ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ମାଇକେଲ ଦେବବ୍ରତ ପାତ୍ର

Published: Jan 14, 2020, 2:13 pm IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।  ବିର୍‌ଲା ଆଚାର୍ଯ୍ୟଙ୍କ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାର ପ୍ରାୟ 6 ମାସ ପରେ ଏହି ପଦବୀ ପାଇଁ ନିଯୁକ୍ତି କରାଯାଇଛି। ପୂର୍ବରୁ ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ପାତ୍ର ଜଣେ ଏମପିସି ଭାବେ ପରିଚିତ। ସେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀ ପାତ୍ର ଏହି ପଦବୀରେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତ । ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବେ ଦେବବ୍ରତ ପାତ୍ର । (ଏଜେନ୍ସି)

Related posts