ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

Published: May 9, 2020, 4:10 pm IST

ସମୀକ୍ଷା ବ୍ୟୁରୋ
କୁଜଙ୍ଗ: ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର,ପୋଲିସ୍‌ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ, ଡ. ସ୍ମୃତିରଞ୍ଜନ ମହାପାତ୍ର, କୁଜଙ୍ଗ ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା, ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସମ୍ପର୍କ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସଭାପତି ସ୍ନେହାଶିଷ ଦାଶ ଏବଂ ଜିତେନ୍ଦ୍ର ଦାସ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତିତ ରାଷ୍ଟ୍ରୀୟ କଳା ମଞ୍ଚ ଅଖିଳ ଭାରତୀୟ ପ୍ରମୁଖ ତନ୍ମୟ କୁମାର ଦାଶ, ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ, ସମିତି ସଭ୍ୟ ପଦ୍ମନାଭ ସାହୁ, ଅଗପାଳ ସରପଞ୍ଚ ମେନକା ବେହେରା, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ବେହେରା, ସାମ୍ବାଦିକ ବିଭୂତି ଭୂଷଣ ଦାସ ଏବଂ ରଞ୍ଜିତ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପଙ୍କପାଳ ଓ ଅଗପାଳ ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ସ୍ୱାଇଁ ,ସଞ୍ଜୟ ମଲ, ଆଶୁତୋଷ ଶଧଙ୍ଗି, ହିମାଂଶୁ ଶେଖର ରାଈଗୁରୁ, ସୌମ୍ୟ ରଂଜନ ଦାଶ, ସୁନିଲ୍ ସ୍ୱାଇଁ, କୃଷ୍ଣ ପ୍ରସନ୍ନ ଦାସ, ଶିବ ଚରଣ ପାତ୍ର, କିଶୋର ପରିଡ଼ା, ଗୋକୁଳାନନ୍ଦ ରାଉତ, ସନ୍ତୋଷ ଶତପଥୀ ଏବଂ ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀ ଓ ଗୁରୁମା ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିଲେ।

Related posts