ଟ୍ରକ୍‌ – ବସ୍‌ ମୁହାଁମୁହିଁ ଧକ୍କା, 8 ଶ୍ରମିକ ମୃତ, 50 ଆହତ

Published: May 14, 2020, 9:11 am IST

ମଧ୍ୟପ୍ରଦେଶ : କରୋନା ଓ ଲକ୍‌ ଡାଉନ୍‌ କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଲକ୍ ଡାଉନ୍‌ ଯୋଗୁଁ କାମ ଚାଲିଯିବା ପରେ ଭୋକ ବିକଳରେ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ କେହି କେହି ଚାଲି ଚାଲି ତ କେହି କେହି ଟ୍ରକ୍‌ କିମ୍ବା ବସ୍‌ ଯୋଗେ । ତେବେ ପ୍ରବାସୀ ଶ୍ରମିକମାନେ ବିପଦପୂର୍ଣ୍ଣ ଯାତ୍ରା କରିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରୁଛନ୍ତି । ମଧ୍ୟପ୍ରଦେଶର ଗୁନାଠାରେ ବୁଧବାର ବିଳମ୍ବିତ ରାତ୍ରିରେ 60ରୁ ଅଧିକ ଶ୍ରମିକ ଥିବା ଏକ ବସ୍‌ରେ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ୍ର ରାତ୍ରିରେ ଗୁନାର କେଣ୍ଟ ଅଞ୍ଚଳରେ ପ୍ରବାସୀ ଶ୍ରମିକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 8 ଜଣ ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଏହି ସମସ୍ତ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ ।  (ଏଜେନ୍ସି)

Related posts