Categories
ବିଶେଷ ଖବର ରାଜ୍ୟ ଖବର

ଜଗତସିଂହପୁରରେ ୨୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ଏହାବ୍ୟତୀତ ୪୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ଏହାଦ୍ବାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ . ଏଥି ପାଇଁ ଆମେ କାମ କରୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ।

ଜଗତସିଂହପୁର ମା ଶାରଳା ଓ ଙ୍କ ପୀଠ ମାତୃ ପୀଠଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାରାଦୀପ ଠାରେ ବିଜୁ ବାବୁ ଓଡିଶାର ଶିଳ୍ପ ବିକାଶ ପାଇଁ ଭିତ୍ତି ରଖିଥିଲେ। ପାରାଦୀପ ଆଜି ଦେଶର ଏକ ସମୃଦ୍ଧ ବନ୍ଦର ଭାବରେ ଅନେକ ସୁଯୋଗ ସୃଷ୍ଟି କରିଛି ଏବଂ ଆମ ଅର୍ଥନୀତିର ଜୀବନରେଖା ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ଶାରଳାଙ୍କ ପୀଠ ହେଉଛି ମାତୃ ପୀଠ। ଜିଲ୍ଲାର ମିଶନ ଶକ୍ତିର ମା ମାନେ ଆଜି ବିକଶର ସାରଥୀ ହୋଇଛନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବା ସହିତ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୧ କୋଟି ଟଙ୍କା ଓ ବ୍ଲକ୍‌ ସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ଏକ ରିଭଲ୍‌ଭିଂ ଫଣ୍ଡର ବ୍ୟବସ୍ଥା ରଖାଯାଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ସ୍ବାସ୍ଥ୍ୟସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଆମର ନୀତି ହେଉଛି ପ୍ରତି ଜୀବନ ମୂଲ୍ୟବାନ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶ ପାଇଁ ଏକ ମଡେଲ ହୋଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ୮ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ୧୬୦୦ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨ଟି ସ୍କୁଲର ରୂପାନ୍ତର କରାଯାଇଛି ଏବଂ ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସ୍କୁଲକୁ ରୂପାନ୍ତରଣ କରାଯିବ।

ମା ଶରଳା ମନ୍ଦିରକୁ Integrated Development of Heritage & Monuments, and Tourists Destination ଯୋଜନାରେ ସାମିଲ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା ଙ୍କ ପୀଠର ଉନ୍ନତି ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଏବଂ 2023 ଡିସେମ୍ବର ସୁଦ୍ଧା ଏହି କାମ ସଂପୂର୍ଣ୍ଣ ହେବ ।

ଏହି କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ଶ୍ରୀ ସମ୍ବତ ରାଉତରାୟ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଂକର ଦାସ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ବିକାଶର ଅଗ୍ରଦୂତ ଭାବେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଯୋଗୁ ଓଡିଶା ଆଜି ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ କରିପାରିଛି। ଜଗତସିଂହପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁ ସାରା ଜିଲ୍ଲାବାସୀଙ୍କ ପକ୍ଷରୁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।ଜଗତସିଂହପୁର ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୯୭ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୧୦୨

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯେପରି କମିବାର ନାଁ ଧରୁନି। ଗତକାଲି ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୧୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ନାଉଗାଁ ବ୍ଲକରୁ ୧୧ଜଣ, ରଘୁନାଥପୁର ବ୍ଲକରୁ ୧୫ଜଣ, ପାରାଦ୍ଵୀପରୁ ୪ଜଣ ଓ ଅନ୍ୟ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୦୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୦ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ବର୍ତ୍ତମାନ ୯୪୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୯ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୭୫

