Categories
ଆଞ୍ଚଳିକ

ଜଗତସିଂହପୁରରେ ମୋଟ୍‌ 1270ଟି ନମୁନା ପରୀକ୍ଷାରୁ 5ଟି ପଜିଟିଭ୍‌

ରମେଶ ମହାନ୍ତି

ଜଗତସିଂହପୁର : ଗ୍ରୀନ୍‌ ଜୋନ୍‌ରେ ରହିଥିବା ଜଗତସିଂହପୁର ଜିଲ୍ଲାରୁ 5ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ଏହା ଏବେ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଛି । ବାହାର ରାଜ୍ୟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । 3 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ଚାରିଟି ଜିଲ୍ଲା ଏବଂଅନ୍ୟ ରାଜ୍ୟରୁ ଜଗତସିଂହପୁରକୁ  ସମୁଦାୟ 302 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କଠାରେ ପଜିଟିଭ୍‌ ବାହାରଯିବା ପରେ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ପୂର୍ବରୁ କ୍ବାରେଣ୍ଟାଇନରେ ରହିଥିଲେ ।

ବାହାର ଜିଲ୍ଲା ଓ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକରୁ 47ଜଣ, ରଘୁନାଥପୁର ବ୍ଲକରୁ 25 ଜଣ, ବିରିଡି ବ୍ଲକରୁ 10 ଜଣ, କୁଜଙ୍ଗରୁ 20 ଜଣ ବାଲିକୁଦା ବ୍ଲକରୁ 37 ଜଣ, ଏରସମାରୁ 36 ଜଣ, ନାଉଗାଁରୁ 47 ଜଣ, ତିର୍ତ୍ତୋଲ୍‌ 56 ଜଣ ଓ ଜଗତସିଂହପୁର ମ୍ୟୁନିସପାଲିଟିରୁ 12ଜଣ ଓ ପାରାଦୀପ ମ୍ୟୁନିସପାଲଟିରୁ 10 ଜଣ ରହିଛନ୍ତି । ତିନି ଦିନ ମଧ୍ୟରେ ସୁମଦାୟ 1270ଟି ନମୁନା ପରୀକ୍ଷା ହୋଇଛି । ସେଥି ମଧ୍ୟରୁ 5ଟି ନମୁନା ପଜିଟିଭ୍‌ ରହିଥିବାବେଳେ ବାକି ସମସ୍ତ ନମୁନା ନେଗେଟିଭ୍‌ ରହିଛି ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାକୁ ଫେରିଲେ ପ୍ରବାସୀ ଓଡିଆ : ଜାଣନ୍ତୁ କେଉଁ ବ୍ଲକ୍‌ରେ ରହିଛନ୍ତି କେତେ ପ୍ରବାସୀ

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ଯୋଗୁଁ ଓଡିଆ ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଫେରାଇ ଅଣାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଗତକାଲି କେରଳ,ରାଜସ୍ଥାନ ଓ ଗୁଜୁରାଟରୁ ବହୁ ଶ୍ରମିକ ଓ ଛାତ୍ର ଛାତ୍ରୀ ଜଗତସିଂହପୁର ଜିଲ୍ଲାକୁ ଫେରି ଆସିଛନ୍ତି। ଗତକାଲି ମଧ୍ୟାହ୍ନରେ କେରଳର ଏର୍ଣ୍ଣାକୁଲମ୍ ଟ୍ରେନ୍ ଯୋଗେ ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିବା ପରେ ଜଗତସିଂହପୁର ଜିଲ୍ଲାର ୭ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ବସ୍ ଯୋଗେ ଜଗତସିଂହପୁର ଆଣି ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ୫ ଜଣଙ୍କୁ ବାଲିକୁଦା ଓ ୨ ଜଣଙ୍କୁ ଏରସମା ବ୍ଲକକୁ ପଠାଇ ଦିଆଯାଇଥିଲା। ସେଠାରେ ବିଡିଓ ସ୍ଥିର କରିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ୧୪ ଦିନ ସଂଗରୋଧରେ ରହିବେ। ସେହିପରି ୧୫ଜଣ ସୁରଟ୍ ଫେରନ୍ତା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରୁ ବସ୍ ଯୋଗେ ଅପରାହ୍ନରେ ଜଗତସିଂହପୁର ଅଣାଯାଇ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଏରସମା ବ୍ଲକର ୬ଜଣ, କୁଜଙ୍ଗ ବ୍ଲକର ୫ଜଣ ଓ ରଘୁନାଥପୁର ବ୍ଲକର ୨ଜଣ, ବାଲିକୁଦା ବ୍ଲକର ୧ଜଣ ଓ ନାଉଗାଁ ବ୍ଲକର ୧ଜଣଙ୍କୁ ନିଜ ନିଜ ବ୍ଲକର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି।

ସେହିପରି ରାଜସ୍ଥାନର କୋଟାରୁ ଆସିଥିବା ଜଗତସିଂହପୁର ଜିଲ୍ଲାର ୧୩ଜଣ ଛାତ୍ର ଛାତ୍ରୀଙ୍କୁ କଟକରୁ ବସ୍ ଯୋଗେ ଅଣାଯାଇ ଜଗତସିଂହପୁର ସରଳା କଲ୍ୟାଣ ମଣ୍ଡପରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଜଗତସିଂହପୁର, ନାଉଗାଁ ବ୍ଲକର ଜଣେ ଲେଖାଏଁ ଥିବାବେଳେ କୁଜଙ୍ଗ ବ୍ଲକର ୨ଜଣ ଓ ପାରାଦ୍ବୀପ ମ୍ୟୁନିସିପାଲିଟିର ୯ଜଣଙ୍କୁ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜେ ଉପସ୍ଥିତ ରହି ଶ୍ରମିକ ଓ ଛାତ୍ର/ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ସେମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ସହିତ ୧୪ ଦିନ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ଏସ୍.ପି ପ୍ରକାଶ ଆର୍, ଏ.ଡି.ଏମ୍ ସଚିଦାନନ୍ଦ ସାହୁ, ମେଡିକାଲ ଟିମ୍, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରବାସୀ ଶ୍ରମିକଙ୍କ ପାଇଁ ଜଗତସିଂହପୁର ପୌରାଞ୍ଚଳ, ବାଲିକୁଦା ବ୍ଲକର ବାଲିକୁଦା, ଅଳାଭର ଓ ବଡଗାଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଶଯ୍ୟା ବ୍ୟବସ୍ଥା, ବିଦ୍ୟୁତ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେହିପରି ଆଜି କେରଳରୁ ୧୪ଜଣ ପ୍ରବାସୀଙ୍କୁ ବ୍ରହ୍ମପୁର ଜଗନ୍ନାଥପୁର ଷ୍ଟେସନରୁ ଅଣାଯାଇ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ତିର୍ତ୍ତୋଲ ବ୍ଳକର ୬ଜଣ, ବାଲିକୁଦାର ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିର ୩ଜଣ ଓ ଏରସମା ବ୍ଲକର ୨ଜଣଙ୍କୁ ସେମାନଙ୍କ ବ୍ଲକ୍ ଅଞ୍ଚଳକୁ ପଠାଯିବ। ସେହିପରି ଗୁଜୁରାଟର ସୁରାଟରୁ ୮ଜଣ ଶ୍ରମିକଙ୍କୁ କଟକରୁ ଗାଡିରେ ଅଣାଯିବ ଓ ସେମାନଙ୍କ ସ୍ୱାବ ସଂଗ୍ରହ କରି ନାଉଗାଁ ବ୍ଲକକୁ ୬ଜଣ ଓ ବାଲିକୁଦାକୁ ୨ଜଣଙ୍କୁ ପଠାଇ ଦିଆଯିବ। ବାଙ୍ଗାଲୋରରୁ ୧୯ଜଣ ପ୍ରବାସୀଙ୍କୁ ଭୁବନେଶ୍ବରରୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତକାଲି ପାରାଦ୍ବୀପର ୫ଜଣ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଝାଡଖଣ୍ଡକୁ ପଠାଯାଇଛି।

