Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିରୋଧୀଙ୍କୁ ଆହ୍ବାନ ଦେଲେ ପାଣ୍ଡିଆନ, କହିଲେ ବିକାଶ ଦେଖିବାକୁ ଚାହୁଁଥିଲେ ଯାଜପୁରକୁ ଆସ

ଭୁବନେଶ୍ୱର: ଆଜି ଯାଜପୁର ଗସ୍ତ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯାଜପୁର କୁସୁମାର ଏକ ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି ଯେ, ମଧ୍ୟ ପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ। ସେ ପ୍ରଥମେ ଯାଜପୁର ଜିଲ୍ଲା ବୁଲିକି ଦେଖନ୍ତୁ ଆଉ ତାପରେ ଏହି କଥା କହିବେ ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟର ହିସାବ ଦେଇ ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ଵ ଦିଅନ୍ତି ନି କି କ୍ଷମତା ପଛରେ ଦୌଡିବାକୁ ଚାହାନ୍ତି ନାହିଁ। ଲୋକଙ୍କ ସେବା କରିବାକୁ ଚାହାଁନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ଲାଳାୟିତ ନୁହଁନ୍ତି ମୁଖ୍ୟମନ୍ତ୍ରୀ।

ନବୀନ ପଟ୍ଟନାୟକ ହେଉଛନ୍ତି ସେବାର ପ୍ରତୀକ। ଯିଏ କ୍ଷମତାକୁ ଆସିବୁ ବୋଲି ଖାଲି କହୁଛନ୍ତି ତାଙ୍କୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉତ୍ତର ଦେବେ। ସାଧାରଣ ସଭାକୁ ସମ୍ବୋଧିତ କରି ଏମିତି କହିଛନ୍ତି ଫରାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ସେବା ଲାଗି ୨୪ ବର୍ଷ ହେଲା ତାଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସୁଛନ୍ତି।

ଚୌକି କିମ୍ବା ସରକାର ଗଠନ ମୋହରେ ନାହାନ୍ତି ମୁଖ୍ୟମନ୍ତ୍ରୀ। ସରକାର ଗଠନକୁ ଗୁରୁତ୍ଵ ଦିଅନ୍ତି ନି, ଲୋକଙ୍କ ସେବାକୁ ଦିଅନ୍ତି ଗୁରୁତ୍ଵ। ଏଇ ବୟସରେ ମଧ୍ୟ ସେ ଲୋକଙ୍କ ଲାଗି ଦିନ ରାତି ଖଟୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଧାରାରୁ ସେ ମଧ୍ୟ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଯାଜପୁର କୁସୁମାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ବର୍ଷ ଅଗଷ୍ଟ ୩୦ ତାରିଖରେ ସେ ଯାଜପୁର ଗସ୍ତ କରିଥିଲେ। ଅଗଷ୍ଟ ମାସରୁ ଇତି ମଧ୍ୟରେ ସେତେବେଳେ ମିଳିଥିବା ୨୫୪୦ ଦରଖାସ୍ତରୁ ୨୩୦୦ ଦରଖାସ୍ତର ସମାଧାନ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

ଗତ ୬ ମାସ ମଧ୍ୟରେ ଯାଜପୁର ଜିଲ୍ଲା ପାଇଁ ୬୧୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମାସକୁ ଶହେ କୋଟି ହିସାବରେ ଯାଜପୁର ପାଇଁ ଟଙ୍କା ମଂଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ।

ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଲାଗି ୧୫ କୋଟି,

ବରାହ ନଦୀ ଦ୍ଵୀପାଞ୍ଚଳର ବିକାଶ ଲାଗି ୧୫ କୋଟି

ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଲାଗି ୭ କୋଟି ୬୦ ଲକ୍ଷ,

ଦଶରଥପୁରର ସିଦ୍ଧେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ,

ବିଂଝାରପୁର ବରୁଣେଶ୍ଵର ମନ୍ଦିର ଲାଗି ୭ କୋଟି,

ଯାଜପୁର ବେଲେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ

ରସୁଲପୁରର ନାରାୟଣ ଗୋସାଇଁ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ

ଧର୍ମଶାଳାର ଗୋପନେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ

ସୁକିନ୍ଦାର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ

ଦଶରଥପୁରର ଜୟଚଣ୍ଡୀ ପୀଠ ଲାଗି ୧ କୋଟି ୫୦ଲକ୍ଷ

ରସୁଲପୁରର ଖଗେଶ୍ଵରୀ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ

ବ୍ୟାସନଗର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ

ଯାଜପୁରର ବାପଟିଷ୍ଟ ଚର୍ଚ୍ଚ ଲାଗି ୧ କୋଟି ୯ ଲକ୍ଷ

ଛତିଆ ଟୁରିଜମ କମ୍ଲେକ୍ସ ଲାଗି ୧ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ସେହିପରି ବିଭିନ୍ନ ସେତୁ ଲାଗି ମଧ୍ୟ ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ଚିଙ୍ଗୁଡ଼ିଆ ନାଳ ଉପରେ ସେତୁ ଲାଗି ୬୦କୋଟି ମଂଜୁର ହୋଇଛି

ବେହେରା ପାଟଣା-ବାଲିପୋଖରୀ ରାସ୍ତାର ବୈତରଣୀ ନଦୀ ଉପରେ ସେତୁ ଲାଗି ୨୨ କୋଟି ୧୮ ଲକ୍ଷ

ନାଳିଆ ବଳଭଦ୍ରପୁର ଭାୟା କପିଳାକୁ ସଂଯୋଗ କରୁଥିବା ସେତୁ ଲାଗି ୧୮ କୋଟି ୮୦ଲକ୍ଷ ମଂଜୁର ହୋଇଛି

ମେଣ୍ଟା-କୁଶଭଦ୍ରା ରାସ୍ତା ବ୍ରାହ୍ମଣୀ ନଦୀ ଉପରେ ସେତୁଲାଗି ୧୮ କୋଟି ୭୦ ଲକ୍ଷ ମଂଜୁର ହୋଇଛି

ଯାଜପୁର ଜିଲାରେ ୧୯ଟି ରାସ୍ତାର ଉନ୍ନତୀ କରଣ ଲାଗି ୧ କୋଟି ୩୦ଲକ୍ଷ ମଂଜୁର ହୋଇଛି। ଦଶରଥପୁର ନ୍ୟୁସାଇନ୍ସ ଓ ଆର୍ଟସ କଲେଜ ଲାଗି ୧୫କୋଟି ଓ ବ୍ୟାସନଗର କଲେଜର ଆର୍ଟସ ଓ ସାଇନ୍ସ ବ୍ଲକ ପାଇଁ ୧୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

କଥା ନୁହେଁ କାମରେ ମୁଖ୍ୟମନ୍ତ୍ରୀ ବିଶ୍ଵାସ କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଯାଜପୁର ଜିଲ୍ଲାବାସୀ ଯେଉଁ ବିଶ୍ଵାସ ଭଲପାଇବା ଦେଇଛନ୍ତି ସେଥିପାଇଁ ଋଣୀ ବୋଲି କହି କୃତଜ୍ଞତା ଜଣାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ସଶକ୍ତ ଓଡିଶା ଗଠନ।ଯେଉଁ ରାଜ୍ୟରେ ଜଣେ ଗରିବ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିପାରୁଥିବ ଓ ତାହା ସାକାର ହୋଇପାରୁଥିବ।ଯାଜପୁରର ସମସ୍ତ ୭ ନିର୍ବାଚନ ମଣ୍ଡଳିରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ।  ଆଗାମୀ ଦିନରେ ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ଆଶା ପୋଷଣ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ : କରୋନା ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ  ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର  କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି  ସୋନପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିଛି ।କନ୍ଧମାଳର ମୃତକ ବୟସ 59 ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ ଯାଜପୁର ମୃତକଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 153ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏହା 44କୁ ବୃଦ୍ଧି ହୋଇଥିବାବେଳେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସେହିପରି କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17 ଓ ଭଦ୍ରକରେ ଏହା 5କୁ ବୃଦ୍ଧି ହୋଇଛି । ହୋଇଥିବାବେଳେ କନ୍ଧମାଳରେ 7କୁ ବୃଦ୍ଧି ହୋଇଛି । ସେହିପରି ସୋନପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ 5 କୋଟି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

କୋଭିଡ ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି । କଟକ ଏସସିବି ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ ହସ୍‌ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ।

ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ ଆଉ 15 ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624 ରହିଥିବା ବେଳେ ତନ୍ମଧ୍ୟରୁ 158 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କ ଦେହାନ୍ତ ଘଟିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ 463ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ 31 କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ 31 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି 31 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 116ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 437ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 116 ଜଣ ସୁସ୍ଥ ହୋଇଥିବା ବେଳେ 3 ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରୁ ଆଉ 10 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଏବଂ ଯାଜପୁରରୁ ଏହି 10ଟି ଯାକ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି । ଭଦ୍ରକରୁ 6ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ 4 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 59ରେ ପହଞ୍ଚିଛି । ଏହି ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 362ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 180ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55କୁ ବୃଦ୍ଧି ପାଇଛି । ଆଜିର ଦିନରେ ଏହାକୁ ମିଶାଇ ଯାଜପୁରରୁ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ 55 ବର୍ଷୀୟ ପୁରୁଷ ଏବଂ ତାଙ୍କର କଲିକତା ଲିଙ୍କ ରହିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 179ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 54କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 179କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ 60 ଜଣ ସୁସ୍ଥ ହୋଇଥିବାବେଳେ 117 ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେକ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି । ଯାଜପୁରର ବରୀ ବ୍ଲକ୍‌ ଅନ୍ତର୍ଗତ ଏହି 62 ବର୍ଷୀୟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ଏବଂ ସେ କ୍ବାରାଣ୍ଟାଇନ୍‌ରେ ରହିଥିଲେ । ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ ଆଉ ଦୁଇ କରୋନା ପଜିଟିଭ୍‌

ଭୁବନେଶ୍ବର : ଯାଜପୁରରେ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କରୋନା ପଜିଟିଭ୍‌ । ଯାଜପୁରର ବରୀ ବ୍ଲକ୍‌ରୁ ଦୁଇ ଜଣ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ଆକ୍ରାନ୍ତ ଦୁଇ ଜଣ ଯାକ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ 48 ଏବଂ 55 ରହିଛି । ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଥିବା ବେଳେ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାାଜପୁରରୁ ଆଉ ଜଣେ କରୋନା ପଜିଟିଭ୍‌ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 148

ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଛି । ଯାଜପୁରର ବେହେରାପାଟଣାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣଙ୍କ 30 ବର୍ଷର ପୁରୁଷ ବୋଲି ଜଣାପଡିଛି । ଯାଜପୁରରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ପରସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏହାକୁ ମିଶାଇ ଯାଜପୁରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । ଏହି ଯୁବକ ଜଣକ କଲିକତାରୁ ଫେରିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରୁ ଆଉ 2 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଆହୁରି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଦୁଇ ନୂତନ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଏବଂ ଜଣେ 75 ବର୍ଷୀୟ ମହିଳା ରହିଛନ୍ତି । ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ରୁ ବାହାରିଥିବା ବେଳେ ଉଭୟଙ୍କର କୋଲକାତା ଲିଙ୍କ ରହିଛି । ପୁରୁଷ ଜଣକ କୋଲକାତା ଫେରନ୍ତା ହୋଇଥିବା ବେଳେ ମହିଳା ଜଣଙ୍କ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଡ୍‌ ଜୋନ୍‌ରେ ଓଡ଼ିଶାର ତିନୋଟି ଜିଲ୍ଲା, ଅରେଞ୍ଜ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲା

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ 40 ଦିନିଆ ଲକ୍‌ଡାଉନ ଜାରି କରାଯାଇଛି। ମେ ତିନି ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମାପ୍ତ ହେବ । ଏହି ଲକ୍‌ ଡାଉନ୍‌ ଯୋଗୁଁ  ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  3ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । ଏହି  ତାଲିକା ସମସ୍ତ ରାଜ୍ୟର ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପଠାଇଛନ୍ତି।  ଏହି ତାଲିକାରେ  ଓଡ଼ିଶାର ତିନୋଟି  ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଛି।

