ସିଏଏ ବିରୋଧୀ ଆନ୍ଦୋଳନରେ ସମ୍ପୃକ୍ତିକୁ କପିଲ ଶିବଲଙ୍କ ଅସ୍ବୀକାର

Published: Jan 27, 2020, 7:27 pm IST

ଭୋପାଳ : ସୋମବାର ଇଡି ପକ୍ଷରୁ ସିଏଏ ବିରୋଧୀ ଆନ୍ଦୋଳନ ପ୍ରୟୋଜିତ ଥିବା ନେଇ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍‌ । ଆନ୍ଦୋଳନ ପୂର୍ବରୁ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ପଠାଯାଇଥିଲା । ଇଡି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ବରିଷ୍ଠ କଂଗ୍ରେସ ନେତା ଶିବଲ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ପିଏଫ୍‌ଆଇର ଓକିଲ ରହିଥିବା ଶିବଲ କହିଛନ୍ତି ତାଙ୍କୁ ମିଳିଥିବା ଅର୍ଥ ହାଦିୟା ମାମଲା ପାଇଁ ମିଳିଥିଲା । ଏହା ସହିତ ସିଏଏ ବିରୋଧୀ ଆନ୍ଦୋଳନର କୌଣସି ସମ୍ବନ୍ଧ ନାହିଁ ବୋଲି ଶିବଲ କହିଛନ୍ତି । ଏହା ସହିତ ଏପରି ଖବର ପ୍ରକାଶ କରିଥିବା କାରଣରୁ ଗଣମାଧ୍ୟମ ଏବଂ ଇଡିକୁ ସମାଲୋଚନା କରିଛନ୍ତି ଶିବଲ୍‌ । ଶିବଲଙ୍କ ବ୍ୟତୀତ ହଦିୟା କେସ୍‌ ଲଢିଥିବା ଇନ୍ଦିରା ଜୟସିଂ ଏବଂ ଦୁଷ୍ୟନ୍ତ ଡାଭେଙ୍କୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି ।(ଏଜେନ୍ସୀ)

Related posts