ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Published: Aug 4, 2020, 6:24 pm IST

ରମେଶ ମହାନ୍ତି

ଜଗତସିଂହପୁର : ଦିନକୁ ଦିନ ବୃଦ୍ଧି ପାଉଥିବା ଏହି କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ ଚିହ୍ନଟ ହେବା ସହ ଏରସମା,ବିରିଡି, ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଓ ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ସମସ୍ତ ୪ଜଣ ଆକ୍ରାନ୍ତ କ୍ଲଷ୍ଟର ଲେବଲ୍ ଟି.ଏମ୍.ସିରୁ ଚିହ୍ନଟ ହୋଇଛନ୍ତି।

ନୂତନ ୨୦ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨୪ଜଣ ସୁସ୍ଥ ହେବାସହ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୧୫୫ଜଣ ଆକ୍ରାନ୍ତ ଆକ୍ଟିଭ୍ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Related posts