Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରହିନଥିବା ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ ତେଣୁ କ୍ଷତିପୂରଣ ଦିଆଯିବ ନାହିଁ । ଏହାକୁ ଟାର୍ଗେଟ କରିଛନ୍ତି ରାହୁଲ୍‌ ଗାନ୍ଧି । ରାହୁଲ ହିନ୍ଦିରେ ଟ୍ୱିଟ କରି କହିଛନ୍ତି ଯେ, ମୋଦି ସରକାର ଗଣିବା ଭୁଲି ଯାଇଛନ୍ତି, ତେଣୁ କେହିବି ମରି ନାହାନ୍ତି । ଲକଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ କେତେ ଲୋକ ଚାକିରି ହରାଇଛନ୍ତି ଏହାର କୌଣସି ହିସାବ ସରକାରଙ୍କ ନିକଟରେ ନାହିଁ । ମାତ୍ର ସବୁଠାରୁ ଦୁଃଖଦାୟକ ଜିନିଷ ହେଉଛି କି ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦୁଇଟି ପୃଥକ ଦୁର୍ଘଟଣାରେ 5 ପ୍ରବାସୀ ଶ୍ରମିକ ମୃତ

ବୁଲନ୍ଦସହର : ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଦୁଇଟି ପୃଥକ ଦୁର୍ଘଟଣାରେ 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକ୍‌ଡାଉନ୍‌କୁ ଦୁଇ ମାସ ପୁରିବାକୁ ବସିଥିବା ବେଳେ ପ୍ରବାସୀଙ୍କ ଦୁଃଖ ସରୁନାହିଁ । ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଭ୍ୟାନ୍‌ଟି ଓଲଟି ପଡିବାରୁ ଦୁଇ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଭ୍ୟାନ୍‌ଟି ଏକ ଇଲେକ୍ଟ୍ରିକ୍‌ ପୋଲ୍‌ରେ ଧକ୍କା ହେବା ସହିତ ଓଲଟି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଶ୍ରମିକ ମାନେ ସୁରଟରୁ ବିଜ୍‌ନୋର ପର୍ଯ୍ୟନ୍ତ ଫେରୁଥିଲେ ।

ସେହିପରି ଅନ୍ୟ ଏକ ଘଟଣାରେ ଆଉ ତିନି ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଦିଲ୍ଲୀରୁ ବଦାଉଁ ଫେରୁଥିବା ବେଳେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯିବାରୁ ତିନି ଜଣ ପ୍ରାଣ ହରାଇଛନ୍ତି । ମିର୍ଜାପୁରରେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଘରେ ପହଞ୍ଚିବା ଆଗରୁ ବାଟରେ ମୃତ୍ୟୁବରଣ କଲେ ପ୍ରବାସୀ ଓଡ଼ିଆ

ଜଳେଶ୍ବର : ଲକ୍‌ ଡାଉନ୍‌ ଉଜାଡି ଦେଇଛି ପ୍ରବାସୀ ଶ୍ରମିକର ଜୀବନ । ତାଲାବନ୍ଦ ଯୋଗୁ ରୋଜଗାର ଚାଲିଯାଇଥିବାବେଳେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ । ବାଧ୍ୟ ହୋଇ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରାୟେ ସବୁଦିନେ ପ୍ରବାସୀ ଶ୍ରମିକମାନେ ଘର ବାହୁଡୁଥିବାବେଳେ ନାନା ଦୁର୍ଘଟଣାର ଶିକାର ହେଉଥିବାର ଖବର ଶୁଣିବାକୁ ମିଳୁଛି ।

ଜଣେ ଓଡ଼ିଆ ପ୍ରବାସୀ ଶ୍ରମିକ ଘରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ସୁଦୂର କୋଲକାତାରୁ ଚାଲି ଚାଲି ଆସୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକଟି ଘରେ ପହଞ୍ଚିବା ଆଗରୁ ମୃତ୍ୟୁବରଣ କରିଛନ୍ତି । ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ମୋବାଇଲ୍‌ କଲରୁ ଘର ପୁରୀ ଜିଲ୍ଲା କାକଟପୁର ବୋଲି ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଟ୍ରକ୍‌ – ବସ୍‌ ମୁହାଁମୁହିଁ ଧକ୍କା, 8 ଶ୍ରମିକ ମୃତ, 50 ଆହତ

