ତାମିଲନାଡୁରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ବିଧାୟକ ବବି

Published: Apr 14, 2020, 12:57 pm IST

ଦେବାଶିଷ ପାଢୀ

ଯାଜପୁର: ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଛନ୍ତି। ତାମିଲନାଡୁରେ ଫସି ରହିଥିବା ଯାଜପୁରର କିଛି ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ଯାଜପୁରର ୭ ଜଣ ଯୁବକ ତାମିଲନାଡୁର ଏକ ସୂତାକଳରେ ବିଗତ ଏକ ବର୍ଷ ଧରି କାମ କରୁଥିଲେ। ଲକ୍‌ଡାଉନ୍‌ କାରଣରୁ ଏହି ୭ ଜଣ ଯୁବକ ସେଠାରେ ଫସି ରହିଥିଲେ। ଅସୁବିଧାର ସମ୍ମୁଖୀନ ହେବା ପରେ ଫେସ୍‌ବୁକ୍‌ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ ଏହି ୭ ଶ୍ରମିକ।

ଯାଜପୁର ବିଧାୟକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବା ପରେ ଫସି ରହିଥିବା ଯୁବକ ମାନେ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Related posts