Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାଗର ତ୍ରିପଲ୍‌ ମର୍ଡର କେସ୍‌ : ଟଙ୍କା ପାଇଁ ମା’-ବାପା ଭାଇର ହତ୍ୟା କରିଥିଲା ନାବାଳକ
ଅପରାଧ

ସାଗର ତ୍ରିପଲ୍‌ ମର୍ଡର କେସ୍‌ : ଟଙ୍କା ପାଇଁ ମା’-ବାପା ଭାଇର ହତ୍ୟା କରିଥିଲା ନାବାଳକ

January 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଚର୍ଚ୍ଚିତ ତ୍ରିପଲ୍‌ ମର୍ଡର କେସ୍‌ର ପର୍ଦ୍ଦାଫାସ ହୋଇଛି । ଜାନୁଆରୀ 24 ତାରିଖରେ ଘଟିଥିବା ଏହି ଘଟଣାରେ ବାପା-ମା‘ଙ୍କ ସମେତ ସାନ ପୁଅର ହତ୍ୟା ହୋଇଥିଲା । 12 ବର୍ଷୀୟ ନାବାଳକ ଜଣକ ଏହି ଘଟଣା ଘଟାଇଥିଲେ । ନାବାଳକ ଜଣକ ସାମାନ୍ୟ କେତୋଟି ଟଙ୍କା ପାଇଁ ନିଜ ରକ୍ତ ସମ୍ପର୍କକୁ ତୁଚ୍ଛ କରି ଏଭଳି କାଣ୍ଡ ଘଟାଇଥିବାର ପୋଲିସ୍‌ ସ୍ପଷ୍ଟ କରିଛି । ଘଟଣାଦିନ ମା’ଙ୍କୁ 1500ଟଙ୍କା ମାଗିଥିବାବେଳେ ମା’ ଦେବାକୁ ମନା କରିଥିଲେ । ଏହାପରେ ମା’ଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ରାଗରେ ସେ ତାଙ୍କ ମା’ଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଦେଲେ । ଏହାର କିଛି ସମୟ ପରେ ତାଙ୍କ ବାପା ଯେତେବେଳେ ଘରେ ପହଞ୍ଚିଲେ, ସେ ତାଙ୍କ ପିତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ନାବାଳକଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଘରେ ତାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଥିବାବେଳେ ନାବାଳକ ଜଣକ ଟିଭି ସାଉଣ୍ଡ ବଢାଇ ତାଙ୍କ ବାପାଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେତେବେଳେ ତାଙ୍କର ସାନ ଭାଇ ଘରେ ପହଞ୍ଚିଲେ, ସେ ତାଙ୍କୁ ସମସ୍ତ ଘଟଣା କହିଲେ, ସାନ ଭାଇ ସବୁ ଜାଣିସାରିବା ପରେ ଯେତେବେଳେ କାନ୍ଦିବା ଆରମ୍ଭ କଲେ, ରାଗରେ ତାଙ୍କ ସାନଭାଇଙ୍କ ଗଳା ଚିପି ମଧ୍ୟ ତାକୁ ହତ୍ୟା କରିଦେଇଥିଲେ ନାବାଳକଜଣକ ।

ହତ୍ୟା ପରେ ବି ସେ ଘରେ ପ୍ରାୟ ଚାରିଦିନ ପର୍ଯ୍ୟନ୍ତ ରହୁଥିଲେ, କିନ୍ତୁ ରାତ୍ରି ସମୟରେ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଥିଲେ । ତା’ ପରଦିନ ଅର୍ଥାତ୍‌ 25 ତାରିଖ ଦିନ ସ୍କୁଲର ବିଦାୟକାଳୀନ ଉତ୍ସବରେ ସେ ଖୁସିରେ ସାମିଲ୍‌ ହେବା ସହିତ ସାଙ୍ଗମାନଙ୍କ ସହ ଫଟୋଶୁଟ୍‌ ମଧ୍ୟ କରିଥିଲେ । ଏହି ସମୟରେ ସେ ପାଞ୍ଚ ହଜାର ଟଙ୍କାର ପୋଷାକ ପିନ୍ଧିଥିବାର ଜଣାପଡିଥିଲା । ଏତଦ୍‌ବ୍ୟତୀତ ଜାନୁଆରୀ 26 ସାଧାରଣତନ୍ତ୍ର ଉତ୍ସବରେ ମଧ୍ୟ ସାମିଲ୍‌ ରହିଥିଲା ।  ଘଟଣା ଘଟିବାର ଚାରି ଦିନ ପରେ ଅର୍ଥାତ୍‌ ଜାନୁଆରୀ 28 ତାରିଖରେ  ବନ୍ଦ ଘରୁ ପଚା ଗନ୍ଧ ଆସୁଥିବାର ଜାଣି ଜଣେ ପଡୋଶୀ ପୋଲିସ୍‌ରେ ଖବର ଦେଇଥିଲେ । ପୋଲିସ୍‌ ତାଲା ଭାଙ୍ଗି ଘରେ ପ୍ରବେଶ କରି  ତିନିଜଣଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା । ପରେ ଘଟଣାର ତଦନ୍ତ ଚଳାଇଥିଲା ।  ଘଟଣାର ଯାଞ୍ଚ ପରେ ଘରର ବଡପୁଅ ଅର୍ଥାତ୍‌ ଅଭିଯୁକ୍ତ ନାବାଳକ ଜଣକ ଘରୁ ଫେରାର ରହିଥିବାର ଜଣାପଡିଥିଲା । ପୋଲିସ୍‌ ନାବାଳକ ଜଣଙ୍କୁ ଅଟକ ରଖିବା ସହିତ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ । ପରିଶେଷରେ ନାବାଳକ ଜଣକ ନିଜ ଅପରାଧର ବୟାନ କରିଥିଲେ। ମାତ୍ର 1500ଟଙ୍କା ପାଇଁ ପୂରା ପରିବାରକୁ ଶେଷ କରିଦେଇଛନ୍ତି ନାବାଳକଜଣକ । ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହିତ ଅଭିଯୁକ୍ତ ଜଣକ କୁସଙ୍ଗରେ ପଡିବା ସହିତ ନିଶା ସେବନ କରୁଥିଲା ବୋଲି ସୂଚନା ଦେଇଛି। ପୋଲିସ୍‌ ନାବାଳକଙ୍କୁ ଗିରଫ କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Latest News

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.