Categories
ଆଞ୍ଚଳିକ

କାଳବୈଶାଖିରେ ଉଜୁଡିଲା ଫସଲ : ମୁଗ ବିଲରେ ଆଣ୍ଠୁଏ ପାଣି

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁନଥିଲେ। ଏବେ ମୁଗ ଅମଳ ସମୟ ହୋଇଥିବାରୁ ଏଇ କେଇଟା ଦିନ ହେବ ଲୋକମାନେ ଘରୁ ବାହାରି ମୁଗ ଓପାଡିବା ଆରମ୍ଭ କରୁଥିଲେ ହେଲେ ହଠାତ୍ ଆସିଲା କାଳବୈଶାଖି ଘଡଘଡି ସହିତ ପ୍ରବଳ ବର୍ଷା । ଉଜାଡି ଦେଲା ମୁଗ ଫସଲ। ବିଲରେ ଆଣ୍ଠୁଏ ପାଣି ହେବା ସହିତ ଭାସୁଛି ମୁଗଗଛ। ଚାଷୀ ପାଣିରୁ ଛାଣୁଛି ମୁଗଗଛ। ଏହିପରି ପ୍ରତିବର୍ଷ ଧାନ ହେଉ କି ମୁଗ ଅମଳ ସମୟରେ କାଳବୈଶାଖି ପରି ପ୍ରାକୃତିକ ବିପର୍ଯ୍ୟୟ ଆସି ଉଜାଡି ଦେଉଛି ଫସଲ। ଚଳିତବର୍ଷ ଏହି କାଳବୈଶାଖି ଏକପ୍ରକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା କୁହାଯାଉଛି। ଏହି କାଳବୈଶାଖିରେ ଜଗତସିଂହପୁରର କନକପୁର, ତେନ୍ତୁଳିପଦା, ଗୋବିନ୍ଦପୁର, କୋଷ୍ଟିମଲ୍ଲିକାପୁର, କଟରା, ଗରାମ, ତୁଳଙ୍ଗ, ତରଜଙ୍ଗା, ପିପ୍ପଳମାଧବ, ବୋଧେଇ, କୃଷ୍ଣାନନ୍ଦପୁର, ବିଶନପୁର, କନିମୁଳ, ଦାଇଁଲୋ, ମୁଳସିଂ ସମେତ ତିର୍ତ୍ତୋଲ ବ୍ଳକର ସମସ୍ତ ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏମିତିକି ଅନେକ ପଞ୍ଚାୟତରେ ପାଣିରେ ଭାସୁଛି ମୁଗଗଛ ଓ ଓପଡା ହୋଇଥିବା ମୁଗ। ପାଣିରେ ରହି ମୁଗ ପଚିଯିବା ଭୟରେ ଚାଷୀ ପାଣିରୁ ମୁଗଗଛ ଛାଣୁଥିବା ଦେଖିବାକୁ ମିଳୁଛି। ଉକ୍ତ ଅଞ୍ଚଳରେ ହୋଇଥିବା ମୁଗ ଫସଲର କ୍ଷୟକ୍ଷତିକୁ ପ୍ରଶାସନ ଆକଳନ କରି କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଦେବାପାଇଁ ଦାବୀ ହେଉଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଓ ତିର୍ତ୍ତୋଲ ବିଧାୟକଙ୍କୁ ଅମର ପଟ୍ଟନାୟକଙ୍କ ପ୍ରଶଂସା

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ବିଶ୍ବ ମହାମାରୀ ରୂପ ନେଇଥିବା କରେନାକୁ ଦେଶରେ ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। କରୋନା ଯୋଗୁଁ ଲକଡାଉନରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଜଗତସିଂହପୁର ଓ ତିର୍ତ୍ତୋଲ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ଦାନ କାର୍ଯ୍ୟକ୍ରମ ହୋଇଛି। ଏହି କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଦେଖା ଦେଇଥିବା ରକ୍ତର ଅଭାବ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ସୁଚାରୁ ରୂପେ ତୁଲାଉଥିବାରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ସାଂସଦ ଡ଼ା. ଅମର ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି।

ଜଗତସିଂହପୁରର ଛାତ୍ର ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ଏବଂ ଯୁବ ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀଙ୍କ ସଚେତନତା ରୋଲ୍ ମଡେଲକୁ ନେଇ ପ୍ରଶଂସାରେ ଶତମୁଖ ହୋଇ ଟୁଇଟ୍ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡ଼ି ରାଜ୍ୟ ଆଇଟି ୱିଙ୍ଗ୍ ମୁଖ୍ୟ ଡ଼ା.ଅମର ପଟ୍ଟନାୟକ। ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଜଗତସିଂହପୁରରୁ ୧୭୪ ୟୁନିଟ୍‌ ଓ ତିର୍ତ୍ତୋଲ୍‌ରୁ ୮୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପ ଏବଂ ଜଗତସିଂହପୁର ସ୍ଥିତ ଶ୍ରମିକ କ୍ୟାମ୍ପ ପରିଦର୍ଶନ କଲେ ଫାଇଭ ଟି ସଚିବ

