Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର
ବିଶେଷ ଖବର

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Impact of Cyclone ‘Arnab’: Administrative preparations intensified to airlift those stranded by floodwaters
Impact of Cyclone ‘Arnab’: Administrative preparations intensified to airlift those stranded by floodwaters

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଅନେକ କ୍ଷୟକ୍ଷତି ଘଟିଥିବା ବେଳେ ବିଶେଷକରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏହି ପ୍ରଳୟଙ୍କରୀ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ହୋଇ ରହିଥିବା ପ୍ରାୟ ୧୨୦ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ନିମନ୍ତେ ତୁରନ୍ତ ଏୟାରଲିଫ୍ଟ କରାଯିବ।

ପ୍ରଶାସନିକ ତଥ୍ୟ ଅନୁଯାୟୀ, ବାତ୍ୟା ପରେ ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକାଂଶରେ ଅଭୂତପୂର୍ବ ବର୍ଷା ରେକର୍ଡ କରାଯାଇଛି। କେବଳ ଗଞ୍ଜାମର ପାତ୍ରପୁର ବ୍ଲକରେ ପ୍ରାୟ ୫୪୬ ମିଲିମିଟର ବର୍ଷା ହୋଇଛି, ଯାହାକି ବାର୍ଷିକ ସ୍ୱାଭାବିକ ବର୍ଷାର ଏକ ବଡ଼ ଅଂଶ ସହ ସମାନ। ସେହିପରି ଗଜପତି ଜିଲ୍ଲାର ମୋହନା ଏବଂ ସାନଖେମୁଣ୍ଡି ଅଞ୍ଚଳରେ ଯଥାକ୍ରମେ ୩୦୭ ଏବଂ ୩୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତେମାତ୍ରାରେ ଅବିରତ ବର୍ଷା ହେତୁ ସ୍ଥାନୀୟ ନଦୀଗୁଡ଼ିକରେ ବନ୍ୟାଜଳ ମାଡ଼ିଆସିଛି ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜଳର ସ୍ରୋତ ଏବଂ ବେଗ ଅତ୍ୟନ୍ତ ଅଧିକ ରହିଛି। ସ୍ଥିତି ଏପରି ହୋଇଛି ଯେ, ବନ୍ୟାଜଳରେ ଉଦ୍ଧାର କାର୍ଯ୍ୟ ପାଇଁ ସାଧାରଣ ଡଙ୍ଗା ଚଳାଚଳ କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ପ୍ରାୟ ୪୨,୫୦୦ ଏବଂ ଗଜପତି ଜିଲ୍ଲାର ୭ଟି ବ୍ଲକର ପ୍ରାୟ 20,000 ଲୋକ ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜନସାଧାରଣଙ୍କୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ କ୍ୟାମ୍ପ୍ କରାଯାଇଛି।

ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଲୋଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରାଳୟ ସହ ଆଲୋଚନା କରାଯାଇ କୋଷ୍ଟଗାର୍ଡର ସ୍ୱତନ୍ତ୍ର ହେଲିକପ୍ଟର ମାଧ୍ୟମରେ ଚାରୋଟି ଭିନ୍ନ ସ୍ଥାନରୁ ସମୁଦାୟ ୧୨୦ ଜଣ ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯିବ। ଅନ୍ୟପକ୍ଷରେ, ଏହି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ରେଳବାଇ ବ୍ରିଜ୍ ଉପରେ ପାଣି ଚାଲିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏବଂ ଟ୍ରେନ୍ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ଯାତ୍ରୀମାନଙ୍କୁ ସୁବିଧା ଯାଇଦେବା ଏବଂ ସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ ପ୍ରଶାସନ ରେଳବାଇ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ପରିଚାଳନା କରାଯାଉଛି।

‘ଅର୍ଣ୍ଣବ’ ଜଳବନ୍ଦୀ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ନଭେମ୍ବର ୨ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

October 29, 2026

ଶ୍ରମନ୍ଦିରରେ ଭକ୍ତଙ୍କ ଧାଡି ଦର୍ଶନ ପାଇଁ ଆରମ୍ଭ ହେଲା ପଦକ୍ଷେପ, ନିର୍ମାଣ ହେଲା କାଠର ବ୍ୟାରିକେଡ

October 29, 2026

ଆଗାମୀ ୨୪ ଘଣ୍ଟାରେ ପୁଣି ଏକ ଲଘୁଚାପ

October 29, 2026
Latest News

ଅକଲ୍ୟାଣ୍ଡ ଟି-୨୦: ବୈଭବ ବନାମ ଇଶାନ, ପ୍ଲେଇଂ-୧୧ ରୁ କାହାର କଟିବ ପତ୍ତା?

October 29, 2026

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026

୧୫ ବର୍ଷ ବୟସରେ WPL କଣ୍ଟ୍ରାକ୍ଟ ପାଇଲେ ଉମା କାଶ୍ୱୀ: ବୈଭବ ସୂର୍ଯ୍ୟବଂଶୀ ଭଳି ରଚିଲେ ଇତିହାସ

October 29, 2026

ନଭେମ୍ବର ୨ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.