ଜଗତସିଂହପୁରରେ ମୋଟ୍‌ 1270ଟି ନମୁନା ପରୀକ୍ଷାରୁ 5ଟି ପଜିଟିଭ୍‌

Published: May 9, 2020, 2:19 pm IST

ରମେଶ ମହାନ୍ତି

ଜଗତସିଂହପୁର : ଗ୍ରୀନ୍‌ ଜୋନ୍‌ରେ ରହିଥିବା ଜଗତସିଂହପୁର ଜିଲ୍ଲାରୁ 5ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ଏହା ଏବେ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଛି । ବାହାର ରାଜ୍ୟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । 3 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ଚାରିଟି ଜିଲ୍ଲା ଏବଂଅନ୍ୟ ରାଜ୍ୟରୁ ଜଗତସିଂହପୁରକୁ  ସମୁଦାୟ 302 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କଠାରେ ପଜିଟିଭ୍‌ ବାହାରଯିବା ପରେ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ପୂର୍ବରୁ କ୍ବାରେଣ୍ଟାଇନରେ ରହିଥିଲେ ।

ବାହାର ଜିଲ୍ଲା ଓ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକରୁ 47ଜଣ, ରଘୁନାଥପୁର ବ୍ଲକରୁ 25 ଜଣ, ବିରିଡି ବ୍ଲକରୁ 10 ଜଣ, କୁଜଙ୍ଗରୁ 20 ଜଣ ବାଲିକୁଦା ବ୍ଲକରୁ 37 ଜଣ, ଏରସମାରୁ 36 ଜଣ, ନାଉଗାଁରୁ 47 ଜଣ, ତିର୍ତ୍ତୋଲ୍‌ 56 ଜଣ ଓ ଜଗତସିଂହପୁର ମ୍ୟୁନିସପାଲିଟିରୁ 12ଜଣ ଓ ପାରାଦୀପ ମ୍ୟୁନିସପାଲଟିରୁ 10 ଜଣ ରହିଛନ୍ତି । ତିନି ଦିନ ମଧ୍ୟରେ ସୁମଦାୟ 1270ଟି ନମୁନା ପରୀକ୍ଷା ହୋଇଛି । ସେଥି ମଧ୍ୟରୁ 5ଟି ନମୁନା ପଜିଟିଭ୍‌ ରହିଥିବାବେଳେ ବାକି ସମସ୍ତ ନମୁନା ନେଗେଟିଭ୍‌ ରହିଛି ।

Related posts