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଫାଇଭଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ପାରାଦୀପ ଏବଂ ଜଗତସିଂହପୁର ପରିଦର୍ଶନ କରିଛନ୍ତି। ପାରାଦୀପ ଏବଂ ଜଗତସିଂହପୁରରେ ରହିଥିବା ଶ୍ରମିକ କ୍ୟାମ୍ପ ପରିଦର୍ଶନ କରିବା ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଷଣ୍ଢକୁଦର କୋଷ୍ଟଗାର୍ଡ କଲୋନୀରେ ରହିଥିବା ଏହି କ୍ୟାମ୍ପରେ ୮୬ ଜଣ ଶ୍ରମିକ ରହିଛନ୍ତି। ଏହି କ୍ୟାମ୍ପରେ ପଶ୍ଚିମବଙ୍ଗ, ବିହାର ଏବଂ ବାଲେଶ୍ବରର ଶ୍ରମିକ ରହିଛନ୍ତି। କ୍ୟାମ୍ପରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି କ୍ୟାମ୍ପରେ ଦୈନିକ ଦୁଇଥର ଖାଦ୍ୟ ପ୍ରଦାନ କରାଯିବା ସହିତ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ।

Categories
ଆଞ୍ଚଳିକ

ତିର୍ତ୍ତୋଲରେ ମାନୁନାହାଁନ୍ତି କଟକଣା, ଗ୍ୟାସ କାଉଣ୍ଟରରେ ପ୍ରବଳ ଭିଡ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ପରିବେଶ ଥିବା ବେଳେ ସାରାଦେଶରେ ଲକଡାଉନ ଜାରି ହୋଇଛି। ଓଡିଶା ସରକାର ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକ୍ ଡାଉନ୍ ବୃଦ୍ଧି ଘୋଷଣା କରିଛନ୍ତି। ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆହ୍ୱାନ ଦିଆଯାଇଛି। ହେଲେ ସରକାରୀ କଟକଣାକୁ ମାନୁନାହାଁନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଳରେ ସାମାଜିକ ଦୁରତା କଟକଣାକୁ ଖୋଲମଖୋଲା ଉଲଘଂନ କରାଯାଉଛି। ସରକାରଙ୍କ ଉଜ୍ଜଳା ଗ୍ୟାସ ମାଗଣାରେ ପାଇବା ପାଇଁ ଗ୍ୟାସ କାଉଣ୍ଟରରେ ଜମାଉଛନ୍ତି ଭିଡ। ଗ୍ୟାସ ବିତରଣକାରୀ ଓ ଉପଭୋକ୍ତା ଖୋଲମଖୋଲା ନିୟମ ଉଲଘଂନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଥିବା ସାଇ ଏଚ୍.ପି ଗ୍ରାମୀଣ ଗ୍ୟାସ ବିତରଣ ସଂସ୍ଥା କାଉଣ୍ଟର ଆଗରେ ଉଜ୍ୱଳା ଗ୍ୟାସ ନେବାପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏକକାଳୀନ ଏକାଧିକ ଲୋକ କାଉଣ୍ଟର ଆଗରେ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି।ଏଥିପାଇଁ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ନିଘା ନାହିଁ କି ପୋଲିସ ପ୍ରଶାସନର ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ପଡିନଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତା ଭଙ୍ଗ କରିବା ପ୍ରୟାସ ଆଗକୁ ଜାରି ରହିବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ : ଉଠାଦୋକାନୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା

ରମେଶ ମହାନ୍ତି
ଜଗତସିଂହପୁର: କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରବିବାର ସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୭୬୦୫୯ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଖିଲା ଖାଦ୍ୟ କୁପନ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ୧୯୮ଟି ଗ୍ରାମପଞ୍ଚାୟତରେ ୧୯୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୨୮୮୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୪ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୪,୯୩,୩୯୯ ହିତାଧିକାରୀଙ୍କୁ ସେମାନଙ୍କର ଏକକାଳୀନ ୩ ମାସର ଚାଉଳ/ଗହମ ୮୦,୨୯୮,୨୩ କ୍ୱିଣ୍ଟାଲ ବଣ୍ଟନ କରାଯାଇଛି। ଜିଲ୍ଲାର ୧,୬୮,୯୭୪ ରେସନକାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା ଲେଖାଁ ବଣ୍ଟନ କରାଯାଇଛି। ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୫୪୯ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାର ୩୫୦ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାରେ ୧,୩୨,୪୭୩ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୨୮,୬୬, ୯୮୯ ଲକ୍ଷ ଟଙ୍କା ପେନସନ୍ ପ୍ରଦାନ କରାଯାଇଛି। ଜିଲ୍ଲାର ୧୯୮ ପଞ୍ଚାୟତ ମଧ୍ୟରୁ ୧୧୮ଟି ପଞ୍ଚାୟତରେ ୭୬୧୭ ଜଣଙ୍କ ପାଇଁ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ୨ଟି ପୌରାଞ୍ଚଳର ୮୨୦ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ଓ ପାରାଦ୍ୱୀପ, ପ୍ରକଳ୍ପ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଉପଜିଲ୍ଲାପାଳ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ମହାବିଷୁବ ସଂକ୍ରାନ୍ତି ଓ ଝାମୁଯାତ୍ରାକୁ ଦୃଷ୍ଟିରେ ରଖି ମା’ଶାରଳାଙ୍କ ମନ୍ଦିର ଓ ଅନ୍ୟାନ୍ୟ ଧର୍ମପୀଠ ମାନଙ୍କରେ ୧୪୪ ଧାରା ଜାରି କରାଯାଇଛି।

Categories
ଆଞ୍ଚଳିକ

ଜଗତସିଂହପୁର ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷଙ୍କ ପରଲୋକ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଜେଡ଼ିର ନଗର ସଭାପତି ରତ୍ନାକର ଲେଙ୍କା(୮୫) ଙ୍କ ର ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨.୩୦ ସମୟରେ ଗୋପାଳସାଗର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ତଥା ପୂର୍ବତନ କାଉନସିଲର ହେମନ୍ତ କୁମାର ଲେଙ୍କା,ରାଜେନ୍ଦ୍ର କୁମାର ଲେଙ୍କା ସମେତ ପୁତ୍ର ବଧୂ ,ନାତି ନାତୁଣୀ ସୁବ୍ରତ, ସମିତ, ସିଦ୍ଧାର୍ଥ,ସତିଶ, ସୁଦେଶ୍, ଶର୍ମିଷ୍ଠା ଓ ପରିଜନମାନେ ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ପରୋପକାରୀ , ଧର୍ମପରାୟଣ ବ୍ୟକ୍ତି ଥିଲେ।ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।

