ବାଡିପଟୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ଘରୋଇ କଳିରୁ ଆତ୍ମହତ୍ୟା ସନ୍ଦେହ

Published: May 11, 2020, 2:19 pm IST

ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଉରାଢ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ବାଡି ଖତଗଦା ନିକଟରେ ମହିଳାଙ୍କ ଦରପୋଡା ମୃତ ଶରୀର ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ଉକ୍ତ ଗ୍ରାମର ସାରଦା ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ମଲ୍ଲିକ ଗତକାଲି ରାତିରେ କିରୋସିନି ଢାଳିହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସକାଳ ଯାଏ ବାରିରେ ଜଳୁଥିଲା ଦରପୋଡା ମୃତ ଶରୀର । ପାଖରେ ଏକ କିରୋସିନି ଜାରକିନ୍ ଓ ଡିବି ଥୁଆହୋଇଥିବା ଦେଖିବାକୁ ମିଳିଥିଲା ।

ସକାଳୁ ସକାଳୁ ଏହି ଖବର ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ଘରୋଇ କଳିରୁ ଏପରି ଘଟିଥିବା ଶୁଣିବାକୁ ମିଳୁଛି । ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ । ମୃତ ମହିଳାଙ୍କ ବାପଘର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Related posts