Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧି ଏକ ମାସ ବଢାଇବାକୁ ଓଡିଶା ସରକାରଙ୍କ ସୁପାରିଶ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍‌ ଲାଇନ୍‌ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍‌ଡାଉନ୍‌ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନ 5.30 ଯାଏଁ 16ଟି ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର : ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଅପରାହ୍ନ 5.30 ଯାଏଁ 16ଟି ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ସୁନ୍ଦରଗଡ, ସମ୍ବଲପୁର, ନୂଆପଡା, ଦେବଗଡ, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କଟକ, ପୁରୀ ଏବଂ ମୟୁରଭଞ୍ଜରେ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ପୁରୀ ଓ ଭୁବନେଶ୍ବର ବାସୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସଂସଦ ପାଣ୍ଠିର ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍‌ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା 35ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 35 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ଅଭାବନୀୟ ଘଟଣା : କ୍ବାରାଣ୍ଟାଇନ୍‌ ହୋମ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଜୟପୁର : ଦେଶରେ କରୋନାକୁ ନେଇ ସଙ୍କଟ ଲାଗି ରହିଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । କ୍ବାରାଣ୍ଟାଇନ୍‌ ହୋମ୍‌ରେ ରହିଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ତିନି ଦିନ ଧରି ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ରବିବାର ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ରବିବାର ଦିନ ସଓ୍ବାଇ ମାଧୋପୁର ଥାନାରେ ଅଭିଯୋଗ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଜବରଦସ୍ତି କ୍ବାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିବା ନେଇ ପୋଲିସ୍‌ ସୂଚନା ପ୍ରଦାନ କରିଛି । ମହିଳା ଜଣଙ୍କୁ ଅନ୍ୟ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବା ବେଳେ କରୋନା ପାଇଁ ନମୂନା ସଂଗ୍ରହ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇ 2021 ପର୍ଯ୍ୟନ୍ତ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କରୋନା ମୁକାବିଲା କାରଣରୁ ଦେଖାଦେଇଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଆସନ୍ତା ଜାନୁୟାରୀ 1,2020 ଠାରୁ ଜୁଲାଇ 2021 ପର୍ଯ୍ୟନ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ପେନ୍‌ସନ୍‌ ଧାରୀଙ୍କ ନିମନ୍ତେ ଏହି ନିୟମ ଲାଗୁ କରାଯିବ । ତେବେ ପୂର୍ବ ପ୍ରଦତ୍ତ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାସରେ 4 ପ୍ରତିଶତର ମହଙ୍ଗା ଭତ୍ତା ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ପ୍ରାୟ 27 ହଜାର କୋଟିର ଅର୍ଥ ସଞ୍ଚୟ କରାଯିବ । (ଏଜେନ୍ସି)

Categories
ଆଜିର ଖବର

ଯାଜପୁରରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ ସାଇଟ ରୁ ଜଣା ପଡୁଛି। ଏହି ନୂଆ ଚାରି ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। ଆଜି ସକାଳେ ଭୁବନେଶ୍ବରର ଜଣେ ନୂଆ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଛିଛି। ୩୩ ଜଣ କରୋନା ମୁକ୍ତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ଆକ୍ରାନ୍ତ ତିନି ମହିଳାଙ୍କ ବୟସ ୪୮, ୭୪ ଏବଂ ୮୦ ରହିଥିବା ବେଳେ ଯୁବକଙ୍କ ବୟସ ୨୧ ରହିଛି। ୪ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଆକ୍ରାନ୍ତ ଜଣକ ଭୁବନେଶ୍ବରର ବୋଲଇ ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 33ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 33 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ ଆଉ ପାଞ୍ଚ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟର ଆଉ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି। ଭୁବନେଶ୍ବର, କଳହାଣ୍ଡି, ସୁନ୍ଦରଗଡ,ଢେଙ୍କାନାଳ ଏବଂ କେନ୍ଦ୍ରାପଡାର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏହା ମଧ୍ୟରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ପ୍ରାଣହାନି ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବର୍ତ୍ତମାନ ୪୯ ଟି ସକ୍ରିୟ କେସ୍‌ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ବର : କରୋନା ମୁକାବିଲା ଲଢେଇରେ ଆଗଧାଡିରେ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ସମୟରେ କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ପେନ୍‌ସନ୍‌ ପ୍ରଦାନ କରାଯିବ । ଏପରିକି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏହି କରୋନା ଯୋଦ୍ଧାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସେହିପରି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରାଗଲେ ଏନଏସ୍‌ଏ ଆଧାରରେ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତକାଲିର ଚେନ୍ନାଇରେ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟାକୁ ନେଇ ଭିଡ ହିଂସା ଦେଖାଦେବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅନ୍ଧବିଶ୍ବାସର କୁପରିଣତି: ଦୁଇ ବର୍ଷର ଝିଅକୁ ହତ୍ୟା କଲା ବାପା

ମୀରଟ: ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ ବାପା। ମୀରଟରେ ରବିବାର ରାତି 10ଟା ସମୟରେ ଏହି ବର୍ବର କାଣ୍ଡ ଘଟିଥିଲା। ମୀରଟର ଖାଇଖେଡାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। 30 ବର୍ଷୀୟ ଓ୍ବାଜିଦ୍‌ ନିଜ ଦୁଇ ବର୍ଷର ଝିଅ ତରନ୍ନୁମକୁ ତଣ୍ଟି ଚିପି ହତ୍ୟା କରିଥିଲା। ପରିବାରର ଅନ୍ୟ ସମସ୍ତ ସଦସ୍ୟ ଶୋଇଥିବା ବେଳେ ଓ୍ବାଜିଦ୍‌ ଏହି କାଣ୍ଡ ଘଟାଇଥିଲା। ଓ୍ବାଜିଦ୍‌ର ପତ୍ନୀ ଏହି ଘଟଣା ନେଇ ପୋଲିସ୍‌ ନିକଟରେ ପେଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତାନ୍ତ୍ରିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପରେ ପୋଲିସ ଦ୍ବାରା ଗିରଫ ହୋଇଛି। 30 ବର୍ଷୀୟ ଓ୍ବାଜିଦ୍‌ ଇଟାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ତାର ଜଣେ ସହକର୍ମୀ ଇର୍ଫାନ୍‌(28) ତନ୍ତ୍ର ବିଦ୍ୟାର ଅଭ୍ୟାସ କରୁଥିଲେ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ: ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଲା

ଭୁବନେଶ୍ବର:  ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟ ରେ ଉଲ୍ଲେଖ କରିଛି। ଏହାକୁ ମିଶାଇ ଆଜି ରାଜ୍ୟରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା ମ୍ୟାପ୍‌ରୁ ଏହି ତଥ୍ୟ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ମ୍ୟାପ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ସଙ୍କ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ଯାଜପୁରରୁ ଏବଂ ସୁନ୍ଦରଗଡରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାଜପୁରର ପାଞ୍ଚ ଆକ୍ରାନ୍ତ କୋଲକାତାରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପାଞ୍ଚ ଜଣଙ୍କ ମଧ୍ୟରେ ଯାଜପୁର ବ୍ଲକ୍‌ର ତିନି ଜଣ ରହିଥିବା ବେଳେ କୋରେଇ ଏବଂ ଦଶରଥପୁର ବ୍ଲକ୍‌ର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ପାଞ୍ଚ ପୁରୁଷଙ୍କ ମଧ୍ୟରେ ଜଣେ ୨୮ ବର୍ଷୀୟ, ଜଣେ ୩୨ ବର୍ଷୀୟ ଏବଂ ଅନ୍ୟ ତିନି ଜଣଙ୍କ ବୟସ ୫୦ରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓ ପ୍ରାରମ୍ଭରେ ନବୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ଏହାର ଭୟାବହତା ସମ୍ପର୍କରେ ପ୍ରକାଶ କରିବା ସହିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟ ରାଜ୍ୟର ପ୍ରାୟ 1 ଲକ୍ଷ ଲୋକ ଓଡିଶାରେ ରହିଥିବା ବେଳେ ଓଡିଶା ସରକାର ସେମାନଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି । ସେହିପରି ଭାବରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଲକ୍‌ଡାଉନ୍‌ କାରଣରୁ ଅନ୍ୟ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟ ମାନଙ୍କର ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ଶ୍ରମିକ ମାନଙ୍କର ଜୀବନ ସ୍ବାଭାବିକ ହୋଇନାହିଁ । କଟକଣା ଉଠିବା ପରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇ ଶ୍ରମିକ ମାନଙ୍କୁ ଫେରାଇ ଅଣାଯିବ । ଅନ୍ୟ ରାଜ୍ୟରୁ ଫେରିବାକୁ ପଞ୍ଚାୟତରେ ପଞ୍ଜୀକରଣ କରି 14 ଦିନ କ୍ବାରାଣ୍ଟାଇନ୍‌ରେ ରହିବେ । ପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଛି । ଫେରୁଥିବା ବ୍ୟକ୍ତିଙ୍କ ବନ୍ଧୁ ପରିଜନ ପଞ୍ଚାୟତରେ ଏନେଇ ଆବେଦନ କରିପାରିବେ । ଫେରିଥିବା ଲୋକଙ୍କ 14 ଦିନ ରହିବା ଖାଇବାର ଖର୍ଚ୍ଚ ସରକାର ବହନ କରିବା ସହିତ କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ 2 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନୂତନ କରୋନା ଆକ୍ରାନ୍ତଙ୍କ ସୂଚନା ଜାରି : ବାଲେଶ୍ବର ଜିଲ୍ଲାରୁ ପ୍ରଥମ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରେ ଜଣେ ନୂତନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇନାହିଁ । ବାଲେଶ୍ବର ଜିଲ୍ଲାର ଏହି ପ୍ରଥମ କରୋନା ଆକ୍ରାନ୍ତ ଜଣକ 58 ବର୍ଷ ବୟସର ପୁରୁଷ ବୋଲି ଜଣାପଡିଛି । ତେବେ ଏହି ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 61 ପହଞ୍ଚିଛି । 61 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ରାଜ୍ୟରେ ତିନି ଜଣ ସୁସ୍ଥ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ନୂତନ ଅପଡେଟ୍‌ ପ୍ରକାଶ ପାଇଛି। ଶନିବାର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ପହଞ୍ଚିଛି। ସେହିପରି ତିନି ଜଣ ସୁସ୍ଥ ବ୍ୟକ୍ତି ଭୁବନେଶ୍ବରର ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି। ତେବେ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।

Categories
ଆଜିର ଖବର

ଗ୍ରାମାଞ୍ଚଳରେ କୋହଳ ହେଲା ଲକଡାଉନ କଟକଣା ଗୃହ ବିଭାଗ ତରଫରୁ ଜାରି ହେଲା ବିଜ୍ଞପ୍ତି

  • 7 ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଅଣବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସମବାୟ ସମିତି, ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବୃକ୍ଷରୋପଣ ଆଦି କେତେକ କ୍ଷେତ୍ର ଲକଡାଉନ କଟକଣାରୁ ମୁକ୍ତ
  • ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, ଲକଡାଉନ ସମୟରେ ଦେଶବ୍ୟାପୀ ଲାଗୁ ହୋଇଥିବା ବିଭିନ୍ନ ପ୍ରକାର କଟକଣାକୁ ସରକାର କେତେକ କ୍ଷେତ୍ରରେ କୋହଳ ଓ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ବୃକ୍ଷରୋପଣ କାର୍ଯ୍ୟ, ଅଣ ବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସେବା ସମବାୟ ସମିତି ଓ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ନେଇ ଯେଉଁ କଟକଣା ଥିଲା ତାହା ପ୍ରତ୍ୟାହୃତ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସଂଶୋଧିତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ସବୁ ମନ୍ତ୍ରଣାଳୟ ଓ ବିଭାଗକୁ କୁହଯାଇଛି।

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଏଣିକି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଓ ଅନ୍ୟାନ୍ୟ ବନବାସୀ କାଠକୁ ଛାଡି ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତତସଂକ୍ରାନ୍ତ କାର୍ଯ୍ୟ କରିପାରିବେ। ବାଉଁଶ, ନଡିଆ, ଗୁଆ, କୋକୋ ଓ ମସଲା ଜାତୀୟ ଚାଷ କାମ ଏବଂ ଏହାର ଅମଳ ଉପରେ କଟକଣା ରହିବ ନାହିଁ । ସେମାନେ ଏସବୁ ସାମଗ୍ରୀର ସଂଗ୍ରହ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ପରିବହନ ଓ ବିପଣନ ଏଣିକି ଅନାୟାସରେ କରିପାରିବେ।

ସେହିଭଳି ଗୃହ ଅର୍ଥଲଗାଣକାରରୀ କମ୍ପାନୀ, ମାଇକ୍ରୋ ଫାଇନାନ୍ସ ଏବଂ ଅନ୍ୟାନ୍ୟ ଅଣ ବ୍ୟାଙ୍କିଂ କମ୍ପାନୀମାନେ ନିଜର ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଏଣିକି କାମ କରିବାର ସୁଯୋଗ ପାଇବେ । ଗ୍ରାମାଞ୍ଚଳରେ ଋଣ ଯୋଗାଣକାରୀ ସମବାୟ ସମିତି, ଗ୍ରାମାଞ୍ଚଳରେ କ୍ଷେତ୍ରୀୟ ନିର୍ମାଣ କାର୍ଯ୍ୟ ଯଥା ଜଳଯୋଗାଣ, ପରିଚ୍ଛନ୍ନତା କାର୍ଯ୍ୟ, ବିଜୁଳି ଲାଇନ ଟଣା ଓ ଟ୍ରାନ୍ସଫର୍ମର ସ୍ଥାପନ, କେବଲ ଓ ଟେଲିକମ ଅପ୍ଟିକାଲ ଫାଇବର ବିଛାଇବା ଆଦି ଲକଡାଉନ କଟକଣାରୁ ମୁକ୍ତ ହୋଇଛି ।

Categories
ବିଶେଷ ଖବର ବ୍ୟବସାୟ

ଆସିଲା ‘ଜିଓ ଆସୋସିଏଟ୍’, ଆପଣ ଅନ୍ୟର ଜିଓ ରିଚାର୍ଜ କରନ୍ତୁ, ଘରେ ବସି ପାଆନ୍ତୁ ମାସକୁ ପ୍ରାୟ 6 ହଜାର ଟଙ୍କା

ଭୁବନେଶ୍ଵର: ଦେଶ ସାରା ଲକ୍ ଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ। ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ। ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ। ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ଵତନ୍ତ୍ର ଯୋଜନା ଘୋଷଣା କରାଯାଇଛି।

ଆପଣଙ୍କ ଆଖ ପାଖରେ ଯଦି ଜିଓ ରିଚାର୍ଜ ଷ୍ଟୋର୍ ଖୋଲା ନରହୁଛି ତେବେ ଆପଣ ଏହି ଜିଓ ଆସୋସିଏଟ୍ ଯୋଜନାରେ ଅଂଶଗ୍ରହଣ କରି ନିଜର, ନିଜ ପରିବାରର ତଥା ପଡ଼ୋଶୀ ଓ ସାଙ୍ଗସାଥିଙ୍କ ମୋବାଇଲ୍ ରିଚାର୍ଜ କରିପାରିବେ। ଏଥିଲାଗି ଆପଣଙ୍କୁ ୪ ପ୍ରତିଶତ ହାରରେ କମିଶନ ମିଳିବ। ଅର୍ଥାତ୍ ଏହାଦ୍ଵାରା ଜିଓ ଗ୍ରାହକଙ୍କୁ ଫୋନ୍ ରିଚାର୍ଜ କରିବାକୁ ସମସ୍ୟା ରହିବ ନାହିଁ ଓ ଘରେ ବସି ଗାଁ ବା ସହରର ‘ଜିଓ ଆସୋସିଏଟ୍’ ଉପଯୋଗକାରୀ ୪ ପ୍ରତିଶତ ଅର୍ଥ ସଙ୍ଗେ ସଙ୍ଗେ ଅର୍ଜନ କରିପାରିବ।

ଆପଣ କେମିତ ହେବେ ‘ଜିଓ ଆସୋସିଏଟ୍’ 

ଜିଓ ଆସୋସିଏଟ୍ ହେବା ଲାଗି କୌଣସି ଗ୍ରାହକଙ୍କୁ ଜିଓ ପିଓଏସ୍ ଲାଇଟ୍ ଆପ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିବାକୁ ହେବ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ। ଏହି ଆପ୍ରେ ନିଜକୁ ପଞ୍ଜିକୃତ କରିବା ସହ ପ୍ରାରମ୍ଭିକ ଭାବେ ୧୦୦୦ ଟଙ୍କା ଆକାଉଣ୍ଟରେ ଜମା କଲେ ସଙ୍ଗେସଙ୍ଗେ ସେହି ଆକାଉଣ୍ଟରେ ୪ ପ୍ରତିଶତ ହାରରେ ୪୦ଟଙ୍କା ଅଧିକ ମୋବାଇଲ୍ ଫୋନ୍ ରିଚାର୍ଜ ପାଇଁ ଉପଲବ୍ଧ ହେବା ସହ ଏହି ୪୦ ଟଙ୍କାର ୪ ପ୍ରତିଶତ ବି ଆକାଉଣ୍ଟକୁ ଆସିବ। ଅର୍ଥାତ୍ ୧୦୦୦ ଟଙ୍କା ମୂଳ ରାଶି ଆକାଉଣ୍ଟ ଖୋଲିଲେ ଆପଣ ରିଚାର୍ଜ ପାଇଁ ୧୦୪୧ଟଙ୍କା ୬୦ ପଇସା ପାଇପାରିବେ।

ଏହି ସମୁଦାୟ ରାଶିକୁ ଆପଣ ନିଜର ବା ନିଜ ପରିବାର, ବନ୍ଧୁ ବା ପଡ଼ୋଶୀଙ୍କ ଜିଓ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଆପଣଙ୍କ ଆକାଉଣ୍ଟରେ ପରବର୍ତ୍ତୀ ବାଲାନ୍ସ ପାଇବା ଲାଗି ସର୍ବନିମ୍ନ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।ଏହି ଟଙ୍କାରେ ଆପଣ ଜଣଙ୍କ ମୋବାଇଲ୍ ନୁହେଁ, ବରଂ ବିଭିନ୍ନ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଜିଓ ଆସୋସିଏଟ୍ ଯୋଜନାରେ ପ୍ରବେଶ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ପ୍ରାରମ୍ଭିକ ଅଫର ଭାବେ ଏହାକୁ ଛାଡ଼ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।

ନିକଟରେ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅନେକ ଆଗ୍ରହ ଲକ୍ଷ୍ୟ କରିଛି। ହଜାର ହଜାର ସଂଖ୍ୟାରେ ଗ୍ରାହକ ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହୋଇ ଯୋଜନାର ଲାଭ ଉଠାଉଛନ୍ତି। ଏପ୍ରିଲ୍ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଏହି କିଛି ସପ୍ତାହ ମଧ୍ୟରେ ଗୁଗୁଲ୍ ପ୍ଲେଷ୍ଟୋରରୁ ୫ ଲକ୍ଷରୁ ଅଧିକ ଜିଓ ପିଓଏସ୍ ଲାଇଟ୍ ଆପ୍ ଡାଉନ୍ଲୋଡ୍ ହୋଇଛି।

ଆଗକୁ ଜିଓ ପକ୍ଷରୁ ଏହି ଯୋଜନାରେ ନୂଆ ଫିଚର ଓ ବ୍ୟବସ୍ଥା ଉପଲବ୍ଧ କରାଯିବା ଲକ୍ଷ୍ୟ ରହିଛି। ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣଙ୍କୁ ୧୮ ବର୍ଷ ବା ତା’ଠୁ ଅଧିକ ବୟସ ହୋଇଥିବା ଆବଶ୍ୟକ। ଏହାଛଡ଼ା ଆପଣଙ୍କର ଏକ ସ୍ମାର୍ଟଫୋନ୍ ସହ ଜିଓ ସଂଯୋଗ ଥିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ଭିଡିଓ ବାର୍ତ୍ତା ଜାରି କରି ଜିଲ୍ଲାପାଳଙ୍କୁ କର୍ତ୍ତବ୍ୟର ପାଠ ପଢାଇଲେ ପାଣ୍ଡିଆନ୍‌, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓଟି

ଭୁବନେଶ୍ବର: କରୋନା ପରି ଏକ ମହାବିପତ୍ତି ସମୟରେ ଜିଲ୍ଲାପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଛନ୍ତି ଫାଇଭ୍ ଟି ସଚିବ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଭିଡିଓ ଜାରି କରି ଜିଲ୍ଲାପାଳଙ୍କୁ ସେମାନଙ୍କର କର୍ତ୍ତବ୍ୟ  ଓ ଦାୟିତ୍ବ ସମ୍ପର୍କରେ ବୁଝାଇଛନ୍ତି। ଜାରି କରାଯାଇଥିବା ଏହି ଭିଡିଓରେ ୧୯୩୫ ମସିହାର ନ୍ୟୁୟର୍କ ଅଦାଲତରେ ଏକ ସତ୍ୟ କାହାଣୀକୁ ଦର୍ଶାଯାଇଛି।

ଏହି ଭିଡିଓ ଶେଷରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍‌ ଜିଲ୍ଲାପାଳଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ‘, ‘ଭାରତର ସଶକ୍ତ ଜିଲ୍ଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି। ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ। ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ। ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ। ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ”।’ ଦେଶର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାପାଳମାନେ ମାନବିକତା ଆଧାରରେ ନିଜ ଦାୟିତ୍ବ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁବର୍ଣ୍ଣପୁରରେ କାର୍ଯ୍ୟକ୍ଷମ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲ

ଭୁବନେଶ୍ବର : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍‌ଚୀ ରାଜ୍ୟ ବାସୀଙ୍କୁ କରୋନାର ଅପ୍‌ଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟରେ ବିଭିନ୍ନ କୋଭିଡ୍‌ 19 ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ସୁବର୍ଣ୍ଣପୁରରେ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲକୁ ମିଶାଇ ରାଜ୍ୟର 19ଟି ଜିଲ୍ଲାରେ 21ଟି କୋଭିଡ୍‌ 19 ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ସମୁଦାୟ ଶଯ୍ୟା ସଂଖ୍ୟା 3620 ରହିଛି । ରାଜ୍ୟରେ ପଡୋଶୀ ରାଜ୍ୟର 77 ହଜାର ଶ୍ରମଜୀବୀ ରହିଥିବା ବେଳେ 2553ଟି ଶିବିର ଜରିଆରେ ସେମାନଙ୍କର ରହିବା ଏବଂ ଖାଇବା ବନ୍ଦୋବସ୍ତ କରାଯାଇଛି । ରାଜ୍ୟର 5387 ଗ୍ରାମପଞ୍ଚାୟତରେ 3 ଲକ୍ଷ 9 ହଜାର 42 ଜଣଙ୍କୁ ଏବଂ 113 ପୌରାଞ୍ଚଳରେ 33816 ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଅଧିକାରୀଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବାଗ୍‌ଚୀ । କୋଭିଡ୍‌-19କୁ ନେଇ ରହିଥିବା ଗୁଜବକୁ ବିଶ୍ବାସ ନକରିବା ପାଇଁ ବାଗ୍‌ଚୀ ଜନ ସାଧାରଣଙ୍କୁ ନିବେଦନ କରିଥିଲେ ।

ରାଜ୍ୟ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ବାଗ୍‌ଚୀଙ୍କ ସହିତ କରୋନା ସମ୍ପର୍କରେ ଅପ୍‌ଡେଟ୍‌ ପ୍ରଦାନ କରିଥିଲେ । ଭାରତରେ କରୋନା ପଜିଟିଭ୍‌ ହାର 5 ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ହାର ମାତ୍ର 1.08 ପ୍ରତିଶତ ରହିଛି । ଏହି ହାର ଦିଲ୍ଲୀରେ ସର୍ବାଧିକ 11 ପ୍ରତିଶତ ରହିଛି । ଲୋକଙ୍କ ତ୍ୟାଗ ଏବଂ ଅନୁଶାସନ କାରଣରୁ ରାଜ୍ୟରେ କରୋନା ସଙ୍କ୍ରମଣ ଉପରେ ରୋକ୍‌ ଲଗାଯାଇପାରିଛି ବୋଲି ଶ୍ରୀମତି ପଣ୍ଡିତ ପ୍ରକାଶ କରିଥିଲେ । ରାଜ୍ୟରେ କୌଣସି ଲକ୍ଷଣ ନଥିବା 3 ଶହ ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ 4 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

4 ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । ପୂର୍ବରୁ ଯାଜପୁରର ସଙ୍କ୍ରମିତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ଅନ୍ୟ 4 ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଝାରପଡାର ଆକ୍ରାନ୍ତ ବା ଆକ୍ରାନ୍ତ ନମ୍ବର 60 ଜଣକ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ବୁଲିଛନ୍ତି । ପଳାଶୁଣି ଓ ରସୁଲଗଡ ହାଟ ବୁଲିଥିବା ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି । ସେହିପରି ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ନିଜର ନୀଳାଦ୍ରିନଗର ସ୍ଥିତ ଘରେ ରହିଥିବା ଜଣା ପଡିଛି । ଏହା ମଧ୍ୟରେ ସଉଦା ପାଇଁ ହାଟ ବଜାର ବୁଲିଥିବା ଜଣାପଡିଛି । ସାମ୍ପଲ ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ବମିଖାଲର ତିନି ଆକ୍ରାନ୍ତ 57, 58 ଏବଂ 59 ରିଲାଏନ୍ସ ଫ୍ରେଶ୍‌ ଯାଇଥିଲେ । ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟରେ ଅବସ୍ଥାନ କରିଥିଲେ । ଗଣେଷ ମଣ୍ଡପ ପରିବା ଦୋକାନ ଏବଂ ଓଭରବ୍ରିଜ୍‌ ନିକଟସ୍ଥ ରିଲାଏନ୍ସ ଫ୍ରେଶ୍‌ ଯାଇଥିବା ଜଣାପଡିଛି । ଏହି ତିନି ଆକ୍ରାନ୍ତ ଆକ୍ରାନ୍ତ ନମ୍ବର 7,8,22 ଏବଂ 39ଙ୍କ ସଂସ୍ପର୍ଶରେ ଆସିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ 5 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 5 କରୋନା ଆକ୍ରାନ୍ତ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । 5 ଜଣଙ୍କ ମଧ୍ୟରେ 4 ଜଣ ଭୁବନେଶ୍ବରର ରହିଥିବା ବେଳେ ଜଣେ ବ୍ୟକ୍ତି ଯାଜପୁରର ରହିଛନ୍ତି । ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ 3 ଜଣ ଏବଂ ଝାରପଡାରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡିଛି । ଝାରପଡା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ 50 ବର୍ଷ ବୋଲି ଜଣାପଡିଛି । ସେ 42 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିପରି ବମିଖାଲର ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ 564 ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 5 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।