Categories
ଆଞ୍ଚଳିକ

ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ଜଗତସିଂହପୁର ବାସୀଙ୍କୁ ପରାମର୍ଶ

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ବାସୀଙ୍କୁ ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ । ବିଭିନ୍ନ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଗୁଜବ ପ୍ରଚାର କରୁଥିବା ବେଳେ ଏହାକୁ ବିଶ୍ବାସ ନ କରିବା ପାଇଁ ଜଗତସିଂହପୁର ବାସୀଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ଗୁଜବ ପ୍ରଚାର ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେଣୁ ଏପରି ଗୁଜବକୁ ବିଶ୍ବାସ କରିବା ଅନୁଚିତ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି ।

ଏପରି ମିଥ୍ୟା ଅପପ୍ରଚାର କାରଣରୁ ମାର୍ଚ୍ଚ 26 ତାରିଖରେ ପାରାଦୀପ ଏବଂ ଏରସମା ଅଞ୍ଚଳରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି । ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ସମ୍ପର୍କ କରିବା ପାଇଁ ଅନୁରୋଧ କରାଯାଇଛି । ଏନେଇ ପୋଲିସ୍‌ ମୁଖ୍ୟାଳୟ ପକ୍ଷରୁ ନମ୍ବର 06724-220237 ମଧ୍ୟ ଜାରି କରାଯାଇଛି ।

Categories
ଆଞ୍ଚଳିକ

ଜଗତସିଂହପୁର ଠାରେ ସୂଚନା ଅଧିକାର ଆଇନ୍ ଅଭିଯାନ କର୍ମଶାଳା

ରମେଶ ମହାନ୍ତି
ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସଂପର୍କୀୟ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି କର୍ମଶାଳାକୁ ଉଦ୍ ଘାଟନ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସୂଚନା ଅଧିକାର ଅଧି ନିୟମ ଓ ୫ଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମଗ୍ର ଓଡିଶାରେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲାରେ ୩୨ଟି ବିଭାଗରେ ଇ-ଅଫିସ ବ୍ୟବହାର ହେଉଛି । ସ୍ୱଛତା ହେଉଛି ବଡ ପଦକ୍ଷେପ। ଏପ୍ରିଲ ପରେ ଜିଲ୍ଲାର ପ୍ରତ୍ୟେକ ଆର୍‌.ଆଇ. ଅଫିସ ଓ ପଂଚାୟତ ଅଫିସରେ ଇ-ଅଫିସ କାର୍ଯ୍ୟକାରୀ ହେବ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଓସ୍କ ଲାଗିବ ଏବଂ କେଉଁ କାର୍ଯ୍ୟାଳୟରେ କେଉଁ ସୂଚନା ଦରକାର, ତାହା ୫ ମିନିଟରେ ସର୍ବସାଧାରଣଙ୍କୁ ମିଳି ପାରିବ। ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରଶାସନ ଅଧିକ ସ୍ୱଛ ଓ ଉତରଦାୟୀ ହୋଇ ପାରିବ। ଇ-ଅଫିସ ସୂଚନା ଅଧିକାର ଆଇନକୁ ଅଧିକ ନିରାପଦ ଓ ଦୃଢ କରିପାରିବ। ଜିଲ୍ଲାରେ ମେଡିକାଲ ଓ ତହସିଲ କାର୍ଯ୍ୟାଳୟରୁ ମୋ ସରକାର କାର୍ଯ୍ୟକ୍ରମରେ କାର୍ଯ୍ୟ ଦକ୍ଷତା ଉପରେ ଭଲ ଅଭିମତ ଆସିଛି। ରାଜ୍ୟ ସରକାର ଦୁର୍ନୀତିକୁ ଜିରୋ ଟଲରାନ୍‌ସ ଭାବେ ଗ୍ରହଣ କରିଛନ୍ତି। ସୂଚନା ଅଧିକାର ଆଇନ୍ ଲାଗୁଦ୍ୱାରା କୋର୍ଟରେ ଜନସ୍ୱାର୍ଥ ମାମଲା ହ୍ରାସ ପାଇଛି। ଜିଲ୍ଲାରେ ସମସ୍ତ ଯୁଗ୍ମ ଜନ ଅଭିଯୋଗ ଗୁଡିକ ଡିଜିଟାଇଜେସନ୍ କରାଯାଇଛି।

ଏହି କର୍ମଶାଳାରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ କହିଲେ ସୂଚନା ଅଧିକାର ଆଇନ୍ ଦ୍ୱାରା ସ୍ୱଛତା ବଢିବ। ପୂର୍ବରୁ ନାଲିଫିତା ତଳେ ତଥ୍ୟ ଲୁକ୍କାୟିତ ଭାବେ ରହି ଯାଉଥିଲା। ତଥ୍ୟ ଯେତେ ଲୁଚିବ ଦୁର୍ନୀତି ସେତେ ବଢିବ। ରାଜ୍ୟ ସରକାର ୫-ଟି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଆର୍‌.ଟି.ଆଇ ଓ ୫-ଟିର ଉଦ୍ଦେଶ୍ୟ ହେଉଛି ସ୍ୱଛତା ରକ୍ଷାକରିବା। ଲୁମିନସ୍ ଇନ୍‌ଫୋଓ୍ବେଜ୍ ରିସୋର୍ସ ପର୍ସନ ହର୍ଷବର୍ଦ୍ଧନ ପରିଛା ଯୋଗଦେଇ ସ୍ୱେଛାକୃତ ସୂଚନା ପ୍ରଦାନ ଏବଂ ଅନ୍ ଲାଇନ୍ ମାଧ୍ୟମରେ ସୂଚନା ଆବେଦନ ପତ୍ର ଗ୍ରହଣ କରିବା ଏବଂ ସୂଚନା ପ୍ରଦାନ କରିବା ପ୍ରଣାଳୀ ବିଷୟରେ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ।

 

