ପ୍ରବାସୀ ଓଡିଆଙ୍କୁ ଆଶ୍ବସ୍ତି : ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

Published: May 8, 2020, 4:08 pm IST

ନୂଆଦିଲ୍ଲୀ : ପ୍ରବାସୀ ଓଡିଆଙ୍କ ପାଇଁ ଆଶ୍ବସ୍ତିର ଖବର । ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ଫଳରେ ଏଣିକି ପ୍ରବାସୀ ଓଡିଆ ମାନେ ରେଳ ଯୋଗେ ନିଜ ରାଜ୍ୟକୁ ଫେରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଜି ସୁରଟରୁ ଆସିବାକୁ ଥିବା 3ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା । ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ ପରେ ସେମାନଙ୍କୁ ଓଡିଶା ଅଣାଯିବ ବୋଲି ଗତକାଲି ଓଡିଶା ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ ଜଷ୍ଟିସ୍‌ ବି ଆର ଗଭାଇଙ୍କ ମିଳିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ଏହି ମାମଲା ଭାରତ ସରକାରଙ୍କ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍‌ଥାପନ କରିଥିଲେ ।

Related posts