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଗତକାଲି ୯୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୦୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୧୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨୦ଜଣ, ନାଉଗାଁ ବ୍ଲକରୁ ୮ଜଣ, କୁଜଙ୍ଗ ବ୍ଲକରୁ ୩୨ଜଣ, ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୧୨ଜଣ, ପାରାଦ୍ଵୀପରୁ ୧୨ଜଣ ଓ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୬୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୯ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୮୨୫  ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର : ଦିନକୁ ଦିନ ବୃଦ୍ଧି ପାଉଥିବା ଏହି କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ ଚିହ୍ନଟ ହେବା ସହ ଏରସମା,ବିରିଡି, ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଓ ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ସମସ୍ତ ୪ଜଣ ଆକ୍ରାନ୍ତ କ୍ଲଷ୍ଟର ଲେବଲ୍ ଟି.ଏମ୍.ସିରୁ ଚିହ୍ନଟ ହୋଇଛନ୍ତି।

ନୂତନ ୨୦ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨୪ଜଣ ସୁସ୍ଥ ହେବାସହ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୧୫୫ଜଣ ଆକ୍ରାନ୍ତ ଆକ୍ଟିଭ୍ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା 614କୁ ବୃଦ୍ଧି

ରମେଶ ମହାନ୍ତି

ଜଗତସିଂହପୁର, ଆଜି ଜଗତସିଂହପୁର ଜିଲ୍ଲାରୁ 2 ଜଣ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା 614ରେ ପହଞ୍ଚିଛି। ଏଯାବତ ଜିଲ୍ଲାରେ 425 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 187 ରହିଛି। ଜିଲ୍ଲାରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଏବଂ ଅନ୍ୟ ଜଣେ ପାରାଦୀପ ମ୍ୟୁନିସିପାଲିଟି ଅଞ୍ଚଳର ବୋଲି ଜଗତସିଂହପୁର ଜିଲ୍ଲାପାଳ ଟୁଇଟ କରି ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟାକଲା ନୃଶଂସ ସ୍ୱାମୀ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତର ମାଳିତୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆ ରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ ମାଳିତୋଟା ଗ୍ରାମର ଶାରଦା ଆଚାର୍ଯ୍ୟ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ପିଙ୍କି ଆଚାର୍ଯ୍ୟଙ୍କୁ ଚାହା କରିବାକୁ କହିଥିଲେ। କିନ୍ତୁ ପିଙ୍କି ଚାହା ନ କରିବାରୁ ଶାରଦା ଉତକ୍ଷିପ୍ତ ହୋଇ ଏକ କାଠଫଳିଆ ସାହାଯ୍ୟରେ ପିଙ୍କିକୁ ବାଡେଇ ମାରିଦେଇଥିବା ତାର କୁନିପିଲା ଦୁଇଟି ପ୍ରକାଶ କରିଥିବା ଜଣାପଡିଛି। ଶାରଦାର କିଛି ରୋଜଗାର ନଥିବା ବେଳେ ସେ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ସେବନ କରୁଥିବା ଓ ନିଶାସକ୍ତ ଅବସ୍ଥାରେ ସେ ବାରମ୍ବାର ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା ବୋଲି ସ୍ଥାନିୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି। ତାଙ୍କର ଦୁଇଟି ଛୋଟ ପିଲା ଗୋଟିଏ ୫ବର୍ଷର ପୁଅ ଓ ଅନ୍ୟଜଣେ ୩ବର୍ଷର ଝିଅ ଥିବା ଜଣାପଡିଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି।ତେବେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଶାରଦା ଆଚାର୍ଯ୍ୟକୁ ଗିରଫ କରିବା ସହ ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରୁ ଆଜି ୩୫ ପଜିଟିଭ୍ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୨ଜଣ, ବିରିଡ଼ି ବ୍ଲକରୁ ୨ଜଣ, ଜଗତସିଂହପୁର ବ୍ଲକରୁ ୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ ଓ ରଘୁନାଥପୁର ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି।