ଅନ୍ତଦୃଷ୍ଟି ସ୍ୱେଛାସେବୀ ସଂଗଠନର ସଂଯୋଜନାରେ ସଂଗଠନର ନିର୍ଦ୍ଦେଶକ ଗୋପାଳ କୃଷ ମିଶ୍ର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀଙ୍କର ପ୍ରଶାସନିକ ବ୍ୟବସ୍ଥା,ସୂଚନା ଆବେଦନ ପତ୍ର ଗ୍ରହଣ ଓ ସୂଚନା ପ୍ରଦାନ ବିଷୟରେ ଅବଗତ କରାଇଥିଲେ। ଆର୍‌.ଟି.ଆଇ ରିସୋର୍ସ ପର୍ସନ ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗଦେଇ ସୂଚନା ଅଧିକାର ଆଇନ୍ ଅଧିନରେ ଆସୁଥିବା କାର୍ଯ୍ୟାଳୟ ଓ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ। ଉପ-ଜିଲ୍ଲାପାଳ ମାନସ ରଂଜନ ଭୋଇ ଯୋଗଦେଇ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଲାରେ ଜିଲ୍ଲା ପରିଷଦ ଉପ ସଭାପତି ଲିଙ୍ଗରାଜ ସ୍ୱାଇଁ, ଉପ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା,ସମସ୍ତ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ଓ ସୂଚନା ଅଧିକାର ଆଇନ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷାର ପ୍ରଭାବ: ମଧ୍ୟାହ୍ନ ଭୋଜନ ଘୋଟଲାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରମେଶ ମହାନ୍ତି
ଜଗତସିଂହପୁର: ସମୀକ୍ଷାର ମହା ପ୍ରଭାବ। ମଧ୍ୟାହ୍ନ ଭୋଜନ ଦୁର୍ନୀତି ନେଇ ଏକ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୭ ତାରିଖ ଶୁକ୍ରବାର ଦିନ ସମୀକ୍ଷାରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏରସମା ବ୍ଲକର୧୭ଟି କ୍ଲଷ୍ଟରରେ ୨୧୬ବିଦ୍ୟାଳୟରେ ୧୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଦୈନିକ ମୁଣ୍ଡପିଛା ଶହେରୁ ଦେଢଶହ ଗ୍ରାମ ଚାଉଳ ହିସାବରେ ୭୦ଦିନର ଘୋଟାଲାର ପରିମାଣ ଜଣାପଡେ। ଚଳିତ ଫେବୃୟାରୀ ମାସର ଗତ ସପ୍ତାହ ଠାରୁ ଏପର୍ଯ୍ୟନ୍ତ ଏରସମାର ଅନେକ ବିଦ୍ୟାଳୟରେ ଚୁଲି କିମ୍ବା ଗ୍ୟାସ ଜଳିନଥିବା ବେଳେ ସମସ୍ତ ବିଦ୍ୟାଳୟରେ ରୋଷେଇ ଚାଲିଥିବା ମୋବାଇଲ ମଧ୍ୟାହ୍ନ ଭୋଜନ ଆପରେ ଶତପ୍ରତିଶତ ରିପୋର୍ଟ ଯାଇଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ଏରସମା ବ୍ଲକର ବିଦ୍ୟାଳୟ ମାନଙ୍କରେ ୭୦ଦିନର ଚାଉଳ ନଦେଇ ବକେୟା ରଖିଥିବା ବିତରଣକାରୀ ସ୍ଥାନରେ ଅନ୍ୟଜଣେ ବିତରଣକାରୀକୁ ପ୍ରଶାସନ ନିଯୁକ୍ତି ଦେଇଥିବା ଶୁଣିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ସମ୍ପର୍କରେ ବିଭାଗୀୟ ଅଧିକାରୀ ପାଟି ଖୋଲୁନାହାଁନ୍ତି।

 

Categories
ଆଞ୍ଚଳିକ

ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସମନ୍ବୟ କମିଟି ବୈଠକ

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମାର୍ଚ୍ଚ 3 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଏହାର ସୁପରିଚାଳନା ପାଇଁ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ସହିତ କପିକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜଗତସିଂହପୁରରେ 34ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର 7ଟି ସେଣ୍ଟରରେ ପ୍ରଶ୍ନପତ୍ର ରହିବ । 7ଟି ସେଣ୍ଟରରେ ସିସିଟିଭି ଲଗାଯିବା ସହିତ ଏହା 24 ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ସକାଳ 7ଟାରୁ ହବ୍‌ରୁ ପ୍ରଶ୍ନପତ୍ର ଯାଇ 9ଟାରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୋଲିସ୍‌ ମୁତୟନ କରାଯିବ ଏବଂ ଜିଲ୍ଲାସ୍ତରୀୟ ସ୍କ୍ବାଡ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିବ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଉପ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଡିଓ, ତହସିଲଦାର ଏବଂ ଉପ ଜିଲ୍ଲାପାଳ ବିନୀତା ଦାଶ ଓ 34 ଗୋଟି କଲେଜର ଅଧ୍ୟାପକ/ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏରସମାରେ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କରି ଗଣଧାରଣା ୨୪ ଦିନରେ

ରମେଶ ମହାନ୍ତି
ଜଗତସିଂହପୁର: ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କରି ଏରସମାରେ ଚାଲିଥିବା ଆନ୍ଦୋଳନ ୨୪ ଦିନରେ ପହଞ୍ଚିଛି। ପ୍ଲାଣ୍ଟକୁ ବିରୋଧ କରି ଏରସମା ବ୍ଲକ୍‌ ଜିରାଇଲୋ ଭିଟାମାଟି ସୁରକ୍ଷା ସମିତି ପକ୍ଷରୁ ନଅ ମୌଜି ହାଇସ୍କୁଲ ଫାଟକ ଆଗରେ ଏହି ଆନ୍ଦୋଳନ ହୋଇଛି। ଏହି ଗଣଧାରଣା ୨୩ ଦିନରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। କିଛି ଦିନ ମଧ୍ୟରେ ମେଟ୍ରିକ୍‌ ପରୀକ୍ଷା ଥିବାରୁ ସ୍କୁଲ ସମ୍ମୁଖରୁ ଏହି ଆନ୍ଦୋଳନ ହଟିବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କିମିଲୋ ରାଜସ୍ୱ ଗ୍ରାମର ସୀମାରେ ପ୍ରସ୍ତାବିତ ଏହି ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟ ୧ ଏକର ୭୨ ଡିସିମିଲ ଜମି ଉପରେ ୩ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ପ୍ରୋସେସିଂ ପ୍ଲାଣ୍ଟ ହେଲେ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବା ସହ ପୁତିଗନ୍ଧମୟ ପରିବେଶ ଦ୍ବାରା ଗାଁ ,ବିଦ୍ୟାଳୟ ଓ ସ୍ଥାନୀୟ ଲୋକମାନେ ପ୍ରଭାବିତ ହେବେ।

