ନର ଉତ୍ତର ରଖିବ କିଏ ?

ସମୀକ୍ଷା ବ୍ୟୁରୋ

ଜେଏନ୍‌ୟୁରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଦେଶବ୍ୟାପୀ ହଙ୍ଗାମା ଚାଲିଛି । ଦିଲ୍ଲୀଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନେଇ ଦେଶର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ତେବେ ଏହି ଘଟଣାକୁ  ନେଇ ମନରେ ଅନେକଗୁଡିଏ ପ୍ରଶ୍ନ ଉଠୁଛି । ତେବେ ସମସ୍ତ ପ୍ରଶ୍ନଗୁଡ଼ିକ ମଧ୍ୟରେ ଚାରୋଟି ପ୍ରଶ୍ନ ବେଶ୍‌ ମହତ୍ତ୍ବପୂର୍ଣ୍ଣ ରହିଛି ।

ପ୍ରଥମ ପ୍ରଶ୍ନ – ହିଂସାର 15 ଘଣ୍ଟା ପରେ ମଧ୍ୟ ଜେଏନ୍‌ୟୁ ପ୍ରଶାସନ ଏଫଆଇଆର ଦେଇନଥିଲେ କ’ଣ ପାଇଁ ?

ଦ୍ବିତୀୟ ପ୍ରଶ୍ନ : ଛାତ୍ରଛାତ୍ରୀ ହଷ୍ଟେଲ୍‌ ଛାଡି ଯାଉଥିଲେ, ସେହିସମୟରେ ଜେଏନ୍‌ୟୁ ପ୍ରଶାସନ କରୁଥିଲେ କ‘ଣ ?

ତୃତୀୟ ପ୍ରଶ୍ନ : ଯଦି କ୍ୟାମ୍ପସ୍‌ ଭିତରେ ବିବାଦ ତିନି ଦିନ ତଳୁ ଆରମ୍ଭ ହୋଇଥିଲା, ତେବେ ଏହା ଉପରେ ଜେଏନ୍‌ୟୁ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କ’ଣ ପାଇଁ ?

ଚତୁର୍ଥ ପ୍ରଶ୍ନ : ସିସିଟିଭି ଯାଞ୍ଚରୁ ମିଳିଥିବା ତଥ୍ୟକୁ ଆଧାର କରି ଏପର୍ଯ୍ୟନ୍ତ କ’ଣ ପାଇଁ କାହାକୁ ଗିରଫ କରାଯାଇନାହିଁ ?

ତେବେ ଆଜି ସକାଳେ ଦିଲ୍ଲୀ ପୁଲିସ୍‌ ଏହି ଘଟଣାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଉପରେ ମାମଲା ରୁଜୁ କରିଛି । ଦିଲ୍ଲୀ ପୁଲିସ୍‌ ଦଙ୍ଗା କରିବା ତଥା ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନା ଅନୁସାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଭିତରେ ତିନି ଦିନ ଧରି ବିବାଦ ବର୍ଦ୍ଧିତ ଫି’କୁ ବିବାଦ ଘନଉଥିଲା । ଯେଉଁ ସମୟରେ ଛାତ୍ରଙ୍କ ଭିତରେ ମାରପିଟ୍‌ ହେଲା, ସେହି ସମୟରେ ଶିକ୍ଷକମାନେ ଉପସ୍ଥିତ ରହିଥିଲେ । କିଛି ଛାତ୍ର ବର୍ଦ୍ଧିତ ଫି’କୁ ବିରୋଧ କରୁଥିବାବେଳେ କିଛି ଛାତ୍ର ରେଜିଷ୍ଟ୍ରେସନ୍‌ ଆରମ୍ଭ କରିବା ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ଆକ୍ରମଣକୁ ନେଇ ବାମବାଦୀ ଓ ଏବିଭପିଙ୍କ ସାମ୍ନାସାମ୍ନି

