9 ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ

Published: Jun 16, 2020, 3:22 pm IST

ରମେଶ ମହାନ୍ତି
ଜଗତସିଂହପୁର : ଆଜି ସକାଳେ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ 9 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟକରେ ତିର୍ତ୍ତୋଲ ବ୍ଲକ୍‌ରୁ 7 ଜଣ ଏବଂ ନାଉଗାଁ ବ୍ଲକ୍‌ରୁ 2ଜଣ ରହିଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର, 3 ଜଣ ତାମିଲନାଡୁ, ପଶ୍ଚିମବଙ୍ଗ ଓ ହରିୟାଣାରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଥିଲା । ସେହିପରି ନାଉଗାଁରୁ ଚିହ୍ନଟ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଦୁଇ ଆକ୍ରାନ୍ତ ଜଗତସିଂହପୁର ଆସିବା ପୂର୍ବରୁ ସମ୍‌ରେ ନିଜର କରୋନା ପରୀକ୍ଷଣ କରାଇଥିଲେ ଏବଂ ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା 7ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟରା ପଞ୍ଚାୟତରୁ 5ଜଣ ଓ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 2ଜଣ ବୋଲି ଜଣାପଡିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ 167ରେ ପହଞ୍ଚିଛି । ଏହା ମଧ୍ୟରୁ 87 ଜଣ ସୁସ୍ଥ ହୋଇସାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 80 ରହିଛି ।

Related posts