Categories
ଆଞ୍ଚଳିକ

ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଜଗତସିଂହପୁର ଗସ୍ତ

ରମେଶ ମହାନ୍ତି
ଜଗତସିହପୁର : ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି-6ର ବିଭାଗର ସବ୍‌କମିଟି-4ର ଅଧ୍ୟକ୍ଷ ଅରବିନ୍ଦ ଢାଲି ଜଗତସିଂହପୁର ଗସ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଭୃତି ବିଭାଗକୁ ନେଇ ଆଲୋଚନା କରାଯାଇଥିଲା । ସେହିପରି ଚାଷୀଙ୍କୁ ଟୋକନ ମିଳିବାରେ ସମସ୍ୟା ଏବଂ ମିଲର ମାନେ ଧାନ କାଟିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାରାଦୀପ ପୋର୍ଟ ଏବଂ ଓର୍‌ମାସ ପକ୍ଷରୁ ମିଳିଥିବା 49 ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଧାୟକଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ଗୁଡିକରେ ଋଣ ମିଳିବାକୁ ନେଇ ରହିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାପରେ ସଂସଦୀୟ କମିଟି ପାରାଦୀପ ଗସ୍ତ କରିଥିଲେ । ସବ୍‌କମିଟି ସହିତ ବିଧାନସଭା ସହକାରୀ ସଚିବ ପ୍ରଭାତ କୁମାର ସ୍ବାଇଁ, ସେକ୍ସନ୍‌ ଅଫିସର୍‌ ଅରୁଣ କୁମାର ସ୍ବାଇଁ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଓର୍‌ମାସ୍‌ ଡେପୁଟୀ ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଜଗତସିଂହପୁରରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ

ରମେଶ ମହାନ୍ତି
ଜଗତସିଂହପୁର: ମଙ୍ଗଳବାର ପୂର୍ବାହ୍ନରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବଳରାମପୁରର କାଠିଆପଡା ପ୍ରାଇମେରୀ ସ୍କୁଲରେ ଜିଲ୍ଲାସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା ଶିଶୁ ମାନଙ୍କୁ ଟୀକା ପ୍ରଦାନ କରି ସ୍ୱତନ୍ତ୍ର ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବାଲିକୁଦା, ବିରିଡି, ଜଗତସିଂହପୁର(ମଣ୍ଡାସାହି) ଓ ନାଉଗାଁ ବ୍ଲକରେ ଟୀକାକରଣରେ ୮୦ ପ୍ରତିଶତରୁ ଉର୍ଦ୍ଧ ଟୀକାକରଣ ହୋଇ ପାରି ନଥିବାରୁ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଜିଲ୍ଲାରେ ୨ ବର୍ଷରୁ କମ୍‌ ଶିଶୁଙ୍କ ସଂଖ୍ୟା ବାଲିକୁଦା ବ୍ଲକରେ ୧୦୧ ଜଣ, ବିରିଡି ବ୍ଲକରେ ୧୦୦ ଜଣ, ମଣ୍ଡାସାହିରେ ୯୫ ଜଣ ଓ ନାଉଗାଁ ବ୍ଲକରେ ୩୭ଜଣଙ୍କୁ ମିଶାଇ ଜିଲ୍ଲାରେ ୩୩୩ ଜଣଙ୍କୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୧, ୧୩, ୧୪, ୧୫, ୧୮, ୨୦ ଏବଂ ୨୪ ତାରିଖରେ ଏହି ଟୀକାକରଣ କରାଯିବ। ଏହି ଉତ୍ସବରେ ଅତିରିକ୍ତ ଚିକିତ୍ସା ଅଧିକାରୀ, ପରିବାର କଲ୍ୟାଣ ଡଃ ପ୍ରମୋଦ କୁମାର ବାରିକ, ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜଗତସିଂହପୁର ସି.ଡି.ପି.ଓ, ଡି.ପି.ଏମ୍ ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ସହ ପରିଚାଳକ ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ

ରମେଶ ମହାନ୍ତି
ଜଗତସିଂହପୁର : ସୋମବାର ପୂର୍ବାହ୍ନରେ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ବଣ୍ଟନ କରିଥିଲେ । କୃମି ସଂକ୍ରମିତ ନହେଉଥିବା ପିଲାମାନେ ଅଧିକ ସ୍ୱାସ୍ଥ୍ୟବାନ୍ ହୁଅନ୍ତି ଏହାଦ୍ବାରା ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ସମସ୍ତ 1ରୁ15 ବର୍ଷର ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଚୋବାଇ ଖାଆନ୍ତୁ । ଅଣ ପଂଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଅଙ୍ଗନବାଡୀ କେନ୍ଦ୍ରରେ ଏହି ଔଷଧ ଖାଇ ପାରିବେ ।
ଏହି ଔଷଧ ପ୍ରଭାବରେ ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ଏପରି ହେଲେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ । ଜଗତସିଂହପୁର ଜିଲ୍ଲାରେ ମୋଟ 229366 ଜଣ ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବ । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା, ସହକାରୀ ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ବାରିକ, ସହକାରୀ ଚିକିତ୍ସା ଅଧିକାରୀ ଡ. କ୍ଷେତ୍ରବାସୀ ଦା, ଡି.ପି.ଏମ୍ ଚକ୍ରଧର ଜେନା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ,ସମସ୍ତ ଛାତ୍ରୀ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ବିଭାଗର ଉପ ପରିଚାଳକ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଞ୍ଚଳିକ

ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍‌ : ରଘୁନନ୍ଦନ ଦାସ

ରମେଶ ମହାନ୍ତି
ଜଗତସିଂହପୁର : ବୁଧବାର ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍‌ ବୋଲି ମନ୍ତ୍ରୀ ମତ ଦେଇଥିଲେ । ସରକାରୀ ଯୋଜନାରେ କୌଣସି ଲୋକ ଯେପରି ନିଜର ଅଧିକାର ନ ହରାନ୍ତି ତାକୁ ନେଇ ସରକାର ତତ୍ପର ଅଛନ୍ତି ବୋଲି ଶ୍ରୀ ଦାସ ମତ ଦେଇଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ବୈଠକରେ ଯୋଗଦେଇ 55 ନମ୍ବର ଜାତୀୟ ରାଜପଥର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି,ଏରସମାରେ ଜଙ୍ଗଲ କିସମ ଜମିରେ ରହୁଥିବା ଲୋକମାନଙ୍କର ସମସ୍ୟା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଫନୀ କ୍ଷୟକ୍ଷତି କ୍ଷତିପୁରଣ, ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣ, ଆମଗାଁ ଆମବିକାଶ, ଓଡିଶା ଜୀବିକା ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତିକରଣ, ଡିଡିୟୁ ଜିକେ ଓାଇ, ପାନୀୟ ଜଳଯୋଗାଣ, ପାଇପ୍ ଓାଟର ସପ୍ଲାଏ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ଏହାର ମରାମତି, କଂକ୍ରିଟ୍ ରୋଡ୍‌, ଆଦର୍ଶ ବିଦ୍ୟାଳୟ ଓ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ, କଣିଆ ଠାରୁ ମାଛଗାଁ ରାସ୍ତା ନିର୍ମାଣ, ଜଳ ସଂପଦ ବିଭାଗର ପ୍ରକଳ୍ପ ଅଗ୍ରଗତି, ଡ୍ରେନେଜ୍ ବିଭାଗର ପ୍ରକଳ୍ପ ଅଗ୍ରଗତି, ସାଧାରଣ ବଣନ, ଜିଲ୍ଲାରେ ମିଲର ସମସ୍ୟାର ସମାଧାନ, ପାଣି ପଂଚାୟତ, ରେସନ୍ କାର୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା, ସମସ୍ତ ବିଦ୍ୟାଳୟରେ ବାଳିକା ମାନଙ୍କ ନିମନ୍ତେ ଶୈାଚାଳୟ ନିର୍ମାଣ, ଧାନମଣ୍ଡି, ହାର୍ଭେଷ୍ଟର, ବାଲିକୁଦା ଏମ୍‌.ସି.ଏଚ୍ ବିଲିଡିଙ୍ଗର ମରାମତି,ସ୍ୱାସ୍ଥ୍ୟ ବିଭାଗ କ୍ୱାର୍ଟର ନିର୍ମାଣ,ସଏଲ ହେଲ୍‌ଥ କାର୍ଡ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଉପ ସଭାପତି ଲିଙ୍ଗରାଜ ସ୍ୱାଇଁ, ଏରସମା ବ୍ଲକ ଚେୟାରମ୍ୟାନ ପ୍ରଣବ ସ୍ୱାଇଁ, ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଞ୍ଚଳିକ ରାଜ୍ୟ ଖବର