କ୍ୟାମ୍ପସ୍‌ ଭିତରେ ଚାଲିଥିବା ଘଟଣା ପାଇଁ ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ଜେଏନ୍‌ୟୁଏସୟୁ ଆରଏଏସ୍‌ ସହ ଯୋଡ଼ି ହୋଇ ରହିଥିବା ଏବିଭିପିର ସଦସ୍ୟଙ୍କ ଉପରେ ଅଭିଯୋଗ କରିଛନ୍ତି।

ପୋଲିସ୍‌ ଏହି ପୂରା ଘଟଣାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିବାବେଳେ ଛାତ୍ରଙ୍କ ଦ୍ବାରା କରାଯାଇଥିବା ଆଉ ଏକ ଭିଡିଓକୁ ମଧ୍ୟ ଯାଞ୍ଚ କରିଛି । ତଥାପି ପୋଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ।

ଉପରୋକ୍ତ ସମସ୍ତ ଘଟଣାକୁ ଦେଖିଲେ ଏହି ଘଟଣାରେ ଜେଏନ୍‌ୟୁ ପ୍ରଶାସନର ସହମତି ତଥା କୌଣସି ଏକ ଗୋଷ୍ଠୀଙ୍କ ପ୍ରାୟୋଜିତ ଘଟଣା ଭଳି ମନେହେଉଛି । ଶିକ୍ଷାନୁଷ୍ଠାନ ପରି ପବିତ୍ର ସ୍ଥଳୀଗୁଡ଼ିକ ରାଜନୀତିର ରଙ୍ଗରେ କଳୁଷିତ ହେବା ପୂର୍ବରୁ ଏସବୁ ଘଟଣା ବନ୍ଦ ହେବା ନିତାନ୍ତ ଆବଶ୍ୟକ ।

Categories
ଆଜିର ଖବର ଜାତୀୟ ଖବର

ଜେଏନୟୁ ଆକ୍ରମଣ ଘଟଣାକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କଲେ ଉଦ୍ଧବ

ମୁମ୍ବାଇ, ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ଚାଲିଥିବା ରାଜନୈତିକ ବାକ୍‌ବିତଣ୍ଡାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ନିଜର ମତ ରଖିଛନ୍ତି। ଉଦ୍ଧବ ଏହି ଆକ୍ରମଣକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସମସ୍ତେ ଜାଣିଛନ୍ତି ଯେ ଏହି ଆକ୍ରମଣ ପଛରେ କିଏ ଥିଲେ, ଆଜି ଦେଶର ଯୁବକଙ୍କୁ ବିଶ୍ବାସ କରିବାର ଦରକାର। ଏବେ ଯୁବସମାଜ ଆତ୍ମବିଶ୍ବାସ ହରାଉଛି। ଏବେ ଦେଶରେ ଛାତ୍ର ସମାଜ ପାଇଁ ଭୟର ପରିବେଶ ତିଆରି ହୋଇଛି ।  ଏହି ସମୟରେ ଆମେ ସମସ୍ତେ ଏକାଠି ହୋଇ ଛାତ୍ର ସମାଜର ଆତ୍ମବିଶ୍ବାସ ବଢାଇବା ଦିଗରେ ସାହାଯ୍ୟ କରିବା ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ହିଂସା : ଭୟରେ କ୍ୟାମ୍ପସ୍‌ ଛାଡିଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, 6/ 1: ଜେଏନ୍‌ୟୁରେ ହିଂସା ଆକ୍ରମଣ ପରେ ଏବେ ସେଠାରେ ରହୁଥିବା ଛାତ୍ରଛାତ୍ରୀମାନେ ଭୟର ତ୍ରସ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଛାଡି ଯାଉଥିବାର ଜଣାଯାଇଛି। ଏବେ ବିଶ୍ବବିଦ୍ୟାଳୟ ପରିସରକୁ ନେଇ ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ରହିଛନ୍ତି। ସ୍ଥିତି ସାମାନ୍ୟ ହେଲେ ପୁନର୍ବାର କ୍ୟାମ୍ପସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଛାତ୍ରଛାତ୍ରୀମାନେ ସୂଚନା ଦେଇଛନ୍ତି। ସ୍ଥିତିରେ ସୁଧାର ଲାଗି କ୍ୟାମ୍ପସ୍‌ ଆଗରେ ମେନ୍‌ଗେଟ୍‌ରେ ପୁଲିସ୍‌ ରହିଛନ୍ତି। ସୂଚନାଯୋଗ୍ୟ, ଜେଏନ୍‌ୟୁର ଛାତ୍ର ସଂଘ ଏହି ଆକ୍ରମଣ ଘଟଣା ପାଇଁ ଏବିଭିପି ବିଦ୍ୟାର୍ଥୀ ପରିଷଦକୁ ଦାୟୀ କରିଛନ୍ତି। ଅପରପକ୍ଷେ ଏବିଭିପି ଛାତ୍ର ସଂସଦ ଲେଫ୍ଟ ଓ୍ବିଙ୍ଗ୍‌ ଉପରେ ମାରପିଟ୍‌ରେ ଅଭିଯୋଗ ରିଛନ୍ତି। ଜେଏନ୍‌ୟୁରେ ବର୍ଦ୍ଧିତ ଫି’କୁ ନେଇ ବହୁ ସମୟ ଧରି ବିରୋଧ ପ୍ରଦର୍ଶନ ଚାଲୁରହିଥିଲା। ଏହି ଆକ୍ରମଣ ଘଟଣାରେ ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ହିଂସାକୁ ନେଇ ଜୋରଦାର ପ୍ରତିବାଦ