ସେହିପରି ପାରାଦ୍ବୀପରୁ ବାହାରିଥିବା ୧୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ କ୍ୱାରେଣ୍ଟାଇନରେ ଥିଲେ ,ତାଙ୍କ ମଧ୍ୟରୁ ୧୩ଜଣ ବିହାର,ଜଣେ ରାଜସ୍ଥାନ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ୨ଜଣ ଆଇ.ଓ.ସି.ଏଲ୍ ଟେକନିସିଆନ ଅଟନ୍ତି। ଆଉ ୨ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ।

ବାଲିକୁଦାରୁ ବାହାରିଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ କ୍ଲଷ୍ଟର୍ ଲେବଲ୍ ଟି.ଏମ୍.ସି ଥିବା ବେଳେ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ଓ ସେମାନେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ହରିଆଣା, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଫେରନ୍ତା ପ୍ରବାସୀ ଅଟନ୍ତି। ସେହିପରି ବିରିଡିରୁ ବାହାରିଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୱେଷ୍ଟବେଙ୍ଗଲ ଓ ଆଉଜଣେ ଗଜପତି ରୁ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ୨ଜଣଯାକ ଟି.ଏମ୍.ସି ରେ ଥିଲେ।

ସେହିପରି ଜଗତସିଂହପୁର ବ୍ଲକରୁ ବାହାରିଥିବା ୨ଜଣ ଆକ୍ରାନ୍ତ ୱେଷ୍ଟବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ଫେରନ୍ତା ପ୍ରବାସୀ ହୋଇଥିବା ସେମାନେ ଟି.ଏମ୍.ସି ରେ ଥିଲେ। ଜଗତସିଂହପୁର ମ୍ୟୁନିସିପାଲିଟିରୁ ବାହାରିଥିବା ୨ଜଣ ଆକ୍ରାନ୍ତ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଫେରନ୍ତା ପ୍ରବାସୀ ହୋଇଥିବାବେଳେ ସେମାନେ ଟି.ଏମ୍.ସି ରେ ଥିଲେ। ସେହିପରି ରଘୁନାଥପୁରରୁ ବାହାରିଥିବା ଆକ୍ରାନ୍ତ ଜଣକ ୱେଷ୍ଟବେଙ୍ଗଲ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ସେ ଟି.ଏମ୍.ସି ରେ ଥିଲେ। ସେହିପରି ଜିଲ୍ଲାରେ ସମୁଦାୟ ୫୬୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧୮୭ ଜଣ ଆକ୍ରାନ୍ତ ଆକ୍ଟିଭ୍ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦୀପ ଆଇଓସିଏଲ ରିଫାଇନେରୀ ଓ ଏଲଏଣ୍ଡଟିର 2ଟି କଲୋନିରେ 144 ଧାରା ଜାରି

ରମେଶ ମହାନ୍ତି

ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର ଦୁଇଟି କଲୋନୀ ଅଭୟଚନ୍ଦ୍ରପୁର ଓ ବଗଡିଆରେ 144 ଧାରା ଜାରି କରିଛନ୍ତି। ଏଲ ଏଣ୍ଡ ଟି କମ୍ପାନିରେ କାମ କରୁଥିବା କିଛି ଲୋକ ପ୍ରାଶାସନିକ ନିର୍ଦ୍ଦେଶ ମାନୁ ନଥିବାରୁ ସେଠାରେ 144 ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଏହି ସମୟରେ 144 ଧାରା ଜାରି କରାଯାଇଥିବା ଅଞ୍ଚଳରେ ବାହାରୁ କାହାରିକୁ ଯାତାୟତ ଅନୁମତି ଦିଆଯିବ ନାହିଁ ଏବଂ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଅଞ୍ଚଳ ପ୍ରତି ନିୟମିତ ନଜର ରଖିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସେଠାରେ ରହି ସ୍ଥିତି ତଦାରଖ କରୁଛନ୍ତି।

ଏଥିରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ଜିଲ୍ଲବାସୀଙ୍କୁ ନିବେଦନ କରିଛନ୍ତି। ଜଗତସିଂହପୁର ବାସୀ କରୋନା ମହାମାରୀ ନେଇ ସଚେତନ ଥିବା କଥା କହି ଜିଲ୍ଲାପାଳ ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବିଶେଷ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ ଦାସ ଥରେ ମନ୍ତ୍ରୀ ହୋଇଥିଲେ। ସେ ଜଗତସିଂହପୁରରୁ 5ଥର, ତିର୍ତ୍ତୋଳରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ସ୍ବଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଷ୍ଣୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

9 ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି
ଜଗତସିଂହପୁର : ଆଜି ସକାଳେ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ 9 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟକରେ ତିର୍ତ୍ତୋଲ ବ୍ଲକ୍‌ରୁ 7 ଜଣ ଏବଂ ନାଉଗାଁ ବ୍ଲକ୍‌ରୁ 2ଜଣ ରହିଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର, 3 ଜଣ ତାମିଲନାଡୁ, ପଶ୍ଚିମବଙ୍ଗ ଓ ହରିୟାଣାରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଥିଲା । ସେହିପରି ନାଉଗାଁରୁ ଚିହ୍ନଟ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଦୁଇ ଆକ୍ରାନ୍ତ ଜଗତସିଂହପୁର ଆସିବା ପୂର୍ବରୁ ସମ୍‌ରେ ନିଜର କରୋନା ପରୀକ୍ଷଣ କରାଇଥିଲେ ଏବଂ ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା 7ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟରା ପଞ୍ଚାୟତରୁ 5ଜଣ ଓ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 2ଜଣ ବୋଲି ଜଣାପଡିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ 167ରେ ପହଞ୍ଚିଛି । ଏହା ମଧ୍ୟରୁ 87 ଜଣ ସୁସ୍ଥ ହୋଇସାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 80 ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି
ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 33 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 68 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 62 ରହିଛି । ସମସ୍ତ ଆକ୍ରାନ୍ତ ମାନେ ଲକ୍ଷଣ ବିହୀନ ରହିଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ 8 ଜଣ ଆକ୍ରାନ୍ତ ରହିଥିବା ବେଳେ କୁଜଙ୍ଗରୁ 3 ଜଣ ଆକ୍ରାନ୍ତ ରହିଛନ୍ତି । ନାଉଗାଁରୁ 18 ଜଣ ଆକ୍ରାନ୍ତ ରହିଥିବା ବେଳେ ରଘୁନାଥପୁର ଏବଂ ତିର୍ତ୍ତୋଲରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ପାରାଦୀପ ଏବଂ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ପଠାଯିବାର ବନ୍ଦୋବସ୍ତ କରାଯଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

8 ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ବାହାରିଥିବା 8 ଜଣ ଆକ୍ରାନ୍ତଙ୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟରେ ରଘୁନାଥପୁର ବ୍ଲକରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବିରିଡି ବ୍ଲକର 5ଜଣଙ୍କ ମଧ୍ୟରୁ 4ଜଣ ଗୁଜୁରାଟ ଫେରନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଏବଂ ତିର୍ତ୍ତୋଲ ବ୍ଲକରୁ 2ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତିର୍ତ୍ତୋଲ ବ୍ଲକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୃଷ୍ଣାନନ୍ଦପୁର ପଞ୍ଚାୟତର ହୋଇଥିବା ବେଳେ ଅନ୍ୟ ଜଣେ କୋଲର ପଞ୍ଚାୟତର ବୋଲି ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ କିମ୍ସ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ୬ଜଣ କରୋନା ପଜିଟିଭ୍ ଚିହ୍ନଟ

ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ୬ଜଣ ପଜିଟିଭ୍ ବାହାରିଛନ୍ତି । ସମସ୍ତ ୬ଜଣ ଆକ୍ରାନ୍ତ ଟି.ଏମ୍.ସି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉକ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ବାଲିକୁଦା ଅଂଚଳର ହୋଇଥିବା ବେଳେ ଜଣେ ତିର୍ତ୍ତୋଲ ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଜଣକ ସାମନ୍ତରାପୁର ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି ।ସମସ୍ତ ୬ଜଣ ଆକ୍ରାନ୍ତଙ୍କୁ ତୁରନ୍ତ କିମ୍ସ୍ ହସପିଟାଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଦୁଇ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ସକାଳୁ ରାଜ୍ୟରୁ ୬୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଜଗତସିଂହପୁର ଜିଲ୍ଲାରୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। ଆଜିର ଦୁଇ ଆକ୍ରାନ୍ତ ଉଭୟ ପୁରୁଷ ଏବଂ ଉଭୟଙ୍କ ବୟସ ଯଥାକ୍ରମେ ୫୯ ଏବଂ ୬୦। ଦୁଇ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ୍‌ର ଏବଂ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ଉଭୟ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଥିବା ଜଣାପଡିଛି। ଉଭୟଙ୍କୁ କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବାବ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କାହାରିକୁ ଘରକୁ ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଳା ପ୍ରଶାସନ

ରମେଶ ମହାନ୍ତି
ଜଗତସିଂହପୁର : ଆଜି ସକାଳୁ 76 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହ ମଧ୍ୟରେ ଜଗତସିଂହପୁର ଜିଲ୍ଲାର 6 ଜଣ ଆକ୍ରାନ୍ତ ରହିଥିଲେ । ଜିଲ୍ଲାର 6 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ବିଟ୍‌ କରାଯାଇ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 22 ତାରିଖ ଦିନ ପରୀକ୍ଷଣ ପାଇଁ ଯାଇଥିବା 208 ନମୂନାରୁ ଏହି 6 ଜଣ ଆକ୍ରକାନ୍ତଙ୍କ ନମୂନା ପଜିଟିଭ୍‌ ଆସିଛି । ସମସ୍ତ ଆକ୍ରାନ୍ତ ତିର୍ତ୍ତୋଲ ବ୍ଲକ୍‌ର ଏବଂ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ସମସ୍ତଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି 23 ତାରିଖରେ ପରୀକ୍ଷଣ ପାଇଁ ଯାଇଥିବା ସମସ୍ତ 206 ନମୂନା ନେଗେଟିଭ୍‌ ରହିଛି ବୋଲି ଜିଲ୍ଲାପାଳ ଟ୍ବିଟ୍‌ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରେ ଆମ୍ପାନ୍‌ ମୁକାବିଲା: 9ଟା ସୁଦ୍ଧା ଜିଲ୍ଲାରେ ବିଦ୍ୟୁତ୍‌ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ ହେବ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଆମ୍ପାନ ପରବର୍ତ୍ତୀ ପରସ୍ଥିତିର ମୁକାବିଲା ଜାରି ରହିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନବ୍ୟବସ୍ଥିତ ପ୍ରକ୍ରିୟା ଜାରି ରହିଛି। ପାରାଦୀପ-କଟକ ରାଜ୍ୟ ରାଜପଥକୁ ସଫା କରାଯାଇଥିବା ବେଳେ ପାରାଦୀପ, ଜଗତସିଂହପୁର, ଏରସମା ଏବଂ ବାଲିକୁଦାର ସମସ୍ତ ରାସ୍ତାରେ ପଡିଥିବା ଗଛ ଗୁଡିକୁ ସଫା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ହସ୍ପିଟାଲରେ ବିଦ୍ୟୁତ୍‌ ବ୍ୟବସ୍ଥା ସଂରକ୍ଷିତ କରାଯାଇଥିବା ବେଳେ ରାତି 9ଟା ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟୁତ୍‌ ବ୍ୟବସ୍ଥା ଫେରାଇ ଆଣିବାର ପ୍ରୟାସ କରାଯାଉଥିବା ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ସମସ୍ତ ରେଳପଥ ଏବଂ ରାସ୍ତାରେ ପଡିରହିଥିବା ଗଛ ଗୁଡିକ ସଫା କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

୨୪ ଘଣ୍ଟାରେ ଜଗତସିଂହପୁରକୁ ଫେରିଛନ୍ତି ୬୮୫ ପ୍ରବାସୀ

ରମେଶ ମହାନ୍ତି
ଜଗତସିଂହପୁର : ଗତକାଲି ଏବଂ ଆଜି ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୬୮୫ଜଣ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ ୪୪ଜଣ, ଜଗତସିଂହପୁର ବ୍ଲକକୁ ୮୬ଜଣ, ଜଗତସିଂହପୁର ପୈାର ପରିଷଦକୁ ୭ଜଣ, ବାଲିକୁଦା ବ୍ଲକକୁ ୧୦୩ଜଣ, କୁଜଙ୍ଗ ବ୍ଲକକୁ ୭୭ଜଣ, ଏରସମା ବ୍ଲକକୁ ୧୩୧ ଜଣ, ତିର୍ତୋଲ ବ୍ଲକକୁ ୧୪୫ ଜଣ, ରଘୁନାଥପୁର ବ୍ଲକକୁ ୬୬ଜଣ, ବିରିଡି ବ୍ଲକକୁ ୨୬ଜଣଙ୍କୁ ପଠାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା ଏବଂ ରହଣୀର ସୁବନ୍ଦୋବସ୍ତ କରାଯାଇଛି । ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଛି । ମେ ୧୪ ତାରିଖରେ ସଂଗୃହିତ ୧୩୨ ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୧୨୨ଟିର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗତକାଲି ଆଉ ୧୦ଟିର ରିପୋର୍ଟ ମଧ୍ୟ ନେଗେଟିଭ ଆସିଅଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ଗତ ୩ ତାରିଖ ଠାରୁ ୧୮ ତାରିଖ ସକାଳ୧୦ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲାକୁ ୪୧୦୬ ଜଣ ପ୍ରବାସୀ ଓଡିଆ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ବ୍ଲକରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ବ୍ଲକକୁ ୫୬୫ଜଣ, ଜଗତସିଂହପୁର ପୈାରପରିଷଦକୁ ୧୦୧ଜଣ, ବାଲିକୁଦା ବ୍ଲକକୁ ୬୪୬ଜଣ, କୁଜଙ୍ଗ ବ୍ଲକକୁ ୨୨୫ଜଣ , ନାଉଗାଁ ବ୍ଲକକୁ ୩୦୪ଜଣ, ଏରସମା ବ୍ଲକକୁ ୮୮୩ଜଣ, ତିର୍ତୋଲ ବ୍ଲକକୁ ୬୮୧ଜଣ, ରଘୁନାଥପୁର ବ୍ଲକକୁ ୨୮୬ଜଣ, ବିରିଡି ବ୍ଲକକୁ ୧୯୦ଜଣ ଏବଂ ପାରାଦ୍ୱୀପ ପୈାର ପରିଷଦକୁ ୧୦୭ଜଣଙ୍କୁ ପଠାଯାଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ପଜିଟିଭ୍ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଅପରାହ୍ନରେ ନୂତନ 20 ଜଣ ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି ।