ଦୁର୍ନୀତିର ଗନ୍ତାଘର ପାଲଟିଛି ଜଡତିରା ପଞ୍ଚାୟତ : ମୃତ୍ୟୁ ପୂର୍ବରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ହଡପ

ରମେଶ ମହାନ୍ତି
ଜଗତସିଂହପୁର: ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ଓ ଦୁର୍ନୀତିଖୋର୍ କୁଜିନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ । ଏପରିକି ରାଜ୍ୟରେ “5 ଟି”ର ଡିଣ୍ଡିମ ବାଜୁଥିବା ବେଳେ ତିର୍ତ୍ତୋଲ ବ୍ଲକରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଏପରିକି ଲୋକର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ନାଁରେ ମିଥ୍ୟାବିଲ୍ କରି ମୃତ୍ୟୁ ସହାୟତା ରାଶିକୁ ମଧ୍ୟ ଖାଇଯାଉଛନ୍ତି। ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ୍ ଜଡତିରା ପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନାନୂଯାୟୀ ଉକ୍ତ ପଞ୍ଚାୟତର 2ନଂ ୱାର୍ଡର ବାସିନ୍ଦା ଶେଷଦେବ ନାଥଶର୍ମାଙ୍କର 27.01.2019ରେ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଶେଷଦେବଙ୍କ ମୃତ୍ୟୁର 4 ମାସ ପୂର୍ବରୁ 15.9.2018ରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁ ସହାୟତା ରାଶି ବାବଦକୁ 2000 ଟଙ୍କା ତାଙ୍କ ବୋହୁ ନାଁରେ ଉଠାଇ ନେଇଛନ୍ତି ବୋଲି ପଂଚାୟତ ଅଫିସରେ ବିଲ୍ ହୋଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ମୃତ ଶେଷଦେବଙ୍କର ପୁଅ ବିବାହ କରିନାହାନ୍ତି । ପୁଅ ଅବିବାହିତ ଥିବା ବେଳେ ବୋହୂ କିପରି ମୃତ୍ୟୁର 4 ମାସ ପୂର୍ବରୁ ମୃତ୍ୟୁ ସହାୟତା ରାଶି ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ମୃତ ଶେଷଦେବଙ୍କ ପରିବାର ଲୋକ ଏହି ସହାୟତା ରାଶି ପାଇନାହାଁନ୍ତି ବୋଲି ଜଣାପଡିଛି। ଏଠି ପ୍ରଶ୍ନ ଉଠୁଛି ଶେଷଦେବଙ୍କ ପୁଅ ଯଦି ବିବାହ କରିନାହିଁ ତାହାଲେ ବୋହୁ କେମିତି ସହାୟତା ରାଶି ନେଇଗଲେ ? ପୁଣି 4ମାସ ପୂର୍ବରୁ କିଏ ଦେଲେ ଓ କେମିତି ପଂଚାୟତ ଅଫିସରେ ଏନେଇ ବିଲ୍ ହେଲା ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି। ଏହି ଦୁର୍ନୀତି ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି ଉକ୍ତ ପଂଚାୟତର ଜନୈକ ଯୁବକ। ସୂଚନାଧିକାର ଆଇନ ବଳରେ ତଥ୍ୟ ପାଇବା ପରେ ଏପରି ଏକ ଦୁର୍ନୀତି ହୋଇଛି ବୋଲି ଜଣାପଡିଥିଲା। ଏହି ଦୁର୍ନୀତି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁକାଳିନ ସହାୟତା ରାଶି ବାବଦକୁ ଅନେକ ଲୋକଙ୍କ ନାମରେ ଜାଲିଆତି କରାଯାଇ ଅର୍ଥ ହଡପ କରାଯାଇଥିବା କୁହାଯାଉଛି। ତଦନ୍ତ କରାଗଲେ ଉକ୍ତ ପଂଚାୟତର ଏହିପରି ଅନେକ ଦୁର୍ନୀତି ପର୍ଦ୍ଦାଫାସ୍ ହୋଇପାରିବା ସହିତ ଏହାର ଚେର କେଉଁଯାଏ ଲମ୍ବିଛି ଜଣାପଡନ୍ତା ବୋଲି ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପତାକା ଉତ୍ତୋଳନ ବେଳେ ଅଘଟଣ, ଅଧାରୁ ଖସିଲା ତ୍ରିରଙ୍ଗା

ରମେଶ ମହାନ୍ତି

ଜଗତସିଂହପୁର : ସାରା ଭାରତରେ ଆଜି 71ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ତଥା ଜିଲ୍ଲାର ସଦରମହକୁମାଠାରେ ଏହି ଉତ୍ସବ ବେଶ୍‌ ଆଡମ୍ବରପୂର୍ଣ୍ଣ ଭାବେ ଏହି ଉତ୍ସବ ପାଳିତ ହୋଇଛି । ଜିଲ୍ଲାପାଳ ତଥା ମନ୍ତ୍ରୀମାନଙ୍କ ଦ୍ବାରା ଜିଲ୍ଲାର ସଦର ମହକୁମାଗୁଡ଼ିକରେ ପତାକା ଉତ୍ତୋଳନ କରାଯାଇଛି । ଆଜି ଜଗତସିଂହପୁରଠାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅଘଟଣ ଘଟିଯାଇଛି । ଜଗତସିଂହପୁର ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହା ତଳେ ଛିଣ୍ଡି ପଡିଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ରହିଥିଲେ । ଜିଲ୍ଲାସ୍ତରୀୟ ପରେଡ୍‌ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମ୍‌ରେ ପ୍ରବଳ ଜନସମାଗମ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ମଣିଜଙ୍ଗାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ବେଳେ ହଟ୍ଟଗୋଳ

