ଜଗତସିଂହପୁର ଓ ତିର୍ତ୍ତୋଲ ବିଧାୟକଙ୍କୁ ଅମର ପଟ୍ଟନାୟକଙ୍କ ପ୍ରଶଂସା

Published: Apr 19, 2020, 7:18 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ବିଶ୍ବ ମହାମାରୀ ରୂପ ନେଇଥିବା କରେନାକୁ ଦେଶରେ ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। କରୋନା ଯୋଗୁଁ ଲକଡାଉନରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଜଗତସିଂହପୁର ଓ ତିର୍ତ୍ତୋଲ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ଦାନ କାର୍ଯ୍ୟକ୍ରମ ହୋଇଛି। ଏହି କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଦେଖା ଦେଇଥିବା ରକ୍ତର ଅଭାବ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ସୁଚାରୁ ରୂପେ ତୁଲାଉଥିବାରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ସାଂସଦ ଡ଼ା. ଅମର ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି।

ଜଗତସିଂହପୁରର ଛାତ୍ର ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ଏବଂ ଯୁବ ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀଙ୍କ ସଚେତନତା ରୋଲ୍ ମଡେଲକୁ ନେଇ ପ୍ରଶଂସାରେ ଶତମୁଖ ହୋଇ ଟୁଇଟ୍ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡ଼ି ରାଜ୍ୟ ଆଇଟି ୱିଙ୍ଗ୍ ମୁଖ୍ୟ ଡ଼ା.ଅମର ପଟ୍ଟନାୟକ। ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଜଗତସିଂହପୁରରୁ ୧୭୪ ୟୁନିଟ୍‌ ଓ ତିର୍ତ୍ତୋଲ୍‌ରୁ ୮୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।

Related posts