ଯାଜପୁରରେ 14 କରୋନା ପଜିଟିଭ୍‌ ଚିହ୍ନଟ

Published: Apr 30, 2020, 4:45 pm IST

ଭୁବନେଶ୍ବର : ରାଜ୍ୟରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଯାଜପୁରରୁ ଆଜି 14 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 14 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36ରେ ପହଞ୍ଚିଛି । ସମୁଦାୟ 142 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ 14 ଜଣ ଆକ୍ରାନ୍ତ କଟିପଡା ଅଞ୍ଚଳର ବୋଲି ଜଣାପଡିଛି । 14 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ, 5 ଜଣ ମହିଳା ଏବଂ 3 ଜଣ ଶିଶୁ ରହିଛନ୍ତି । 6 ଜଣ ପୁରୁଷଙ୍କ ବୟସ 29, 38,35,29,34 ଏବଂ 62 ରହିଛି । ସେହିପରି 5 ମହିଳାଙ୍କ ବୟସ 40,20,36,85 ଏବଂ 52 ରହିଛି । ସେହିପରି ଶିଶୁଙ୍କ ମଧ୍ୟରେ ଦୁଇ ଜଣ ତିନି ବର୍ଷୀୟା ବାଳିକା ଏବଂ ଜଣେ 12 ବର୍ଷର ବାଳକ ରହିଛି ।

Related posts