ନୂଆଦିଲ୍ଲୀ, 5/1: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ଗତକାଲି ରାତିରେ ବଡଧରଣର ହିଂସା ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ଆକ୍ରମଣକାରୀମାନେ ଛାତ୍ରଙ୍କ ସମେତ ଶିକ୍ଷକମାନଙ୍କୁ ଆକ୍ରମଣ କରିଛନ୍ତି। ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଅତି କମରେ ୩୦ ଜଣ ଛାତ୍ର ଆହତ ହୋଇଥିବା ସୂଚନା ରହିଛି। ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ପରେ ଜେଏନୟୁ, ଏମ୍ସ, ଦିଲ୍ଲୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ରାତିସାରା ପ୍ରଦର୍ଶନ ହୋଇଛି। ମୁମ୍ବାଇ ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଲୋକେ ଜେଏନୟୁର ହିଂସାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଲିକତାର ଯାଦବପୁର ବିଶ୍ବବିଦ୍ୟାଳୟ, ପୁଣେର ଏଫ୍‌ଆଇଟିଟି ବିଶ୍ବବିଦ୍ୟାଳୟ ଓ ଆଲିଗଡ ମୁସଲିମ୍‌ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ମଧ୍ୟ ଏହି ପ୍ରତିବାଦକୁ ନେଇ ପ୍ରଦର୍ଶନ ଜାରି ରହିଛି।

ଆହତ ଛାତ୍ର ଓ ଶିକ୍ଷକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଜେଏନୟୁ ଛାତ୍ରମାନେ କହିଛନ୍ତି ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୨୦୦ ହେବ। ସେମାନେ ବାହାରୁ ଆସିଥିଲେ। ଏହାରି ମଧ୍ୟରେ ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ଏହି ତଦନ୍ତ ଆଦେଶ ଦେଇଛନ୍ତି। ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଶାଳିନୀ ସିଂହ ଏହି ତଦନ୍ତ କରିବେ। ଅନ୍ୟପଟରେ ବିଳମ୍ବିତ ରାତି ଜେଏନୟୁର ଛାତ୍ରମାନେ ଦିଲ୍ଲୀ ପୋଲିସ ସହିତ ବୈଠକ କରି ଦାବି କରିଛନ୍ତି ଯେ, ଆହତଙ୍କ ପାଇଁ ଚିକିତ୍ସା ସହାୟତା ଦିଆଯାଉ ଏବଂ ଯେଉଁମାନେ ହିଂସାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରାଯାଉ।  ଅପରପକ୍ଷରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍‌ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରିଛି। (ଏଜେନ୍ସି)