Categories
ଆଞ୍ଚଳିକ

ବାତ୍ୟା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ରମେଶ ମହାନ୍ତି

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା କରିଥିଲେ। ଆସନ୍ତା ୨୦ତାରିଖରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି। ପ୍ରାୟତଃ ବାଲିକୁଦା, ଏରସମା, ପାରାଦ୍ଵୀପ, କୁଜଙ୍ଗ ଅଞ୍ଚଳକୁ ସ୍ପର୍ଶକାତର ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହିସବୁ ଅଞ୍ଚଳରୁ ୧୮ତାରିଖ ଓ ୧୯ତାରିଖ ମଧ୍ୟରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୫୪୨ଟି ସ୍କୁଲ୍ ଗୃହକୁ ଚିହ୍ନଟ କରାଯାଇଛି। ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ମଧ୍ୟ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ପ୍ରତି ଆଶ୍ରୟ ସ୍ଥଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏତଦବ୍ୟତୀତ ତହସିଲଦାର ମାନେ ଆବଶ୍ୟକୀୟ ପଲିଥିନ୍ ମହଜୁଦ୍ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୧୬ତାରିଖ ଠାରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ପାରାଦ୍ଵୀପ ଅତିସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ସେଠାରେ ୧୮ଟି ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇଛି ଏବଂ ସେଠାରେ ୨ଟି ଓଡ୍ରାଫ ଟିମ୍ ମୁତୟନ ରଖାଯିବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୌଣସି ଅଧିକାରୀ ଓ କର୍ମଚାରୀ ହେଡକ୍ୱାଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ର ଉପକୂଳ ଠାରୁ ୩ କି.ମି ପରଧି ମଧ୍ୟରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ। ଜଗତସିଂହପୁର ଠାରେ ମଧ୍ୟ ଓଡ୍ରାଫ ଟିମ୍ ମୁତୟନ ରହିବେ ଓ ଗଛକଟା ଯନ୍ତ୍ର ପ୍ରସ୍ତୁତ କରି ରଖାଯାଇଛି। ଲୋକମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବା ନିମନ୍ତେ ଆବଶ୍ୟକୀୟ ଟ୍ୟାଙ୍କର ଓ ଜେନେରେଟର ସେଟ୍ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିବେଦିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରିଣୀ , ନିର୍ବାହୀ ଯନ୍ତ୍ରୀ, ଆର୍.ଡବ୍ଲୁ.ଏସ୍.ଏସ୍ ନିର୍ବାହୀ ଅଧିକାରୀ , ଜରୁରୀ ବିଭାଗ ଅଧିକାରୀ ଶାଶ୍ୱତ ରଞ୍ଜନ ଦାସ, ଡି.ପି.ଏମ୍ ଗ୍ୟାନେନ୍ଦ୍ର କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଡିପଟୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ଘରୋଇ କଳିରୁ ଆତ୍ମହତ୍ୟା ସନ୍ଦେହ

ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଉରାଢ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ବାଡି ଖତଗଦା ନିକଟରେ ମହିଳାଙ୍କ ଦରପୋଡା ମୃତ ଶରୀର ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ଉକ୍ତ ଗ୍ରାମର ସାରଦା ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ମଲ୍ଲିକ ଗତକାଲି ରାତିରେ କିରୋସିନି ଢାଳିହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସକାଳ ଯାଏ ବାରିରେ ଜଳୁଥିଲା ଦରପୋଡା ମୃତ ଶରୀର । ପାଖରେ ଏକ କିରୋସିନି ଜାରକିନ୍ ଓ ଡିବି ଥୁଆହୋଇଥିବା ଦେଖିବାକୁ ମିଳିଥିଲା ।

ସକାଳୁ ସକାଳୁ ଏହି ଖବର ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ଘରୋଇ କଳିରୁ ଏପରି ଘଟିଥିବା ଶୁଣିବାକୁ ମିଳୁଛି । ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ । ମୃତ ମହିଳାଙ୍କ ବାପଘର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Categories
ଆଞ୍ଚଳିକ

