ପ୍ରବାସୀ ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

Published: Apr 19, 2020, 4:48 pm IST

ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓ ପ୍ରାରମ୍ଭରେ ନବୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ଏହାର ଭୟାବହତା ସମ୍ପର୍କରେ ପ୍ରକାଶ କରିବା ସହିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟ ରାଜ୍ୟର ପ୍ରାୟ 1 ଲକ୍ଷ ଲୋକ ଓଡିଶାରେ ରହିଥିବା ବେଳେ ଓଡିଶା ସରକାର ସେମାନଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି । ସେହିପରି ଭାବରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଲକ୍‌ଡାଉନ୍‌ କାରଣରୁ ଅନ୍ୟ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟ ମାନଙ୍କର ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ଶ୍ରମିକ ମାନଙ୍କର ଜୀବନ ସ୍ବାଭାବିକ ହୋଇନାହିଁ । କଟକଣା ଉଠିବା ପରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇ ଶ୍ରମିକ ମାନଙ୍କୁ ଫେରାଇ ଅଣାଯିବ । ଅନ୍ୟ ରାଜ୍ୟରୁ ଫେରିବାକୁ ପଞ୍ଚାୟତରେ ପଞ୍ଜୀକରଣ କରି 14 ଦିନ କ୍ବାରାଣ୍ଟାଇନ୍‌ରେ ରହିବେ । ପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଛି । ଫେରୁଥିବା ବ୍ୟକ୍ତିଙ୍କ ବନ୍ଧୁ ପରିଜନ ପଞ୍ଚାୟତରେ ଏନେଇ ଆବେଦନ କରିପାରିବେ । ଫେରିଥିବା ଲୋକଙ୍କ 14 ଦିନ ରହିବା ଖାଇବାର ଖର୍ଚ୍ଚ ସରକାର ବହନ କରିବା ସହିତ କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ 2 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Related posts