Categories
ବିଶେଷ ଖବର ମତାମତ

ବିଶ୍ବ ବିଦ୍ୟାଳୟରେ ରକ୍ତପାତ, ଛାତ୍ରଛାତ୍ରୀଙ୍କ ଦେହରୁ ରକ୍ତ ଝରାଇ କଣ ହାସଲ କରିବାକୁ ଚାହୁଁଛି ମୋଦୀ ସରକାର?

କେଦାର ମିଶ୍ର

ଆଜି ନୁହେଁ, ଗତ ପାଞ୍ଚବର୍ଷ ହେଲା ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଉପରେ ଭାରତର ଶାସକ ଦଳ ଓ ତାର ଛାମୁଆ ସଙ୍ଗଠନ ଗୁଡିକ ନିରନ୍ତର ଆକ୍ରମଣ କରି ଆସୁଛନ୍ତିହେଲେ ଗତକାଲି ସନ୍ଧ୍ୟାରେ ଏହି ବିଶ୍ଵ ବିଦ୍ୟାଳୟରେ ଯାହା ଘଟିଲା ତାହା ଭାରତର ଇତିହାସରେ ସବୁଠୁ କଳଙ୍କିତ ଘଟନା ବୋଲି ଲେଖାଯିବ। ରାଜଧାନୀ ଦିଲ୍ଲୀର ପ୍ରାଣକେନ୍ଦ୍ରରେ ଅବସ୍ଥିତ ଏହି ବିଶ୍ଵ ବିଦ୍ୟାଳୟରେ ଶତାଧିକ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଘଣ୍ଟା ଘଣ୍ଟା ଧରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପରେ ନିର୍ଘାତ ଆକ୍ରମଣ କଲେ। ବିଶ୍ଵ ବିଦ୍ୟାଳୟ ପ୍ରଶାସନ ଓ ଦିଲ୍ଲୀ ପୋଲିସ ଏହି ଗୁଣ୍ଡାମୀର ତାମସା ଦେଖିବା ବ୍ୟତୀତ ଆଉ କିଛି କଲେ ନାହିଁ। ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାନେତ୍ରୀ ଆଇଶା ଘୋଷଙ୍କ ରକ୍ତାକ୍ତ ମୁହଁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଆଗରେ ଗୋଟେ ଭୟଙ୍କର ଦାଗ ହୋଇ ରହିଗଲା। ବିନା ଭୟ ଓ ଦ୍ଵିଧାରେ ଏହି ହିଂସାକାଣ୍ଡ ଜାରି ରହିଥିବା ବେଳେ ଏହା ବିରୋଧରେ ଦିଲ୍ଲୀ ପୋଲିସ କାର୍ୟାନୁଷ୍ଠାନ ନେବାକୁ ଚାହିଁ ନଥିଲା।