ରମେଶ ମହାନ୍ତି

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ କାର୍ଯାଳୟ ନିକଟସ୍ଥ ଡାକବଙ୍ଗଳା ପରିସରରେ ବୁଧବାର ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ବେଳେ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭାୟୀୟ ମନ୍ତ୍ରୀ କିମ୍ବା ଜିଲ୍ଲାର କୌଣସି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା। ଏଥିରେ ବାଲିକୁଦା-ଏରସମା ବିଧାୟକ ତଥା ବିଭାଗୀୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ନିମନ୍ତ୍ରଣ ହୋଇଥିବା ବେଳେ ସେମାନେ କେହି ଏଥିରେ ଯୋଗଦେଇନଥିଲେ। ଜିଲ୍ଲାପାଳ ଓ ଅତିଥି ମାନେ ଫିତା କାଟି ଉତ୍ସବକୁ ଉଦ୍‌ଘାଟନ କରିଦେଇଥିବାରୁ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଉତ୍ସବକୁ ନଆସି ବାଟରୁ ଫେରିଯାଇଥିଲେ। ଏହାକୁ ନେଇ ବିଧାୟକ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଉଦ୍‌ଘାଟନ ଓ ସଭା କାର୍ଯ୍ୟ କାହିକିଁ ଆରମ୍ଭ କରାଗଲା ବୋଲି ବିଧାୟକଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରି ସଭା ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏନେଇ କିଛି ସମୟ ପର୍ଯ୍ୟନ୍ତ ସଭାକାର୍ଯ୍ୟ ବନ୍ଦ ରହିଥିଲା।

ଉପସ୍ଥିତ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚେୟାର ପଛକୁ ଆସି ଉତ୍ତ୍ୟକ୍ତ ବ୍ୟକ୍ତିଙ୍କୁ ବୁଝାଇବାକୁ ଚେଷ୍ଠା କରିବା ସହ ଏସମ୍ପର୍କରେ ପୁଲିସକୁ ସୁଚନା ଦେଇଥିଲେ। ଏହାପରେ ସଭାକାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା। ବିଭିନ୍ନ ଅଂଚଳରୁ ଆସିଥିବା ଚାଷୀମାନେ ବକ୍ତବ୍ୟ ରଖି ପାଣି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଚାଷୀମାନଙ୍କୁ ହତାଶ ହେବାକୁ ପଡୁଛି ବୋଲି ଅଭିଯୋଗ କରିଥିଲେ। ପାଣି ପଞ୍ଚାୟତ ଅଧିନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଠିକାଦାରଙ୍କୁ ଦିଆଯାଉଥିବା ଓ କାର୍ଯ୍ୟ ଠିକ ହେଉନଥିବା ଅଭିଯୋଗ ବାଢିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପାଣିପଞ୍ଚାୟତର ନିର୍ବାଚିତ କର୍ମକର୍ତ୍ତା ଓ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀଙ୍କ ସହିତ ଏକ ବୈଠକ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବାଷୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ପ୍ରକାଶ ସ୍ୱାଇଁ, ଜଳସମ୍ପଦ ବିଭାଗ ସାଉଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ, ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ଏମସିଆଇର ନିର୍ବାହୀ ଯନ୍ତ୍ରୀ ଜୟଦେବ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଦେବି ପ୍ରସାଦ ନନ୍ଦ ପାଣିପଞ୍ଚାୟତ ପକ୍ଷ ଗଠନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ସଭାକୁ ଅମରଜ୍ୟୋତି ସାହୁ ସଂଯୋଜନା  କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗ ଏସ୍.ଡି.ଓ ଚିନ୍ମୟ ମହାନ୍ତି, ରାଜେଶ ମହାନ୍ତି, ଦେବେନ୍ଦ୍ର ଜେନା, ସହକାରୀ ଯନ୍ତ୍ରୀ କୈଳାସ ବେହେରା, ନରେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଜିଲା କୃଷି ବିଜ୍ଞାନ କେନ୍ଦ୍ର, କୃଷି ବିଭାଗ, ପଶୁସମ୍ପଦ ବିଭାଗ, ଉଦ୍ୟାନ କୃଷି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲକୁ ଜିଲାପାଳ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ପାଣିପଞ୍ଚାୟତ ଅଧିନ ଶ୍ରେଷ୍ଠ ଚାଷୀ ଓ ପାଣିପଞ୍ଚାୟତ ବିଷୟକୁ  ନେଇ ଅନୁଷ୍ଠିତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଉତ୍କଳ ମହିଳା ସମିତିର ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ

ରଞ୍ଜିତ ପଣ୍ଡା
ପାରାଦୀପ : ପାରାଦୀପ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ଉତ୍କଳ ମହିଳା ସମିତିର ଜଗତସିଂହପୁର ଜିଲ୍ଲା କମିଟି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନାରୀନେତ୍ରୀ ତଥା କୁଜଙ୍ଗ ଉତ୍କଳ ମହିଳା ସମିତିର ସମ୍ପାଦିକା ଚିନ୍ମୟୀ ସାହାଣୀଙ୍କ ନେତୃତ୍ବ୍ରରେ ସଙ୍ଗଠିତ ଶୋଭାଯାତ୍ରା ମହିଳା ସମିତିର ସଦସ୍ୟମାନେ ସହର ପରିକ୍ରମା କରିବା ସହିତ ଦୁଷ୍କର୍ମକାରୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୋଭାଯାତ୍ରା ପରେ ତହସିଲଦାର ପ୍ରଭାସ ରଞ୍ଜନ ବେଉରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତ ସିଆରପିଏଫ୍‌ ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବେଳେ ଗତକାଲି ପାରାଦୀପରେ ଘଟିଯାଇଥିଲା ଏକ ବର୍ବର କାଣ୍ଡ। ଉଲ୍ଲେଖଯୋଗ୍ୟ ଯେ, ସିଆରପିଏଫ୍‌ ଯବାନ ଜଣକ ଜନୈକ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ।