Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୁର୍ନୀତିର ଗନ୍ତାଘର ପାଲଟିଛି ଜଡତିରା ପଞ୍ଚାୟତ : ମୃତ୍ୟୁ ପୂର୍ବରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ହଡପ
ଆଞ୍ଚଳିକ

ଦୁର୍ନୀତିର ଗନ୍ତାଘର ପାଲଟିଛି ଜଡତିରା ପଞ୍ଚାୟତ : ମୃତ୍ୟୁ ପୂର୍ବରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ହଡପ

February 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ଓ ଦୁର୍ନୀତିଖୋର୍ କୁଜିନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ । ଏପରିକି ରାଜ୍ୟରେ “5 ଟି”ର ଡିଣ୍ଡିମ ବାଜୁଥିବା ବେଳେ ତିର୍ତ୍ତୋଲ ବ୍ଲକରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଏପରିକି ଲୋକର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ନାଁରେ ମିଥ୍ୟାବିଲ୍ କରି ମୃତ୍ୟୁ ସହାୟତା ରାଶିକୁ ମଧ୍ୟ ଖାଇଯାଉଛନ୍ତି। ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ୍ ଜଡତିରା ପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନାନୂଯାୟୀ ଉକ୍ତ ପଞ୍ଚାୟତର 2ନଂ ୱାର୍ଡର ବାସିନ୍ଦା ଶେଷଦେବ ନାଥଶର୍ମାଙ୍କର 27.01.2019ରେ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଶେଷଦେବଙ୍କ ମୃତ୍ୟୁର 4 ମାସ ପୂର୍ବରୁ 15.9.2018ରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁ ସହାୟତା ରାଶି ବାବଦକୁ 2000 ଟଙ୍କା ତାଙ୍କ ବୋହୁ ନାଁରେ ଉଠାଇ ନେଇଛନ୍ତି ବୋଲି ପଂଚାୟତ ଅଫିସରେ ବିଲ୍ ହୋଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ମୃତ ଶେଷଦେବଙ୍କର ପୁଅ ବିବାହ କରିନାହାନ୍ତି । ପୁଅ ଅବିବାହିତ ଥିବା ବେଳେ ବୋହୂ କିପରି ମୃତ୍ୟୁର 4 ମାସ ପୂର୍ବରୁ ମୃତ୍ୟୁ ସହାୟତା ରାଶି ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ମୃତ ଶେଷଦେବଙ୍କ ପରିବାର ଲୋକ ଏହି ସହାୟତା ରାଶି ପାଇନାହାଁନ୍ତି ବୋଲି ଜଣାପଡିଛି। ଏଠି ପ୍ରଶ୍ନ ଉଠୁଛି ଶେଷଦେବଙ୍କ ପୁଅ ଯଦି ବିବାହ କରିନାହିଁ ତାହାଲେ ବୋହୁ କେମିତି ସହାୟତା ରାଶି ନେଇଗଲେ ? ପୁଣି 4ମାସ ପୂର୍ବରୁ କିଏ ଦେଲେ ଓ କେମିତି ପଂଚାୟତ ଅଫିସରେ ଏନେଇ ବିଲ୍ ହେଲା ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି। ଏହି ଦୁର୍ନୀତି ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି ଉକ୍ତ ପଂଚାୟତର ଜନୈକ ଯୁବକ। ସୂଚନାଧିକାର ଆଇନ ବଳରେ ତଥ୍ୟ ପାଇବା ପରେ ଏପରି ଏକ ଦୁର୍ନୀତି ହୋଇଛି ବୋଲି ଜଣାପଡିଥିଲା। ଏହି ଦୁର୍ନୀତି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁକାଳିନ ସହାୟତା ରାଶି ବାବଦକୁ ଅନେକ ଲୋକଙ୍କ ନାମରେ ଜାଲିଆତି କରାଯାଇ ଅର୍ଥ ହଡପ କରାଯାଇଥିବା କୁହାଯାଉଛି। ତଦନ୍ତ କରାଗଲେ ଉକ୍ତ ପଂଚାୟତର ଏହିପରି ଅନେକ ଦୁର୍ନୀତି ପର୍ଦ୍ଦାଫାସ୍ ହୋଇପାରିବା ସହିତ ଏହାର ଚେର କେଉଁଯାଏ ଲମ୍ବିଛି ଜଣାପଡନ୍ତା ବୋଲି ଚର୍ଚ୍ଚା ହେଉଛି।

jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Latest News

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.