ଏହି ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଗତକାଲି ବର୍ବର ଆକ୍ରମଣ ହେଲା ସିନା, ହେଲେ ଗତ ପାଞ୍ଚ ବର୍ଷ ଧରି ଅହରହ ଏହି ଅନୁଷ୍ଠାନ ବିରୋଧରେ ଦେଶର ସବୁଠୁ କ୍ଷମତାଶାଳୀ ଲୋକେ ଷଡଯନ୍ତ୍ର କରି ଆସୁଛନ୍ତି। ଦେଶର ଶାସନ ଦାୟିତ୍ବରେ ଥିବା ବିଜେପି ସମେତ ଏହାର ପିତୃ ସଂଗଠନ ଆରଏସଏସ, ତାର ଛାତ୍ର ସଂଗଠନ ଏବିଭିପି, ଅର୍ଣ୍ଣବ ଗୋସ୍ଵାମୀ ଭଳି କିଛି ଅତ୍ୟନ୍ତ ପ୍ରଭାବଶାଳୀ ସାମ୍ବାଦିକ ଓ ବିଜେପିର ବିଶାଳ ଟ୍ରୋଲ ବାହିନୀ ଏହି ବିଶ୍ଵ ବିଦ୍ୟାଳୟ ବିରୋଧରେ ଯାବତୀୟ ଅପପ୍ରଚାର ଚଳାଇ ଆସିଛନ୍ତି। ଯାହାର ପରିଣତି ହେଉଛି ଗତକାଲିର ହିଂସା ଓ ରକ୍ତପାତ। ନିଜର ରାଜନୈତିକ ବିରୋଧୀଙ୍କୁ ଦେଶ ବିରୋଧୀ ବୋଲି ପ୍ରଚାର କରାଇବାର ଭୟଙ୍କର ଷଡଯନ୍ତ୍ର ରଚନା କରି ବିଜେପି ଆଜି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପନ୍ନ କରିଛି।

ଜେଏନୟୂ ଏକ ସଙ୍କେତ ମାତ୍ର। ଗଣତାନ୍ତ୍ରିକ ବିରୋଧକୁ ଖତମ କରିଦେବା ଲାଗି ପୋଲିସ ଓ ଗୁଣ୍ଡାଙ୍କର ପ୍ରୟୋଗ ଆଗାମୀ ଦିନରେ ବଢି ବଢି ଚାଲିବ। ଗତକାଲି ଯେଉଁ ଗୁଣ୍ଡାମାନେ ବିଶ୍ଵ ବିଦ୍ୟାଳୟ ପରିସରରେ ବେଫିକର ହିଂସାକାଣ୍ଡ ଘଟାଉଥିଲେ, ସେମାନଙ୍କ ପଛରେ ସରକାର ଓ ପୋଲିସର ନୀରବ ସମର୍ଥନ ସ୍ପଷ୍ଟ ବାରି ହୋଇ ପଡୁଥିଲା। କିଛିଦିନ ଆଗରୁ ଜାମିଆ ମିଲିଆ, ଆଲିଗଡ ବିଶ୍ବ ବିଦ୍ୟାଳୟ, ଲକ୍ଷ୍ନୌ ବିଶ୍ଵ ବିଦ୍ୟାଳୟ ଇତ୍ୟାଦିରେ ପୋଲିସ ଜୁଲମର ଚିତ୍ର ଆମେ ଦେଖି ସାରିଛୁ। ସାରା ଦେଶରେ ଚାଲିଥିବା ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ଶାସିତ ରାଜ୍ୟ ଗୁଡିକର ପୋଲିସ ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଆକ୍ରମଣ ଜାରି ରଖିଛନ୍ତି। ଠିକ ସେହି ସମୟରେ ଜେଏନୟୂ ଉପରେ ଏହି ଆକ୍ରମଣ ପଛରେ ଏକ ସୁଚିନ୍ତିତ ଯୋଜନା ରହିଛି। ରାଜନୈତିକ ବିରୋଧୀଙ୍କୁ ଚୁପ କରାଇଦେବା ପାଇଁ ଉଭୟ ପୋଲିସ ଓ ଗୁଣ୍ଡା ବାହିନୀର ପ୍ରୟୋଗ ଜଳ ଜଳ ହୋଇ ଦିଶୁଛି।

ଏହି ଘଟନା ଘଟାଇଥିବା ଲୋକେ କେବଳ ଗୁଣ୍ଡା ନୁହନ୍ତି, ସେମାନଙ୍କୁ ସନ୍ତ୍ରାସବାଦୀ ବୋଲି କହିବା ଉଚିତ ହେବ। ଶାସକ ବିଜେପିର ବିଭିନ୍ନ ରାଲିରେ “ଗୋଲି ମାରୋ ଶାଲୋ କୋ” ବୋଲି ଯେଉଁ ପ୍ରକାର ହିଂସ୍ର ସ୍ଲୋଗାନ ବ୍ୟବହାର କରାଯାଉଛି, ଏହି ସନ୍ତ୍ରାସବାଦ ତାହାର ହିଁ ଫଳାଫଳ। କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂସଦୀୟ ଗଣତନ୍ତ୍ରରେ ଆସ୍ଥା ରଖୁଥିବା ଏକ ରାଜନୈତିକ ଦଳ ଏ ପ୍ରକାର ସ୍ଲୋଗାନ ବ୍ୟବହାର କରିବା ବେଆଇନହେଲେ ଏ କଥା କହିବ କିଏ? ସମ୍ବିଧାନର ଶପଥ ନେଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯେତେବେଳେ “ଲୋକଙ୍କ ଉପରେ ପ୍ରତିଶୋଧ ନିଆଯିବ” ବୋଲି କହୁଛନ୍ତି, ସେତେବେଳେ ଏ ଦେଶର ଆଇନ ନୀରବ ରହୁଛି। ଆଜି ଜେଏନୟୂ ପିଲାଙ୍କ ଉପରେ ଆକ୍ରମଣ ସେହି ପ୍ରତିଶୋଧପରାୟଣତାର ହିଁ ପରିଣତି।

ଆଜି ହିଂସାକାଣ୍ଡ ଚାଲିଥିବା ବେଳେ ଏହାକୁ ବିଜେପି ସରକାରର କିଛି ମନ୍ତ୍ରୀ ନିନ୍ଦା କରିଛନ୍ତି। ହେଲେ ସେମାନଙ୍କ ଜିଭରେ ସେତିକି ହାଡ ନାଇଁ ଯେ ସେମାନେ ପଚାରି ପାରିବେ- ଅମିତ ଶାହାଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ କରୁଥିଲା କଣ? ଛାତ୍ରଛାତ୍ରୀଙ୍କ ରକ୍ତରେ ଆଜି ରାଜଧାନୀର ମାଟି ଭିଜିଛି। ଆମେ ଜାଣୁ, ଏହି ରକ୍ତପାତକୁ ସମର୍ଥନ କରି ଆସନ୍ତା କାଲି ବିଜେପିର ଡିଜିଟାଲ ଗୁଣ୍ଡା ବାହିନୀ ଅଭିଯାନ ଆରମ୍ଭ କରିବେଟ୍ରୋଲ ଓ ଡିଜିଟାଲ ସନ୍ତ୍ରାସବାଦୀମାନେ ଆସନ୍ତାକାଲି କଣ ସବୁ ପୋଷ୍ଟିଂ କରିବେ, ତାର ଚିଠା ଏବେ ଆସି ଯାଇଥିବ। ହେଲେ ଏ ଦେଶର ଛାତ୍ରଛାତ୍ରୀଙ୍କ ରକ୍ତର ମୂଲ୍ୟ ଏତେ ଶସ୍ତା ବୋଲି ଭାବିବା ବିଜେପି ପାଇଁ ଆତ୍ମଘାତି ସାବ୍ୟସ୍ତ ହେବ ନିଶ୍ଚୟ। ମାତ୍ର ୬ ମାସ ତଳେ ପ୍ରବଳ ଜନ ସମର୍ଥନ ପାଇ ନିର୍ବାଚିତ ହୋଇଥିବା ମୋଦୀ ସରକାର ବିରୋଧରେ ଯେଉଁ ଆକ୍ରୋଶ ଏବେ ବଢୁଛି, ସେଥିରେ ଛାତ୍ରଛାତ୍ରୀଙ୍କ ରକ୍ତ ଘିଅ ଭଳି କମ କରିବ 

ଛାତ୍ରଛାତ୍ରୀଙ୍କୁ ପିଟୁଥିବା ଓ ଛାତ୍ରଙ୍କ ରକ୍ତ ବୁହାଉଥିବା ସରକାର ଇତିହାସରେ “ଅସୁର” ହେବାର ଅପଯଶ ଭୋଗିବାକୁ ବାଧ୍ୟ