ମଧ୍ୟପ୍ରଦେଶ : କରୋନା ଓ ଲକ୍‌ ଡାଉନ୍‌ କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଲକ୍ ଡାଉନ୍‌ ଯୋଗୁଁ କାମ ଚାଲିଯିବା ପରେ ଭୋକ ବିକଳରେ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ କେହି କେହି ଚାଲି ଚାଲି ତ କେହି କେହି ଟ୍ରକ୍‌ କିମ୍ବା ବସ୍‌ ଯୋଗେ । ତେବେ ପ୍ରବାସୀ ଶ୍ରମିକମାନେ ବିପଦପୂର୍ଣ୍ଣ ଯାତ୍ରା କରିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରୁଛନ୍ତି । ମଧ୍ୟପ୍ରଦେଶର ଗୁନାଠାରେ ବୁଧବାର ବିଳମ୍ବିତ ରାତ୍ରିରେ 60ରୁ ଅଧିକ ଶ୍ରମିକ ଥିବା ଏକ ବସ୍‌ରେ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ୍ର ରାତ୍ରିରେ ଗୁନାର କେଣ୍ଟ ଅଞ୍ଚଳରେ ପ୍ରବାସୀ ଶ୍ରମିକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 8 ଜଣ ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଏହି ସମସ୍ତ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ ।  (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ହରିୟାଣାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ଲକ୍‌ଡାଉନ୍‌ରେ ଫସି ରହିଥିବା ଜନୈକ ନିର୍ମାଣ ଶ୍ରମିକ ଆଜି ଆତ୍ମହତ୍ୟା କରିଛନ୍ତି । ପ୍ରବାସୀ ଓଡିଆ ମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଥିଲେ ମଧ୍ୟ ଏହା ବିଫଳ ହୋଇଛି । ସୋସିଆଲ ମିଡିଆ ଜରିଆରେ ଉଦ୍ଧାରର ନିବେଦନ କରି ବିଫଳ ହେବା ପରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଛନ୍ତି ଏହି ପ୍ରବାସୀ ଓଡିଆ । ମୃତ ଯୁବକଙ୍କ ନାମ ଗଙ୍ଗାଧର ବିଶ୍ବାଳ । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବାସିନ୍ଦା ଗଙ୍ଗାଧର ହରିୟାଣାର ଯମୁନା ବିହାର ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ । ଗଛରେ ରଶି ଲଗାଇ ଗଙ୍ଗାଧର ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାଁକୁ ଫେରିବା ପାଇଁ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ବି ଧ୍ୟାନ ନଦେବାରୁ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ଗଙ୍ଗାଧର ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବାସୀ ଓଡିଆଙ୍କୁ ଆଶ୍ବସ୍ତି : ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ : ପ୍ରବାସୀ ଓଡିଆଙ୍କ ପାଇଁ ଆଶ୍ବସ୍ତିର ଖବର । ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ଫଳରେ ଏଣିକି ପ୍ରବାସୀ ଓଡିଆ ମାନେ ରେଳ ଯୋଗେ ନିଜ ରାଜ୍ୟକୁ ଫେରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଜି ସୁରଟରୁ ଆସିବାକୁ ଥିବା 3ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା । ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ ପରେ ସେମାନଙ୍କୁ ଓଡିଶା ଅଣାଯିବ ବୋଲି ଗତକାଲି ଓଡିଶା ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ ଜଷ୍ଟିସ୍‌ ବି ଆର ଗଭାଇଙ୍କ ମିଳିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ଏହି ମାମଲା ଭାରତ ସରକାରଙ୍କ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍‌ଥାପନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ରାସ୍ତା ଦାଢରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରବାସୀ ଶ୍ରମିକ

ତେଲେଙ୍ଗାନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । କିଛି ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ପଳାଉଥିବା ବେଳେ କେହି କେହି ସାଇକେଲ ବା ଅନ୍ୟାନ୍ୟ ମାଧ୍ୟମରେ ଘରେ ପହଞ୍ଚୁଛନ୍ତି । ମଙ୍ଗଳବାର ସେହିପରି ଏକ ଅଭାବନୀୟ ଘଟଣା ଘଟିଛି । ତେଲେଙ୍ଗାନାରୁ ଚାଲି ଚାଲି ଛତିଶଗଡ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି । ମଙ୍ଗଳବାର ଭୋର 5ଟା ସମୟର ମେଡକର 44 ନମ୍ବର ଜାତୀୟ ରାଜପଥ ନିକଟରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ଗାଡି ମୋଟରର ସୁବିଧା ନଥିବାରୁ ଉକ୍ତ ମହିଳାଙ୍କ ସହକର୍ମୀ ମାନେ ରାସ୍ତା ଦାଢରେ ପ୍ରସବ କରାଇଥିଲେ । ଏହାପରେ ସ୍ଥାନୀୟ ସବ୍‌ ଇନ୍ସପେକ୍ଟର ନରସିଂହ ରାଜେଶ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି ବୋଲି ରାଜେଶ ପ୍ରକାଶ କରିବା ସହିତ ପ୍ରସବ ପୂର୍ବରୁ ମହିଳା ଜଣକ 70 କିମି ବାଟ ଚାଲି ଚାଲି ଆସିଥିଲେ ବୋଲି କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌ : ବସ୍‌ରେ ବିଭିନ୍ନ ସ୍ଥାନକୁ ଗଲେ ପ୍ରବାସୀ ଓଡିଆ

ସଞ୍ଜୟ କୁମାର କର
ଖୋର୍ଦ୍ଧା : କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ରାଜ୍ୟରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ । ପ୍ରାୟ 1200 ଓଡିଆଙ୍କୁ ନେଇ କୋଚିର ଆଲୁଭାରୁ ଛାଡିଥିବା ଟ୍ରେନ୍‌ଟି ରବିବାର ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିଥିଲା । ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ରେ ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଛି । ବସ୍‌ ଯୋଗେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଜିଲ୍ଲାର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି । ଏହା ସହିତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରବାସୀ ଶ୍ରମିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡି ପଳାଇବା ଘଟଣା: ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ପରେ କ୍ବାରେଣ୍ଟାଇନ୍‌କୁ ଫେରିଲେ ପ୍ରବାସୀ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା: କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରି ପଳାୟନ କରିଥିବା ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଛନ୍ତି। ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ଏବଂ ଜନତା ହାଇ ସ୍କୁଲରେ ୫୬ ଜଣ ସୁରତ ଫେରନ୍ତା ରହିଥିବା ବେଳେ ଖାଦ୍ୟପାନୀୟ ମିଳୁନଥିବା ଅଭିଯୋଗ କରି ଗେଟ୍‌ ଡେଇଁ ପଳାୟନ କରିଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖୋଜିବାର ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କାରଣରୁ ପ୍ରବାସୀ ଶ୍ରମିକ ମାନେ ଗାଁକୁ ପ୍ରବେଶ କରି ପାରିନଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଥିବା ବେଳେ ଆହୁରି କିଛି ଶ୍ରମିକ ଏବେବି ବାହାରେ ବୁଲୁଛନ୍ତି। ଉକ୍ତ ପ୍ରବାସୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି।

ତେବେ କ୍ବାରେଣ୍ଟାଇନ୍‌ରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡା କରାଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମରେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ରେ କହିଛନ୍ତି । ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି ।

ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍‌ ନଥିଲେ କିମ୍ବା ଆସୁଥିବା ବସ୍‌ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍‌କୁ ମିଳିଥିବା ରୁଟ୍‌ ବ୍ୟତିରେକ ଅନ୍ୟାନ୍ୟ ରୁଟ୍‌ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ ବସ୍‌କୁ ଫେରାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୁରତରୁ ବେଗୁନିଆପଡା ଫେରିଲେ 58 ଜଣ ପ୍ରବାସୀ ଓଡିଆ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଶନିବାର ଦିନ ସୁରତର ଭାଗଲ ଅଞ୍ଚଳରୁ ବେଗୁନିଆପଡା ବ୍ଲକକୁ 58 ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସୁରତରୁ ବୁଧବାର ଦିନ ନିଜସ୍ଵ ଖର୍ଚ୍ଚରେ ବସରେ ବାହାରିଥିଲେ ଏହି 58 ପ୍ରବାସୀ ଓଡିଆ । ଏହି ପ୍ରବାସୀ ଶ୍ରମିକଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ସ୍ଥିତ ହାଇସ୍କୁଲ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଗଂଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷାରେ ଅଣାଯାଇଥିଲା। ଏମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକର 39ଜଣ, କବିସୂର୍ଯ୍ୟନଗର ବ୍ଲକର 3ଜଣ, ଖଲ୍ଲିକୋଟ ବ୍ଲକର 14 ଜଣ, ପୁରୁଷୋତ୍ତମ ବ୍ଲକ ଏବଂ ଗଂଜାମ ବ୍ଲକର ଜଣେ ଲେଖାଏଁ ପ୍ରବାସୀ ରହିଥିବା ଜଣାପଡିଛି। ସ୍କୁଲ ପରିସରରେ ସେମାନଙ୍କ ପଞ୍ଜିକରଣ ପରେ ରୁମକୁ ପଠାଯାଇଥିଲା। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ବେଦବର ପ୍ରଧାନ, ସରପଞ୍ଚ ହୃଷିକେଶ ମେହେଣ।, ନୋଡାଲ ଅଫିସର ମଳୟ କୁମାର ବେହେରା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ତତ୍ୱବାଧାନରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମିକ୍ସଚର ମେସିନ୍‌ ଗାଡିରେ ଲୁଚିକି ଆସୁଥିଲେ ଶ୍ରମିକ : ଉଦ୍ଧାର ପରେ କ୍ବାରେଣ୍ଟାଇନ୍‌ରେ ଭର୍ତ୍ତି

ଲକ୍ଷ୍ନୌ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଟ୍ରେନ୍‌ ଚଳାଯାଇଥିଲେ ମଧ୍ୟ ଶ୍ରମିକ ମାନେ ଯିବା ପାଇଁ ଅଲଗା ରାସ୍ତା ବାଛୁଛନ୍ତି । ଶନିବାର ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମିକ୍ସଚର ମେସିନ୍‌ ଗାଡିରେ ଲୁଚି କରି ଯାଉଥିବା ସମୟରେ 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉକ୍ତ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଉତ୍ତର ପ୍ରଦେଶର ସିପ୍ରା ଜିଲ୍ଲାରେ ଏହି ଘଟଣା ଘଟିଛି । ଇନ୍ଦୋର ଯାଉଥିବା ସମୟରେ ସାନଓ୍ବେର ପୋଲିସ୍‌ ପକ୍ଷରୁ କଣ୍ଟେନରକୁ ଜବତ କରାଯିବା ସହିତ ସମସ୍ତ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଓଡିଆଙ୍କୁ ସହାୟତା କରିବା ପାଇଁ ଭିଡିଓ ବାର୍ତ୍ତାରେ ନବୀନଙ୍କ ନିବେଦନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଗତ ଦଶଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଲୋକ ଘରେ ରହିବା ପାଇଁ ନବୀନ ନିବେଦନ କରିଛନ୍ତି । ରାଜ୍ୟବାସୀଙ୍କ ସହାୟତାରେ ହିଁ ରାଜ୍ୟରୁ କରୋନାକୁ ଦୂର କରାଯାଇପାରିବ ବୋଲି ନବୀନ ମତ ଦେଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁଣି ସାଇକଲରେ ଫେରିଲେ ପ୍ରବାସୀ ଓଡିଆ ଶ୍ରମିକ: ୭ ଦିନରେ ୧୧୦୦ କିମି ଯାତ୍ରା

ପିଣ୍ଟୁ ବିଷୋୟୀ
ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି। ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି। ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି। ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ସାଇକେଳ ଯୋଗେ ଯାଜପୁରରେ ପହଞ୍ଚିଥିବା ବେଳେ ଗଞ୍ଜାମର ଜଣେ ଯୁବକ ଆଜି ସମାନ ଢଙ୍ଗରେ ସାଇକେଲ ଯୋଗେ ଚେନ୍ନାଇରୁ ଫେରିଛନ୍ତି। ୭ ଦିନରେ ୧୧୦୦ କିମି ଅତିକ୍ରମ କରି ଯୁବକ ୨୩ ତାରିଖରେ ଗଞ୍ଜାମରେ ପହଞ୍ଚିଛନ୍ତି।

ବେଗୁନିଆପଡା ବ୍ଲକ ବଡଖଇରଖମା ଗ୍ରାମର ଯୁବକ ଜଣଙ୍କର ବୟସ ୨୫ ବର୍ଷ। ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକଙ୍କ ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଯୁବକ ଜଣକ ଚେନ୍ନାଇରୁ ସାଇକଲ ଯୋଗେଁ ବିଜୟୱାଡା ଆସିବା ପରେ ଏକ ମାଲବହି ଟ୍ରକରେ ଶ୍ରୀକାକୁଲମ ଆସି ପୁଣି ସାଇକଲ ଯୋଗେଁ ଯାତ୍ରା କରି ୨୩ ତାରିଖରେ ବଡ଼ଖଇରଖମାରେ ପହଁଚିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ବାରିକ ଖବର ପାଇ ତାଙ୍କୁ ବଡ଼ଖଇରଖମାରେ ଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଛନ୍ତି। ବ୍ରହ୍ମପୁର ବଡମେଡିକାଲ କୋଭିଡ୍ ୧୯ ୱାର୍ଡରେ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ବେ ଚେନ୍ନାଇରୁ କିଭଳି ଚାଲିଆସିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ନିମନ୍ତେ ଆଧାର ବାଧ୍ୟତାମୂଳକ ନହେଉ

ଭୁବନେଶ୍ବର: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କ ଘର ବାହୁଡା ନିମନ୍ତେ ରାଜ୍ୟ ସରକାର ଗତ 24 ତାରିଖ ଦିନ ନୋଟିସ ଜାରିକରି ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣ ନିମନ୍ତେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି। ଏଥିରେ ଅନଲାଇନ ପଞ୍ଜିକରଣ ନିମନ୍ତେ ସମସ୍ତଙ୍କ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରା ଯାଇଛି। କୋଭିଡ 19 ପାଇଁ ରାଜ୍ୟରେ ନବ ଗଠିତ ନାଗରିକ ଅନୁଷ୍ଠାନ “ସିଟିଜେନ୍ସ ଆକ୍ସନ ଗ୍ରୁପ, ଓଡିଶା” ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆଧାର ବାଧ୍ୟତାମୂଳକ କରାଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛି।

ସରକାରୀ ଆକଳନ ଅନୁସାରେ ପ୍ରାୟ 5 ଲକ୍ଷ ରାଜ୍ୟ ବାହାରେ ଥିବା ଶ୍ରମିକ ଆସିବାର ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। ଏହା ନିଶ୍ଚିନ୍ତ ଭାବରେ କୁହାଯାଇ ପାରିବ ଯେ ସେମାନଙ୍କ ମଧ୍ୟରୁ ଅନେଙ୍କ ପାଖରେ ଆଧାର କାର୍ଡ ନଥିବ। ଆମେ କହିରଖିବାକୁ ଚାହୁଁଛୁ ଯେ ସମସ୍ତେ ଏକ ମହା ବିପତ୍ତିରେ ପଡିଛନ୍ତି। ମାନବିକ ଦୃଷ୍ଟିକୋଣରୁ ଯେଉଁମାନେ ସମାଜର ଅତ୍ୟନ୍ତ ଦାରିଦ୍ର୍ୟ ଶ୍ରେଣୀର ଓ କଷ୍ଟରେ ଅଛନ୍ତି , ସେମାନଙ୍କ ପ୍ରତି ଆମେ ସମାବେଦନଶୀଳ ହେବା ଉଚିତ। ଆଧାର କାର୍ଡ ନିଷ୍ପତିକୁ ତାଙ୍କ ଉପରେ ଦେଇ ଆଧାର ବାଧ୍ୟତା ମୂଳକ କରିବା ସମ୍ପୂର୍ଣ ସମ୍ବେଦନହୀନ ଓ ମାନବିକତା ବିରୋଧୀ ହେବ। ତେଣୁ ସରକାର ଭୋଟର କାର୍ଡ ଡ୍ରାଇଭିଂ ଲାଇସେନ୍ସ ନମ୍ବର କିମ୍ବା ପଂଚାୟତର ସରପଞ୍ଚଙ୍କ ସାର୍ଟିଫିକେଟକୁ ଗ୍ରହଣ କଲେ ଭଲ ହେବ। ସେହିପରି ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବା ଅନୁଚିତ କରାଣ ଶ୍ରମିକ ଭାଇ ଭଉଣୀ ମାନେ ହୀନସ୍ତା ହେବେ ଓ ଅସୁବିଧାରେ ପଡିବେ। ରିଲିଫ ଯୋଗାଇବା ନିମନ୍ତେ ବିଭିନ୍ନ ହେଲ୍ପ ଲାଇନ, ପଂଚାୟତ କିମ୍ବା ସରକାରୀ ଅନୁଷ୍ଠାନ ଶ୍ରମିକ ମାନଙ୍କର ନାମ ପାଞ୍ଜିକରଣ କରିଛନ୍ତି ଯାହାକୁ ଏଥିପାଇଁ ଉପଯୋଗ କରାଯାଇ ପାରିବ। ଶ୍ରମିକ ମାନେ ଫେରନ୍ତା ଯାତ୍ରା ସମୟରେ ବିଭିନ୍ନ ଅଧିକାରୀ କିମ୍ବା ଗାଡି ମଟର ମାଲିକ କିମ୍ବା ଅନୁଷ୍ଠାନ ଦ୍ୱାରା ଶୋଷଣର ଶିକାର ହେବାର ସମ୍ଭାବନା ଅଛି। ସେଥିପ୍ରତି ଯତ୍ନବାନ ହେବାକୁ ପଡିବ। ବିନାପ୍ରତିବନ୍ଧକ ରେ ଯେପରି ଶ୍ରମିକମାନେ ପଞ୍ଜିକୃତ ହେବେ ଏବଂ ଘରକୁ ଫେରିବେ ତାହା ସରକାର ଦେଖିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧି ଏକ ମାସ ବଢାଇବାକୁ ଓଡିଶା ସରକାରଙ୍କ ସୁପାରିଶ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍‌ ଲାଇନ୍‌ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍‌ଡାଉନ୍‌ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।

Categories
ଆଞ୍ଚଳିକ

ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର : ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ସମସ୍ତ ନିର୍ମାଣ କାରୀ ସଂସ୍ଥା ତଥା ବିଭିନ୍ନ କମ୍ପାନୀ ଗୁଡିକ ହଠାତ୍ ବନ୍ଦ ହୋଇଛି। ଏହା ଫଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଉକ୍ତ କମ୍ପାନୀରେ କାମ କରୁଥିବା ଶ୍ରମିକ। କଟକ ଜିଲ୍ଲା ନରସିଂହପୁର ବ୍ଲକର ଓଡ଼ସିଙ୍ଗା, କାଠଖୁଣ୍ଟ, ଡିମିରିଆ ତଥା ବ୍ଲକର ବିଭିନ୍ନ ଗ୍ରାମରୁ ଶ୍ରମିକ ମାନେ ଚେନ୍ନାଇ ଯାଇ ସେଠାରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି । କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଲକଡାଉନ ଯୋଗୁଁ ଭୋକ ଉପାସରେ ରହିଥିବା ବେଳେ ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଯେଉଁ କମ୍ପାନୀରେ କାମ କରୁଥିଲେ କମ୍ପାନୀ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କ ବେତନ ମଧ୍ୟ ମିଳିନାହିଁ । ଏଭଳି ଦୁସ୍ଥ ସ୍ଥିତିରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାର ଲୋକଙ୍କ ପକ୍ଷରୁ ନିବେଦନ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡିଆଙ୍କୁ ବସ୍‌ରେ ରାଜ୍ୟକୁ ଫେରାଇ ଅଣାଯିବ : ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା

ଭୁବନେଶ୍ବର : ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଲକ୍‌ଡାଉନ୍‌ ହଟିବା ପରେ ବସ୍ ଜରିଆରେ ଶ୍ରମିକ ମାନଙ୍କୁ ବସ୍‌ ଜରିଆରେ ରାଜ୍ୟକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି । ପଞ୍ଜୀକରଣ ପରେ ସମସ୍ତଙ୍କୁ ଫେରାଇ ଅଣାଯିବା ସହିତ କ୍ବାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଜିକରଣ ପାଇଁ ଆଧାର ଏବଂ ମୋବାଇଲ ନମ୍ବର ଜରୁରୀ: ପଞ୍ଚାୟତିରାଜ ସଚିବ

ଭୁବନେଶ୍ବର: ବାହାରେ ରହିଯାଇଥିବା ଲୋକଙ୍କ ସମ୍ପର୍କରେ ପଞ୍ଚାୟତିରାଜ ସଚିବଙ୍କ ସୂଚନା ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ସଚିବ। ଓଡ଼ିଶା ବାହାରେ ରହିଯାଇଥିବା ଲୋକଙ୍କୁ ପ୍ରଥେମ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ବୋଲି ସୂଚନା ଦେଇଛି ସଚିବ। ରେଜିଷ୍ଟ୍ରେସନରେ ସାହାଯ୍ୟ କରିବାକୁ ଓ୍ବାର୍ଡରେ ନୋଡାଲ୍‌ ଅଫିସର ନିଯୁକ୍ତ କରାଯାଇଛି। ଗତକାଲିଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ସଚିବ। ଓଡ଼ିଶା ବାହାରୁ ଯେଉଁମାନେ ଆସିବେ, ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟିନରେ ରହିବେ ବୋଲି ନିଷ୍ପତ୍ତି ଦିଆଯାଇଛି। ୧୪ ଦିନ କ୍ବାରେଣ୍ଟିନ୍‌ରେ ରହିବା ପରେ ସୁସ୍ଥ ଥିଲେ ଘରକୁ ଫେରିବ ବୋଲି ସୂଚନା ଦିଆଯାଇଛି। ସେହିପରି ଓଡ଼ିଶା ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଥିବାବେଳେ ରେଜିଷ୍ଟ୍ରେସନ ପାଇଁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ଜରୁରୀ। କେହି ସମ୍ପର୍କୀୟ ରେଜିଷ୍ଟ୍ରେସନ କରୁଥିଲେ ତାଙ୍କ ମୋବାଇଲ ନମ୍ବର ଦେବେ। ବାହାରେ ରହୁଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ, ସମେସ୍ତ ରେଜିଷ୍ଟ୍ରିସନ କରିପାରିବେ। ସେହିପରି ସେମାନେ ସମସ୍ତେ ପୂରା ବିବରଣୀ ଦେବାକୁ ପଡ଼ିବ। କେଉଁଠି ଆସିଲେ ଏବଂ କେଉଁଠିକୁ ଯିବେ ସେ ନେଇ ପୂରା ବିବରଣୀ ଦେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ସଚିବ। ଭୟ ନ କରି ବିବରଣୀ ଦେବାକୁ କହିଛନ୍ତି ପଞ୍ଚାୟତ ସଚିବ।

Categories
ଆଜିର ଖବର ରାଜ୍ୟ ଖବର

କାମ କରିପାରିବେ ଫସିଥିବା ଶ୍ରମିକମାନେ

ଭୁବନେଶ୍ବର : ଲକ୍ ଡାଉନରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ। କାମ ହରାଇ ବିପନ୍ନ ଜୀବନ କାଟୁଥିବାବେଳେ ସେମାନଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। ଲକ୍ ଡାଉନ୍‌ ପରେ ଓଡ଼ିଶାରେ ଫସିଥିବା ଶ୍ରମିକଙ୍କ ମାନେ କାମ କରିପାରିବେ। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ କାମ କରିପାରିବେ। ସେମାନେ କାମ କରୁଥିବା ସଂସ୍ଥା ବା ଠିକାଦାରଙ୍କ ଜରିଆରେ କାମ କରିପାରିବେ। ସଂସ୍ଥା ବା ଠିକାଦାରମାନେ ସେମାନଙ୍କ ଶ୍ରମିକକୁ ନେବା ଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଯା’ ଆସ ପାସ୍‌ ଦେବେ। ଶ୍ରମିକମାନେ ଯିବା ଆସିବା କରିବା ପାଇଁ ଠିକାଦାରମାନେ ବସ୍‌ ନେଇପାରିବେ। ଶ୍ରମିକମାନଙ୍କ ପରିବହନରେ ନିୟୋଜିତ ବସ୍‌କୁ ମାସିକ ଟିକସରୁ ଛାଡ ମିଳିବ। ଅଟକିଥିବା ଶ୍ରମିକମାନେ 14 ଦିନ କ୍ବାରେଣ୍ଟାଇନ୍‌ ପୂରଣ କରିସାରିଛନ୍ତି। ସେମାନଙ୍କୁ ଆଉ କ୍ବାରେଣ୍ଟାଇନ୍‌ରେ ରହିବାକୁ ସରପଞ୍ଚମାନେ ବାଧ୍ୟ କରିବେନି। ଶ୍ରମିକଙ୍କ ଦୈନିକ ଆତଯାତ ନେଇ ଡିଏଲ୍‌ଓ ବିସ୍ତୃତ ତଥ୍ୟ ରଖିବେ।

Categories
ଆଞ୍ଚଳିକ

ଜହ୍ନା ଗ୍ରାମପଞ୍ଚାୟତରେ ସରକାରୀ ଯୋଜନା ବିଫଳ: ଅନାହାରରେ ଅଛନ୍ତି ପ୍ରବାସୀ ଶ୍ରମିକ

ଦେବାଶିଷ ପାଢୀ
ଯାଜପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଏବଂ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ତୃଣମୂଳ ସ୍ତରରେ ଏହା ବିଫଳ ହୋଇଛି। ଏପରି ଏକ ନଜିର ଯାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଯାଜପୁରର ଜହ୍ନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଏପରି ଏକ ଘଟଣା ଘଟିଛି। ବିହାରରୁ ଆସିଥିବା ଦୁଇ ଜଣ ଶ୍ରମିକ ପ୍ରାୟ ଦେଢ ମାସ ହେବ ଲକ୍‌ଡାଉନ୍‌ରେ ଫସି ରହିଥିବା ବେଳେ ଉଭୟଙ୍କ ନିକଟରେ ଖାଇବା ପାଇଁ କିଛି ନାହିଁ। ପ୍ରାୟ ୭ ଦିନ ହେବ ଉଭୟ ଖାଇବାକୁ ପାଇନଥିବା ବେଳେ ଏନେଇ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ।