Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଆମ୍ଭେ ଭାରତୀୟମାନେ” ପଚାରୁଛୁ    
ବିଶେଷ ଖବର

“ଆମ୍ଭେ ଭାରତୀୟମାନେ” ପଚାରୁଛୁ    

January 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦେବ ରଞ୍ଜନ

ଆଜି  କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ ନା ନାଗରିକ ? ଏବେ ଅତିଥି ଜଣକ ଘରେ ପଶି ଘର ମାଲିକକୁ ଯଦି ମାଗେ ଘରର ମାଲିକାନାସତ୍ଵର ପ୍ରମାଣ ତେବେ ଏହାକୁ କ’ଣ କୁହାଯିବ ଗଣତନ୍ତ୍ର?

ଦୀର୍ଘ ସତୁରୀ ବର୍ଷ ପରେ ଆଜି ଆମେ ଏକ ନୂତନ ଲଢେଇର ଆରମ୍ଭ ଦେଖୁଛେ । ଆମେ ଆଗରୁ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କ ଆନ୍ଦୋଳନ ଦେଖିଆସିଥିଲୁ । ସମସ୍ତେ ନିଜ ନିଜ ଅଧିକାର ପାଇଁ କିନ୍ତୁ ଅଲଗା ଅଲଗା ଲଢେଇ କରୁଥିଲେ । ଏହି ଏନଆରସି ଓ ଏନପିଆର ବିରୋଧୀ ଅଭିଯାନର ଏକ ଅବଦାନ ହେଲା ଯେ ଆଜି ଏହି ସମସ୍ତ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କୁ ଆମେ ଏକାଠି କରିଦେଇପାରିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ସେହି ସମସ୍ତ ବର୍ଗ ସହିତ ମହିଳା ଓ ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ସଂଖ୍ଯାରେ  ଯୋଗ ଦେଇଚାଲିଛନ୍ତି ।

ଏହି ଆନ୍ଦୋଳନ ମଧ୍ୟରେ ଯେବେ “ଆମେ ଭାରତୀୟ” ସ୍ଲୋଗାନ ଆସୁଛି ସେତେବେଳେ ସମଗ୍ର ଭାରତୀୟଙ୍କ ସମସ୍ଯା ଆମ ସମସ୍ତଙ୍କ ସମସ୍ଯା ତାହା ହିଁ ଏହା ପରର ସ୍ଲୋଗାନ ହେବ । କେବଳ ଯେ ଅଳ୍ପ ସଂଖ୍ୟକର ସମର୍ଥନରେ ଏହି ସ୍ଲୋଗାନ “ଆମେ ଭାରତୀୟ” ଉଠୁଛି ତାହା ନୁହେଁ ଆଗାମୀ ଦିନରେ ଏହା ନିଶ୍ଚିତ ସମସ୍ତ ପ୍ରକାରର ସରକାରୀ ଦମନ ଓ ସ୍ଵାର୍ଥପରତା ତଥା ଏକଛତ୍ରବାଦୀ ନିଷ୍ପତ୍ତି ବିପକ୍ଷରେ ଉଠିବ ।

ଭାରତୀୟ ସମ୍ବିଧାନର ମୁଖବନ୍ଧ କେବଳ  ‘ଧର୍ମନିରପେକ୍ଷତା’ର କଥା କହୁନାହିଁ । ଏହା ମଧ୍ୟ ‘ସମାଜବାଦ’ ଓ ‘ଗଣତନ୍ତ୍ର’ର କଥା କହୁଛି । ଆଜି ଏହି ଧର୍ମନିରପେକ୍ଷତାକୁ ଉଠାଇ ଦେବାର ଉଦ୍ୟମ କରିବା ହେତୁ ଦେଶଭିତରେ ପ୍ରତିବାଦ ଦେଖାଦେଇଛି ।

ଏହାପରେ “ଆମେ ଭାରତୀୟମାନେ” ତ ପଚାରିବୁ ଯେ ଦେଶରେ ବିଗତ ଦିନମାନଙ୍କରେ ହୋଇଥିବା ସମସ୍ତ ଦଙ୍ଗାରେ ଲିପ୍ତ ସେହି ଅପରାଧୀମାନଙ୍କୁ ତୁମେ ସୁରକ୍ଷା କେମିତି ଦେଉଛ? ସେମାନେ ଜେଲରେ ରହିବା ବଦଳରେ ଆଜି କେଉଁଭଳି ନିର୍ଭୟରେ ବୁଲୁଛନ୍ତି ଓ ତୁମ ପାର୍ଟିର ପ୍ରମୁଖ କର୍ମୀ ସାଜିଛନ୍ତି ?

ଏହା ପରେ “ଆମେ ଭାରତୀୟ” ସମାଜବାଦର ସଜ୍ଞା ନେଇ ନିଶ୍ଚୟ ପ୍ରଶ୍ନ କରିବୁ । କେମିତି ଦେଶରେ ଦରଦାମ ବୃଦ୍ଧି, ବେକାରୀ ଓ ପୁଷ୍ଟିହୀନତା ବଢୁଥିଲା ବେଳେ ମୁକେଶ ଆମ୍ବାନୀ ଓ ଆଦାନିଙ୍କ ସମ୍ପତ୍ତି ବଢିବାରେ ଲାଗିଛି ? ସରକାର ଲୋକଙ୍କୁ କାମ ଓ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅସମର୍ଥ ହେଉଛି । କିନ୍ତୁ ସାଧାରଣଲୋକଙ୍କ ଜୀବନ ରେଖା ସାଜିଥିବା ରେଳ ବିଭାଗ ହେଉ ଅଥବା ଜାତୀୟତାର ଓ ଦେଶର ସୁରକ୍ଷା ଲାଗି ଗଠିବା ପ୍ରତିରକ୍ଷା ବିଭାଗକୁ ସେହି ସବୁ ମୁଷ୍ଟିମେୟ କମ୍ପାନୀମାନଙ୍କୁ ବିକ୍ରିକରିଦେବାରେ (ନୂଆ ପ୍ରାଇଭେଟ ଟ୍ରେନ ପ୍ରଚାଳନ ଓ ଯୁଦ୍ଧଅସ୍ତ୍ର ନିର୍ମାଣ ଲାଗି) ଲାଗିଛନ୍ତି ?

“ଆମ୍ଭେ ଭାରତୀୟ”, We The People, ଏହା ପରେ ସରକାରଙ୍କୁ ନିଶ୍ଚେ ତ ଏ ସବୁର ଉତ୍ତର ମାଗିବୁ ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.