Categories
ଆଜିର ଖବର ରାଜ୍ୟ ଖବର

ତାମିଲନାଡୁରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ବିଧାୟକ ବବି

ଦେବାଶିଷ ପାଢୀ

ଯାଜପୁର: ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଛନ୍ତି। ତାମିଲନାଡୁରେ ଫସି ରହିଥିବା ଯାଜପୁରର କିଛି ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ଯାଜପୁରର ୭ ଜଣ ଯୁବକ ତାମିଲନାଡୁର ଏକ ସୂତାକଳରେ ବିଗତ ଏକ ବର୍ଷ ଧରି କାମ କରୁଥିଲେ। ଲକ୍‌ଡାଉନ୍‌ କାରଣରୁ ଏହି ୭ ଜଣ ଯୁବକ ସେଠାରେ ଫସି ରହିଥିଲେ। ଅସୁବିଧାର ସମ୍ମୁଖୀନ ହେବା ପରେ ଫେସ୍‌ବୁକ୍‌ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ ଏହି ୭ ଶ୍ରମିକ।

ଯାଜପୁର ବିଧାୟକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବା ପରେ ଫସି ରହିଥିବା ଯୁବକ ମାନେ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର

ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା : 2 ମୃତ, 2 ଗୁରୁତର

ସମୀକ୍ଷା ବ୍ୟୁରୋ
ଯାଯପୁର,22/12 : ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ 2 ଜଣକର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ 215 ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସରେ ଥିବା ଅନ୍ୟ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Categories
Uncategorized

ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୨ପୋଲିଂ କର୍ମଚାରୀ ନିଲମ୍ବିତ

ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଭାବେ  ଓ ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍‌ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।

Categories
ଆଜିର ଖବର

ବରୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ

ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ ରାଜନାଥ। ଭାଷଣ ଆରମ୍ଭରୁ ବିଜେଡି ସରକାରକୁ ସମାଲୋଚନା କରିବା ସହିତ ୨୦ ବର୍ଷରେ ରାଜ୍ୟର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସେହିପରି ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବାକୁ ମଧ୍ୟ ସମାଲୋଚନା କରିଥିଲେ ରାଜନାଥ। ଏହା ସହିତ ୨୦ ବର୍ଷ ବିଜେଡିକୁ ସୁଯୋଗ ଦେଇଥିବା ଜନସାଧାରଣ ୫ ବର୍ଷ ବିଜେପିକୁ ସୁଯୋଗ ଦେବା ଉଚିତ୍‌ ବୋଲି ରାଜନାଥ କହିଥିଲେ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରି କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ ରାଜନାଥ। ସେ କହିଥିଲେ, ୧୯୯୭ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଅମଳରେ ମାତ୍ର ୧୨ କୋଟି ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ବେଳେ କେବଳ ବିଗତ ଚାରି ବର୍ଷରେ ୧୩ କୋଟି ଗ୍ୟାସ୍‌ ସଞ୍ଜୋଗ ପ୍ରଦାନ କରାଯାଇଛି। ଏହା ସହିତ କହିଥିଲେ ୨୦୨୨ ସୁଦ୍ଧା ଏମିତି କୌଣସି ଘର ନଥିବ ଯେଉଁଥିରେ ପକ୍କା ଘର ନଥିବ କିମ୍ବା ଗ୍ୟାସ୍‌ ସଞ୍ଜୋଗ ନଥିବ। ସେହିପରି କେନ୍ଦ୍ର ସରକାର ଦୈନିକ ୩୦ରୁ ୩୨ କିମି ଜାତୀୟ ରାଜପଥ ନିର୍ମାଣ କରୁଛନ୍ତି ବୋଲି ରାଜନାଥ କହିଥିଲେ। ସରକାର ପୁନର୍ବାର କ୍ଷମତାକୁ ଆସିଲେ କିଷାନ କ୍ରେଡିଟ କାର୍ଡରେ ୫ ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଦିଆଯିବ ବୋଲି କହିବା ସହିତ ଭୋଟ ଅପିଲ୍‌ କରିଥିଲେ ରାଜନାଥ।