ସରକାରୀ ଯୋଜନାରୁ ବଞ୍ଚିତ ଗରିବ କର୍କଟ ପୀଡ଼ିତା ବାସନ୍ତୀ : ଓଳିଏ ଖାଇ ଓଳିଏ ଉପାସ

ରଞ୍ଜିତ ପଣ୍ଡା
କୁଜଙ୍ଗ : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ସହାୟତା ପାଇଁ ଶତାଧିକ ଯୋଜନା ପ୍ରଣୀତ । ତେବେ ଏହି ଯୋଜନାର ରୂପରେଖ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚୁ ନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ । ଢିଙ୍କିଆ ଗ୍ରାମର ବାସନ୍ତୀ ମହାପାତ୍ର ସ୍ତନ କର୍କଟ ରୋଗରେ ପୀଡିତ । କର୍କଟ ପରି ଦୁରାରୋଗ୍ୟ ରୋଗର ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଅର୍ଥ ନଥିବା ବେଳେ ବାସନ୍ତୀ ସମସ୍ତ ପ୍ରକାର ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ । ଏପରିକି ଦୁଇ ଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି । ଏନେଇ ବିଭିନ୍ନ ସରକାରୀ ଦପ୍ତରକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ବାସନ୍ତୀଙ୍କ ଅନୁରୋଧ ସରକାରୀ ଫାଇଲ ତଳେ ଦାବି ହୋଇ ରହିଛି ।

ସେହିପରି ଭାବରେ କର୍କଟ ରୋଗର ଚିକିତ୍ସା ନିମନ୍ତେ ବାସନ୍ତୀ ଏରସମା ବିଡିଓଙ୍କ ନିକଟରେ ନିଜର ଅର୍ଜି ଦାଖଲ କରିଛନ୍ତି । ମାତ୍ର ଏହା ମଧ୍ୟ ଫଳଶୂନ୍ୟ ସାବ୍ୟସ୍ତ ହୋଇଛି । ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ସହିତ କିଛି ସରକାରୀ ଯୋଜନାରେ ସାମିଲ କରାଗଲେ ସେ ସରକାରଙ୍କ ନିକଟରେ ଚିର ଋଣୀ ରହିବେ ବୋଲି ବାସନ୍ତୀ ମତ ଦେଇଛନ୍ତି ।

Categories
ଆଞ୍ଚଳିକ

ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସମୀକ୍ଷା ବ୍ୟୁରୋ
କୁଜଙ୍ଗ: ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର,ପୋଲିସ୍‌ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ, ଡ. ସ୍ମୃତିରଞ୍ଜନ ମହାପାତ୍ର, କୁଜଙ୍ଗ ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା, ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସମ୍ପର୍କ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସଭାପତି ସ୍ନେହାଶିଷ ଦାଶ ଏବଂ ଜିତେନ୍ଦ୍ର ଦାସ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତିତ ରାଷ୍ଟ୍ରୀୟ କଳା ମଞ୍ଚ ଅଖିଳ ଭାରତୀୟ ପ୍ରମୁଖ ତନ୍ମୟ କୁମାର ଦାଶ, ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ, ସମିତି ସଭ୍ୟ ପଦ୍ମନାଭ ସାହୁ, ଅଗପାଳ ସରପଞ୍ଚ ମେନକା ବେହେରା, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ବେହେରା, ସାମ୍ବାଦିକ ବିଭୂତି ଭୂଷଣ ଦାସ ଏବଂ ରଞ୍ଜିତ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପଙ୍କପାଳ ଓ ଅଗପାଳ ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ସ୍ୱାଇଁ ,ସଞ୍ଜୟ ମଲ, ଆଶୁତୋଷ ଶଧଙ୍ଗି, ହିମାଂଶୁ ଶେଖର ରାଈଗୁରୁ, ସୌମ୍ୟ ରଂଜନ ଦାଶ, ସୁନିଲ୍ ସ୍ୱାଇଁ, କୃଷ୍ଣ ପ୍ରସନ୍ନ ଦାସ, ଶିବ ଚରଣ ପାତ୍ର, କିଶୋର ପରିଡ଼ା, ଗୋକୁଳାନନ୍ଦ ରାଉତ, ସନ୍ତୋଷ ଶତପଥୀ ଏବଂ ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀ ଓ ଗୁରୁମା ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିଲେ।