ରହୁଥିବା ରାଜ୍ୟରେ ହେବ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ : ହାଇକୋର୍ଟ

Published: May 7, 2020, 2:12 pm IST

ଭୁବନେଶ୍ବର : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଏଣିକି ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ କରାଯିବ । ପ୍ରବାସୀ ଓଡିଆ ମାନେ ଯେଉଁ ରାଜ୍ୟରେ ରହିଥିବେ ସେହି ରାଜ୍ୟରେ ଆରଟି ସିପିଆର ଟେଷ୍ଟ ପରେ ରାଜ୍ୟକୁ ଫେରାଇ ଅଣାଯିବ । ଟେଷ୍ଟ ରିପୋର୍ଟ ନେଭେଟିଭ୍‌ ଆସିଲେ ରାଜ୍ୟ ମଧ୍ୟରେ ପ୍ରବେଶର ଅନୁମତି ମିଳିବ ବୋଲି ହାଇକୋର୍ଟ ନିଜ ନିଷ୍ପତ୍ତିରେ ପ୍ରକାଶ୍ କରିଛନ୍ତି । କରୋନା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

Related posts