ପାରାଦୀପ ଏବଂ ଜଗତସିଂହପୁର ସ୍ଥିତ ଶ୍ରମିକ କ୍ୟାମ୍ପ ପରିଦର୍ଶନ କଲେ ଫାଇଭ ଟି ସଚିବ

Published: Apr 17, 2020, 4:02 pm IST

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଫାଇଭଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ପାରାଦୀପ ଏବଂ ଜଗତସିଂହପୁର ପରିଦର୍ଶନ କରିଛନ୍ତି। ପାରାଦୀପ ଏବଂ ଜଗତସିଂହପୁରରେ ରହିଥିବା ଶ୍ରମିକ କ୍ୟାମ୍ପ ପରିଦର୍ଶନ କରିବା ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଷଣ୍ଢକୁଦର କୋଷ୍ଟଗାର୍ଡ କଲୋନୀରେ ରହିଥିବା ଏହି କ୍ୟାମ୍ପରେ ୮୬ ଜଣ ଶ୍ରମିକ ରହିଛନ୍ତି। ଏହି କ୍ୟାମ୍ପରେ ପଶ୍ଚିମବଙ୍ଗ, ବିହାର ଏବଂ ବାଲେଶ୍ବରର ଶ୍ରମିକ ରହିଛନ୍ତି। କ୍ୟାମ୍ପରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି କ୍ୟାମ୍ପରେ ଦୈନିକ ଦୁଇଥର ଖାଦ୍ୟ ପ୍ରଦାନ କରାଯିବା ସହିତ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ।

Related posts