ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୯୭ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୧୦୨

Published: Sep 14, 2020, 10:22 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯେପରି କମିବାର ନାଁ ଧରୁନି। ଗତକାଲି ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୧୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ନାଉଗାଁ ବ୍ଲକରୁ ୧୧ଜଣ, ରଘୁନାଥପୁର ବ୍ଲକରୁ ୧୫ଜଣ, ପାରାଦ୍ଵୀପରୁ ୪ଜଣ ଓ ଅନ୍ୟ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୦୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୦ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ବର୍ତ୍ତମାନ ୯୪୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts