ମିକ୍ସଚର ମେସିନ୍‌ ଗାଡିରେ ଲୁଚିକି ଆସୁଥିଲେ ଶ୍ରମିକ : ଉଦ୍ଧାର ପରେ କ୍ବାରେଣ୍ଟାଇନ୍‌ରେ ଭର୍ତ୍ତି

Published: May 2, 2020, 5:54 pm IST

ଲକ୍ଷ୍ନୌ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଟ୍ରେନ୍‌ ଚଳାଯାଇଥିଲେ ମଧ୍ୟ ଶ୍ରମିକ ମାନେ ଯିବା ପାଇଁ ଅଲଗା ରାସ୍ତା ବାଛୁଛନ୍ତି । ଶନିବାର ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମିକ୍ସଚର ମେସିନ୍‌ ଗାଡିରେ ଲୁଚି କରି ଯାଉଥିବା ସମୟରେ 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉକ୍ତ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଉତ୍ତର ପ୍ରଦେଶର ସିପ୍ରା ଜିଲ୍ଲାରେ ଏହି ଘଟଣା ଘଟିଛି । ଇନ୍ଦୋର ଯାଉଥିବା ସମୟରେ ସାନଓ୍ବେର ପୋଲିସ୍‌ ପକ୍ଷରୁ କଣ୍ଟେନରକୁ ଜବତ କରାଯିବା ସହିତ ସମସ୍ତ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା । (ଏଜେନ୍ସି)

Related posts