Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 2589ପଜିଟିଭ୍‌ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା 67 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 589 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1574ଜଣ ଚିହ୍ନଟ ହୋଇଥିବାବେଳେ 1015ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  67ହଜାର122କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 21 ହଜାର 383ଜଣ । ସେହିପରି ସୁସ୍ଥ ହୋଇଛନ୍ତି 45 ହଜାର 314ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 362ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

29 ଜିଲ୍ଲାରୁ 2239 ପଜିଟିଭ୍‌: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍‌ 2 ହଜାର 239ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 419 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 246, ନୟାଗଡରୁ 147, ବାଲେଶ୍ବରରୁ 130, ରାୟଗଡାରୁ 120 କଟକରୁ 117, କୋରାପୁଟରୁ 91, କନ୍ଧମାଳରୁ 90, ମୟୂରଭଞ୍ଜରୁ 80, ଯାଜପୁରରୁ 75,  ଭଦ୍ରକରୁ 73, କେଉଁଝରରୁ 72,  ବଲାଙ୍ଗିରରୁ 66, ସୁନ୍ଦରଗଡରୁ 64, ମାଲ୍‌କାନଗିରିରୁ 55, ବୌଦ୍ଧ ଓ ସମ୍ବଲପୁରରୁ 53ଜଣ ଲେଖାଏଁ ରହିଥିବାବେଳେ ବରଗଡରୁ 51, ଗଜପତିରୁ 42, ପୁରୀରୁ 40, ଢେଙ୍କନାଳରୁ 36, ଜଗତସିଂହପୁରର 26, ସୋନପୁରରୁ 24, କଳାହାଣ୍ଡିରୁ 21,  ଝାରସୁଗୁଡାରୁ 13, ନବରଙ୍ଗପୁରରୁ 14, ନୂଆପଡାରୁ 8,  କେନ୍ଦ୍ରାପଡାରୁ 7, ଅନୁଗୁଳରୁ 6 ଜଣ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 2239ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 64 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 239 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1416ଜଣ ଚିହ୍ନଟ ହୋଇଥିବାବେଳେ 823ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  64ହଜାର533କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 20 ହଜାର 339ଜଣ । ସେହିପରି ସୁସ୍ଥ ହୋଇଛନ୍ତି 43 ହଜାର 779ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 1341 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି 1341କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 818ଜଣ ଚିହ୍ନଟ ହୋଇଥିବାବେଳେ 523ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  48 ହଜାର 796କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 427ଜଣ । ସେହିପରି ସୁସ୍ଥ ହୋଇଛନ୍ତି 33ହଜାର 020 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 286ଜଣ । ସେହିପରି 51 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ 10 ପଜିଟିଭ୍‌ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା 219

ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ବର, ଭିଏସଏସ୍‌ ନଗର ଏବଂ ସୁର୍ଯ୍ୟନଗର ହୋଇଥିବା ବେଳେ ବୟସ ଯଥାକ୍ରମେ 36,34 ଓ 67 ରହିଛି । ସେହିପରି ଗଞ୍ଜାମର 7 ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 219ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର

ରହୁଥିବା ରାଜ୍ୟରେ ହେବ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ : ହାଇକୋର୍ଟ

ଭୁବନେଶ୍ବର : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଏଣିକି ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ କରାଯିବ । ପ୍ରବାସୀ ଓଡିଆ ମାନେ ଯେଉଁ ରାଜ୍ୟରେ ରହିଥିବେ ସେହି ରାଜ୍ୟରେ ଆରଟି ସିପିଆର ଟେଷ୍ଟ ପରେ ରାଜ୍ୟକୁ ଫେରାଇ ଅଣାଯିବ । ଟେଷ୍ଟ ରିପୋର୍ଟ ନେଭେଟିଭ୍‌ ଆସିଲେ ରାଜ୍ୟ ମଧ୍ୟରେ ପ୍ରବେଶର ଅନୁମତି ମିଳିବ ବୋଲି ହାଇକୋର୍ଟ ନିଜ ନିଷ୍ପତ୍ତିରେ ପ୍ରକାଶ୍ କରିଛନ୍ତି । କରୋନା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଉରକେଲାରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଉରକେଲାରୁ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ 49 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତି ଜଣଙ୍କ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ମଙ୍ଗଳବାର ନମୂନା ପଜିଟିଭ୍‌ ଆସିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 6 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 6 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ ଆଉ ଦୁଇ କରୋନା ପଜିଟିଭ୍‌

ଭୁବନେଶ୍ବର : ଯାଜପୁରରେ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କରୋନା ପଜିଟିଭ୍‌ । ଯାଜପୁରର ବରୀ ବ୍ଲକ୍‌ରୁ ଦୁଇ ଜଣ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ଆକ୍ରାନ୍ତ ଦୁଇ ଜଣ ଯାକ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ 48 ଏବଂ 55 ରହିଛି । ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଥିବା ବେଳେ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ସପ୍ତାହ ପାଇଁ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ 3ରେ ଶେଷ ହେବାକୁ ଯାଉଥିବା ବେଳେ 4 ତାରିଖରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବାକୁ ଯାଉଛି । 4 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏହି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ଲକ୍‌ଡାଉନ୍‌ ସମୟରେ କେଉଁ କେଉଁ ସ୍ଥାନରେ କଟକଣା କୋହଳ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ । ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ରେ କଟକଣାକୁ ସାମାନ୍ୟ କୋହଳ କରାଯିବ ବୋଲି କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ପାଇଁ ଆଶ୍ବସ୍ତି : ସୁସ୍ଥ ହେଲେ 14 କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 14 ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ବରର 3 ଜଣ, ବାଲେଶ୍ବରର ତିନି ଜଣ ଏବଂ ଭଦ୍ରକର 7 ଜଣ ବ୍ୟକ୍ତି ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି । ଏହା ସହିତ କେନ୍ଦ୍ରାପଡା ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରୁ ଆଉ 2 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଆହୁରି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଦୁଇ ନୂତନ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଏବଂ ଜଣେ 75 ବର୍ଷୀୟ ମହିଳା ରହିଛନ୍ତି । ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ରୁ ବାହାରିଥିବା ବେଳେ ଉଭୟଙ୍କର କୋଲକାତା ଲିଙ୍କ ରହିଛି । ପୁରୁଷ ଜଣକ କୋଲକାତା ଫେରନ୍ତା ହୋଇଥିବା ବେଳେ ମହିଳା ଜଣଙ୍କ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବଲାଙ୍ଗୀରରୁ 2 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି 2ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀରର ଲେଖାରିଆ ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 145ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 22 ଏବଂ 18 ବର୍ଷ ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ 14 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଯାଜପୁରରୁ ଆଜି 14 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 14 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36ରେ ପହଞ୍ଚିଛି । ସମୁଦାୟ 142 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ 14 ଜଣ ଆକ୍ରାନ୍ତ କଟିପଡା ଅଞ୍ଚଳର ବୋଲି ଜଣାପଡିଛି । 14 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ, 5 ଜଣ ମହିଳା ଏବଂ 3 ଜଣ ଶିଶୁ ରହିଛନ୍ତି । 6 ଜଣ ପୁରୁଷଙ୍କ ବୟସ 29, 38,35,29,34 ଏବଂ 62 ରହିଛି । ସେହିପରି 5 ମହିଳାଙ୍କ ବୟସ 40,20,36,85 ଏବଂ 52 ରହିଛି । ସେହିପରି ଶିଶୁଙ୍କ ମଧ୍ୟରେ ଦୁଇ ଜଣ ତିନି ବର୍ଷୀୟା ବାଳିକା ଏବଂ ଜଣେ 12 ବର୍ଷର ବାଳକ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲେଶ୍ବରରୁ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ଆଉ ତିନି କରୋନା ଆକ୍ରାନ୍ତ । ଏହି ତିନି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 125ରେ ପହଞ୍ଚିଛି । ଏହି ତିନି ଜଣକୁ ମିଶାଇ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ତିନି ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ବୟସ 44, 61 ଏବଂ 63 ରହିଛି । ଏହି ତିନି ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହି ତିନି ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି

ଭୁବନେଶ୍ବର : ରାଜ୍ୟର 107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବାଲେଶ୍ବରର 107 ନମ୍ବର ଆକ୍ରାନ୍ତ ଜଣକ ଅନ୍ୟ ଜଣେ ଆକ୍ରାନ୍ତ(61 ନମ୍ବର)ଙ୍କ ପଡୋଶୀ ଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିଲେ । 22 ମାର୍ଚ୍ଚରୁ 26 ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ରହିଥିବା ବେଳେ 26 ତାରିଖରେ ନମୁନା ପଜିଟିଭ୍‌ ଆସିବାରୁ ତାଙ୍କୁ 27 ତାରିଖ ଦିନ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହିଭଳି 28 ନମ୍ବର ଆକ୍ରାନ୍ତ ମଧ୍ୟ ବାଲେଶ୍ବରର ନେଳିଆବାଗ ଅଞ୍ଚଳର 29 ବର୍ଷୀୟ ଯୁବକ ଜଣକ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 79 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ପରଠାରୁ ଘରେ ରହିଥିଲେ ମଧ୍ୟ 26 ତାରିଖରେ ତାଙ୍କୁ ନମୂନା ପଜିଟିଭ୍‌ ଆସିଥିଲା । ଏହାପରେ 27 ତାରିଖରେ ତାଙ୍କୁ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନାମୁକ୍ତ ହେଲା ମିଜୋରାମ

ନୂଆଦିଲ୍ଲୀ : ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମ କରୋନା ମୁକ୍ତ ହେବା ସହିତ ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନା ମୁକ୍ତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମିଜୋରାମ ଏହି ଧାରାରେ ସାମିଲ ହୋଇଛି । ମିଜୋରାମ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏଚ୍‌ ଲାଲଚୁଙ୍ଗନୁଙ୍ଗା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମଷ୍ଟରଡାମରୁ ଆଇଜଲ୍‌ ଫେରିଥିବା ଜନୈକ 50 ବର୍ଷୀୟ ପାଷ୍ଟର ରାଜ୍ୟର ଏକମାତ୍ର କୋଭିଡ୍‌ 19 ସଙ୍କ୍ରମିତ ବ୍ୟକ୍ତି ରହିଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାଜ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 38 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

110 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର110ଙ୍କ ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । କୋରାପୁଟରୁ ଚିହ୍ନଟ ହୋଇଥିବା 22 ବର୍ଷୀୟ ସ୍ବାସ୍ଥ୍ୟକର୍ମୀ ଜଣକ 14 ତାରିଖରେ କୋଲକାତାରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର କଲିକତା ଯାତ୍ରା କରିଥିବା କାରଣରୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ କରାଯାଇ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା । ସୋମବାର ଉକ୍ତ ଯୁବକଙ୍କ ନମୂନା ପଜିଟିଭ୍‌ ଆସିଥିଲା । ଏହା ସହିତ ବାଲେଶ୍ବରର 109 ନମ୍ବର ଆକ୍ରାନ୍ତଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରୁ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଯାଜପୁରରୁ ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାକୁ ମିଶାଇ ଆଜିର ଦିନରେ 8 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରାପୁଟର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ବରର ବୋଲି ଜଣାପଡିଛି । କୋରାପୁଟର 22 ବର୍ଷୀୟ ଯୁବକ ଜଣଙ୍କ ଜଣେ ସ୍ବାସ୍ଥ୍ୟ କର୍ମୀ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 14 ତାରିଖରେ କୋଲକାତାରୁ ଫେରି ସ୍ବାସ୍ଥ୍ୟକର୍ମୀ ଜଣକ କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିପରି 32 ବର୍ଷୀୟ ବାଲେଶ୍ବର ଯୁବକ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।