ଓଡ଼ିଶାର ରେଡ୍‌  ଜୋନରେ ରହିଛି  ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ 6ଟି ଜିଲ୍ଲା ଅଛନ୍ତି। ସେଗୁଡିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ଼, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା। ଗ୍ରୀନ୍‌ ଜୋନରେ ରହିଛି 21ଟି ଜିଲ୍ଲା। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଏହାକୁ ଅରେଞ୍ଜ ଜୋନ ତାଲିକାଭୁକ୍ତ କରାଯାଇଛି। ଦେଶରେ 130ଟି ଜିଲ୍ଲାକୁ ରେଡ ଜୋନ ଘୋଷଣା କରାଯାଇଥିବା ବେଳେ ଅରେଞ୍ଜ ଜୋନରେ ରହିଛନ୍ତି 284ଟି ଜିଲ୍ଲା । ସେହିପରି ଗ୍ରୀନ୍‌ ଜୋନ୍‌ରେ ରହିଛନ୍ତି 319ଟି ଜିଲ୍ଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ 14 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଯାଜପୁରରୁ ଆଜି 14 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 14 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36ରେ ପହଞ୍ଚିଛି । ସମୁଦାୟ 142 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ 14 ଜଣ ଆକ୍ରାନ୍ତ କଟିପଡା ଅଞ୍ଚଳର ବୋଲି ଜଣାପଡିଛି । 14 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ, 5 ଜଣ ମହିଳା ଏବଂ 3 ଜଣ ଶିଶୁ ରହିଛନ୍ତି । 6 ଜଣ ପୁରୁଷଙ୍କ ବୟସ 29, 38,35,29,34 ଏବଂ 62 ରହିଛି । ସେହିପରି 5 ମହିଳାଙ୍କ ବୟସ 40,20,36,85 ଏବଂ 52 ରହିଛି । ସେହିପରି ଶିଶୁଙ୍କ ମଧ୍ୟରେ ଦୁଇ ଜଣ ତିନି ବର୍ଷୀୟା ବାଳିକା ଏବଂ ଜଣେ 12 ବର୍ଷର ବାଳକ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରୁ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଯାଜପୁରରୁ ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାକୁ ମିଶାଇ ଆଜିର ଦିନରେ 8 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହେଲେ 1700 କିମି ଯାତ୍ରା କରିଥିବା ଯୁବକ

ଭୁବନେଶ୍ବର : ଶେଷରେ କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହୋଇଛନ୍ତି 1700 କିମି ଯାତ୍ରା କରିଥିବା ଯୁବକ । ମହାରାଷ୍ଟ୍ରରୁ ସାଇକେଲ ଯୋଗେ ଯାତ୍ରା କରି 1700 କିମି ପଥ ଅତିକ୍ରମ କରି ଓଡିଶାରେ ପହଞ୍ଚିଥିବା ଏହି 20 ବର୍ଷୀୟ ଯୁବକ ଜଣକ ସୋମବାର କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହୋଇଛନ୍ତି । ମହେଶ ଜେନା ନାମକ ଏହି ଯୁବକ ଜଣକ ଏକ ସାଇକେଲ୍‌ ଯୋଗେ ମୁମ୍ବାଇର ସାଙ୍ଗଲିରୁ ଯାତ୍ରା ଆରମ୍ଭ କରି ଏପ୍ରିଲ୍‌ 7 ତାରିଖରେ ଯାଜପୁରରେ ପହଞ୍ଚିଥିଲେ । ମହେଶଙ୍କୁ ଏପ୍ରିଲ୍‌ ମାସର ବେତନ ମିଳିନଥିବା ବେଳେ ସାଙ୍ଗ ନିକଟରୁ 3 ହଜାର ଟଙ୍କା ଧାର କରି ମହେଶ ଗାଁକୁ ଫେରିଥିଲେ । ରାତିରେ ବିଭିନ୍ନ ମନ୍ଦିରରେ ଆଶ୍ରୟ ନେବା ସହିତ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ 14 ଦିନ କ୍ବାରେଣ୍ଟାଇନ୍‌ରେ ରହିବା ପରେ ସୋମବାର ମହେଶଙ୍କୁ କ୍ବାରେଣ୍ଟାଇନ୍‌ରୁ ମୁକ୍ତ କରାଯାଇଛି ।

Categories
ଆଜିର ଖବର

ଯାଜପୁରରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ ସାଇଟ ରୁ ଜଣା ପଡୁଛି। ଏହି ନୂଆ ଚାରି ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। ଆଜି ସକାଳେ ଭୁବନେଶ୍ବରର ଜଣେ ନୂଆ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଛିଛି। ୩୩ ଜଣ କରୋନା ମୁକ୍ତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ଆକ୍ରାନ୍ତ ତିନି ମହିଳାଙ୍କ ବୟସ ୪୮, ୭୪ ଏବଂ ୮୦ ରହିଥିବା ବେଳେ ଯୁବକଙ୍କ ବୟସ ୨୧ ରହିଛି। ୪ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

ଜହ୍ନା ଗ୍ରାମପଞ୍ଚାୟତରେ ସରକାରୀ ଯୋଜନା ବିଫଳ: ଅନାହାରରେ ଅଛନ୍ତି ପ୍ରବାସୀ ଶ୍ରମିକ

ଦେବାଶିଷ ପାଢୀ
ଯାଜପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଏବଂ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ତୃଣମୂଳ ସ୍ତରରେ ଏହା ବିଫଳ ହୋଇଛି। ଏପରି ଏକ ନଜିର ଯାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଯାଜପୁରର ଜହ୍ନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଏପରି ଏକ ଘଟଣା ଘଟିଛି। ବିହାରରୁ ଆସିଥିବା ଦୁଇ ଜଣ ଶ୍ରମିକ ପ୍ରାୟ ଦେଢ ମାସ ହେବ ଲକ୍‌ଡାଉନ୍‌ରେ ଫସି ରହିଥିବା ବେଳେ ଉଭୟଙ୍କ ନିକଟରେ ଖାଇବା ପାଇଁ କିଛି ନାହିଁ। ପ୍ରାୟ ୭ ଦିନ ହେବ ଉଭୟ ଖାଇବାକୁ ପାଇନଥିବା ବେଳେ ଏନେଇ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । 38 ବର୍ଷୀୟ ଏହି ବ୍ୟକ୍ତି ଜଣକର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ବାରାଣ୍ଟାଇନ୍‌ରେ ଯାଜପୁରର 3 ଡାକ୍ତର ଏବଂ 19 ନର୍ସ

ଯାଜପୁର : ଯାଜପୁରରୁ ଗତକାଲି ଚିହ୍ନଟ କରୋନା 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି 5 ଜଣ ବ୍ୟକ୍ତି ଯାଇଥିବା ବିଭିନ୍ନ ଡାକ୍ତରଖାନାର 3 ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । 3 ଡାକ୍ତରଙ୍କ ବ୍ୟତିତ 19 ଜଣ ନର୍ସଙ୍କୁ ମଧ୍ୟ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଡାକ୍ତର ଏବଂ ନର୍ସ ମାନଙ୍କର ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ମାସ୍କ ପିନ୍ଧିବାକୁ ନେଇ ତୁମୁଳ କାଣ୍ଡ: ବିଡିଓ ଓ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ଦେବାଶିଷ ପାଢୀ

ଯାଜପୁର: ମାସ୍କ ପିନ୍ଧି ନଥିବାରୁ ଯାଜପୁରରେ ଏକ ତୁମୁଳ କାଣ୍ଡ ଘଟିଛି। ରସୁଲପୁର ବ୍ଲକର ଗୋପୀନାଥପୁର ବଡକଇଁଚି ଗ୍ରାମର ତିନି ଯୁବକ ବିନା ମାସ୍କରେ ବୁଲୁଥିବା ବେଳେ ବିଡିଓ ଉମାକାନ୍ତ ପରିଡା ଏବଂ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସେମାନଙ୍କର ପିଛା କରିଥିଲେ। ମାତ୍ର ଗ୍ରାମବାସୀମାନେ ସଙ୍ଘବଦ୍ଧ ଭାବରେ ବିଡିଓ ଏବଂ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ବିଡିଓ ଏବଂ ତହସିଲଦାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଜିଲ୍ଲାପାଳ ରଞ୍ଜନ ଦାସଙ୍କ ନେତୃତ୍ବରେ ପୋଲିସ୍‌ ପହଞ୍ଚିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ପୋଲିସ୍‌ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।