ଜଗତସିଂହପୁର ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

Published: Jun 10, 2020, 11:03 am IST

ରମେଶ ମହାନ୍ତି
ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 33 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 68 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 62 ରହିଛି । ସମସ୍ତ ଆକ୍ରାନ୍ତ ମାନେ ଲକ୍ଷଣ ବିହୀନ ରହିଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ 8 ଜଣ ଆକ୍ରାନ୍ତ ରହିଥିବା ବେଳେ କୁଜଙ୍ଗରୁ 3 ଜଣ ଆକ୍ରାନ୍ତ ରହିଛନ୍ତି । ନାଉଗାଁରୁ 18 ଜଣ ଆକ୍ରାନ୍ତ ରହିଥିବା ବେଳେ ରଘୁନାଥପୁର ଏବଂ ତିର୍ତ୍ତୋଲରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ପାରାଦୀପ ଏବଂ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ପଠାଯିବାର ବନ୍ଦୋବସ୍ତ କରାଯଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

Related posts