ସରକାରୀ ଯୋଜନାରୁ ବଞ୍ଚିତ ଗରିବ କର୍କଟ ପୀଡ଼ିତା ବାସନ୍ତୀ : ଓଳିଏ ଖାଇ ଓଳିଏ ଉପାସ

Published: May 9, 2020, 7:08 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ସହାୟତା ପାଇଁ ଶତାଧିକ ଯୋଜନା ପ୍ରଣୀତ । ତେବେ ଏହି ଯୋଜନାର ରୂପରେଖ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚୁ ନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ । ଢିଙ୍କିଆ ଗ୍ରାମର ବାସନ୍ତୀ ମହାପାତ୍ର ସ୍ତନ କର୍କଟ ରୋଗରେ ପୀଡିତ । କର୍କଟ ପରି ଦୁରାରୋଗ୍ୟ ରୋଗର ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଅର୍ଥ ନଥିବା ବେଳେ ବାସନ୍ତୀ ସମସ୍ତ ପ୍ରକାର ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ । ଏପରିକି ଦୁଇ ଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି । ଏନେଇ ବିଭିନ୍ନ ସରକାରୀ ଦପ୍ତରକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ବାସନ୍ତୀଙ୍କ ଅନୁରୋଧ ସରକାରୀ ଫାଇଲ ତଳେ ଦାବି ହୋଇ ରହିଛି ।

ସେହିପରି ଭାବରେ କର୍କଟ ରୋଗର ଚିକିତ୍ସା ନିମନ୍ତେ ବାସନ୍ତୀ ଏରସମା ବିଡିଓଙ୍କ ନିକଟରେ ନିଜର ଅର୍ଜି ଦାଖଲ କରିଛନ୍ତି । ମାତ୍ର ଏହା ମଧ୍ୟ ଫଳଶୂନ୍ୟ ସାବ୍ୟସ୍ତ ହୋଇଛି । ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ସହିତ କିଛି ସରକାରୀ ଯୋଜନାରେ ସାମିଲ କରାଗଲେ ସେ ସରକାରଙ୍କ ନିକଟରେ ଚିର ଋଣୀ ରହିବେ ବୋଲି ବାସନ୍ତୀ ମତ ଦେଇଛନ୍ତି ।

Related posts