ଜହ୍ନା ଗ୍ରାମପଞ୍ଚାୟତରେ ସରକାରୀ ଯୋଜନା ବିଫଳ: ଅନାହାରରେ ଅଛନ୍ତି ପ୍ରବାସୀ ଶ୍ରମିକ

Published: Apr 22, 2020, 5:17 pm IST

ଦେବାଶିଷ ପାଢୀ
ଯାଜପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଏବଂ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ତୃଣମୂଳ ସ୍ତରରେ ଏହା ବିଫଳ ହୋଇଛି। ଏପରି ଏକ ନଜିର ଯାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଯାଜପୁରର ଜହ୍ନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଏପରି ଏକ ଘଟଣା ଘଟିଛି। ବିହାରରୁ ଆସିଥିବା ଦୁଇ ଜଣ ଶ୍ରମିକ ପ୍ରାୟ ଦେଢ ମାସ ହେବ ଲକ୍‌ଡାଉନ୍‌ରେ ଫସି ରହିଥିବା ବେଳେ ଉଭୟଙ୍କ ନିକଟରେ ଖାଇବା ପାଇଁ କିଛି ନାହିଁ। ପ୍ରାୟ ୭ ଦିନ ହେବ ଉଭୟ ଖାଇବାକୁ ପାଇନଥିବା ବେଳେ ଏନେଇ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ।

Related posts