Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଞ୍ଚ ହେଲା ଦୁନିଆର ସବୁଠୁ ଛୋଟ ଥ୍ରୀଜି ଫୋନ୍‌
ଆଜିର ଖବର

ଲଞ୍ଚ ହେଲା ଦୁନିଆର ସବୁଠୁ ଛୋଟ ଥ୍ରୀଜି ଫୋନ୍‌

January 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମୋବାଇଲ୍‌ କମ୍ପାନୀଗୁଡ଼ିକ ବଡ ସାଇଜ୍‌ର ସ୍ମାର୍ଟଫୋନ୍‌କୁ ବଜାରରେ ପ୍ରବେଶ କରାଉଥିବାବେଳେ ଜିନି ମୋବାଇଲ୍‌ ଦୁନିଆର ସବୁଠାରୁ ଛୋଟ ମୋବାଇଲ୍‌ ଫୋନ୍‌ ଜାନ୍‌କୋ ଟିନି ଟି2ର ଲଞ୍ଚ କରିଛନ୍ତି। ଏହି ଫୋନ୍‌ ଏତେ ଛୋଟ ଯେ, ଏହାର ଚର୍ଚ୍ଚା ଏବେ ଚାରିଆଡେ। ଏହି ଫୋନ୍‌ ସାଇଜ୍‌ ମାତ୍ର ଗୋଟିଏ ଆଙ୍ଗୁଠିର ଲମ୍ବ ସହ ସମାନ । ଏହି ଫୋନ୍‌ ଜାନ୍‌କୋ ଟିନି ଟି1ର ଅପଗ୍ରେଡଡ୍‌ ଭର୍ସନ। ଏଥିରେ 14ଟି ଫିଚର୍‌ ରହିବା ସହିତ କ୍ୟାମେରାର ସୁବିଧା ମଧ୍ୟ ରହିଛି। କମ୍ପାନୀ ଏହି ଡିଭାଇସ୍‌କୁ ୟୁଏସ୍‌ରେ ଲଞ୍ଚ କରିଛି । ଗ୍ରାହକ ଏହି ଫୋନ୍‌ ପାଇଁ ଓ୍ବେବସାଇଟ୍‌ ଜରିଆରେ ବୁକିଂ କରିପାରିବେ । କିନ୍ତୁ ଦୁନିଆର ସବୁଠୁ କୁନି ବା ଛୋଟ ଫୋନ୍‌ର ଦାମ କିନ୍ତୁ ଛୋଟ ନୁହେଁ,  ଏହି ଫୋନ୍‌ର ଦାମର 14ହଜାର503 ଆମେରିକୀୟ ଡଲାର ରହିଥିବାବେଳେ ଭାରତୀୟ ମୁଦ୍ରାରେ ଏହା ପ୍ରାୟ 10,28.635 ଲକ୍ଷ । ଦୁନିଆର ସବୁଠୁ ଛୋଟ ଥ୍ରୀଜି ମୋବାଇଲ୍‌ ଜାନ୍‌କୋ ଟିନି ଟି2 ଦ୍ବାରା ଫଟାଗ୍ରାଫି ମଧ୍ୟ କରିହେବ । ଏହି ମୋବାଇଲ୍‌ରେ ଫଟୋ ଓ ଭିଡିଓ କ୍ୟାପଚର୍‌ କରିହେବ । ଏଥିରେ ଡୁଆଲ୍‌ ଫ୍ରଣ୍ଟ ଓ ରିଅର୍‌ କ୍ୟାମେଲାର ଅପସନ ରହିଛି ।

ଏତଦବ୍ୟତୀତ ଏଥିରେ ମାଇକ୍ରୋଏସଡି କାର୍ଡ ସ୍ଲଟ୍‌ ବି ରହିଛି । ଏଥିରେ 32ଜିବି ପର୍ଯ୍ୟନ୍ତ ମାଇକ୍ରୋ ଏସ୍‌ଡି କାର୍ଡ ବ୍ୟବହାର କରି ଏହାର ଷ୍ଟୋରେଜ୍‌କୁ ମଧ୍ୟ ବଢାଯାଇପାରିବ । ଏଥିରେ ଏଫ୍‌ଏମ୍‌ ରେଡିଓ, ଏମ୍‌ପିଥ୍ରି, ଏପ୍‌ପି4, ପ୍ଲେ ରେଟ୍ରୋ ଗେମ୍ସ, ଆଲାର୍ମ କଲ୍କ, କ୍ୟାଲଣ୍ଡେର ଆଦି ଫିଚର୍ସ ରହିଛି । ଏହା ସହିତ ଏଥିରେ ଫୋନ୍‌ର ସୁରକ୍ଷା ପାଇଁ  ଏସ୍‌ଓଏସ୍‌ ଫିଚରର ସୁବିଧା ମଧ୍ୟ ରହିଛି । ଏଥିରେ ଟକ୍‌ ଏଣ୍ଡ ଟେକ୍ସଟ ଫିଚରର ସୁବିଧା ମଧ୍ୟ ରହିଛି । ଏହି ମୋବାଇଲ୍‌କୁ ଥରେ ଚାର୍ଜ କଲେ ଏହା 6 ଘଣ୍ଟା ପର୍ଯ୍ୟନ୍ତ ଆରାମରେ ଚାଲିପାରିବ । ଏହି ମୋବାଇଲ୍‌ରେ ବ୍ୟାଟେରୀର ଷ୍ଟାଣ୍ଡବାୟ ଟାଇମ୍‌ ସାତଦିନ ରହିଛି ବୋଲି କମ୍ପାନୀ କହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026
Latest News

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.