Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜିର ଖବର

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha CM reviews 4th Flood Inundation in Jajpur
Odisha CM reviews 4th Flood Inundation in Jajpur

ଯାଜପୁର: ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ସ୍ଥିତି ଉପୁଜିଛି। ବୈତରଣୀ, ବୁଢା, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟାଜଳ ଯୋଗୁଁ ଜିଲ୍ଲାର ୮ଟି ବ୍ଲକର ୨୪୨ଟି ଗାଁ ପ୍ରଭାବିତ ହୋଇଛି। ଏଥିରେ ୧ ଲକ୍ଷ ୬୮ ହଜାର ୬୫୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୬ ହଜାର ୫୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥିତିର ଅନୁଧ୍ୟାନ ପାଇଁ ଯାଜପୁର ଗସ୍ତରେ ଆସି ଧର୍ମଶାଳା ବ୍ଲକ ସହ ଦଶରଥପୁର ବ୍ଲକ କସପା ପଞ୍ଚାୟତର ରାମଚନ୍ଦ୍ରପୁର ଓ ଆଖପାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ବନ୍ୟା ବିପନ୍ନଙ୍କୁ ଭେଟିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ଓ ସୁରକ୍ଷା ଯୋଗାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ସାଂସଦ ରବିନ୍ଦ୍ର ନାରାୟଣ ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Flood Inundation jajpur odisha cm ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026

ମହାଅଷ୍ଟମୀରେ ମଦ ବନ୍ଦ, ବିସର୍ଜନ ଶୋଭାଯାତ୍ରାରେ DJ ଉପରେ କଟକଣା

September 7, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା

September 7, 2026
Latest News

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026

ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି: ୧.୧୦ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

September 7, 2026

ମହାଅଷ୍ଟମୀରେ ମଦ ବନ୍ଦ, ବିସର୍ଜନ ଶୋଭାଯାତ୍ରାରେ DJ ଉପରେ କଟକଣା

September 7, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.