Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସିଲା ‘ଜିଓ ଆସୋସିଏଟ୍’, ଆପଣ ଅନ୍ୟର ଜିଓ ରିଚାର୍ଜ କରନ୍ତୁ, ଘରେ ବସି ପାଆନ୍ତୁ ମାସକୁ ପ୍ରାୟ 6 ହଜାର ଟଙ୍କା
ବିଶେଷ ଖବର

ଆସିଲା ‘ଜିଓ ଆସୋସିଏଟ୍’, ଆପଣ ଅନ୍ୟର ଜିଓ ରିଚାର୍ଜ କରନ୍ତୁ, ଘରେ ବସି ପାଆନ୍ତୁ ମାସକୁ ପ୍ରାୟ 6 ହଜାର ଟଙ୍କା

April 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦେଶ ସାରା ଲକ୍ ଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ। ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ। ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ। ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ଵତନ୍ତ୍ର ଯୋଜନା ଘୋଷଣା କରାଯାଇଛି।

ଆପଣଙ୍କ ଆଖ ପାଖରେ ଯଦି ଜିଓ ରିଚାର୍ଜ ଷ୍ଟୋର୍ ଖୋଲା ନରହୁଛି ତେବେ ଆପଣ ଏହି ଜିଓ ଆସୋସିଏଟ୍ ଯୋଜନାରେ ଅଂଶଗ୍ରହଣ କରି ନିଜର, ନିଜ ପରିବାରର ତଥା ପଡ଼ୋଶୀ ଓ ସାଙ୍ଗସାଥିଙ୍କ ମୋବାଇଲ୍ ରିଚାର୍ଜ କରିପାରିବେ। ଏଥିଲାଗି ଆପଣଙ୍କୁ ୪ ପ୍ରତିଶତ ହାରରେ କମିଶନ ମିଳିବ। ଅର୍ଥାତ୍ ଏହାଦ୍ଵାରା ଜିଓ ଗ୍ରାହକଙ୍କୁ ଫୋନ୍ ରିଚାର୍ଜ କରିବାକୁ ସମସ୍ୟା ରହିବ ନାହିଁ ଓ ଘରେ ବସି ଗାଁ ବା ସହରର ‘ଜିଓ ଆସୋସିଏଟ୍’ ଉପଯୋଗକାରୀ ୪ ପ୍ରତିଶତ ଅର୍ଥ ସଙ୍ଗେ ସଙ୍ଗେ ଅର୍ଜନ କରିପାରିବ।

ଆପଣ କେମିତ ହେବେ ‘ଜିଓ ଆସୋସିଏଟ୍’ 

ଜିଓ ଆସୋସିଏଟ୍ ହେବା ଲାଗି କୌଣସି ଗ୍ରାହକଙ୍କୁ ଜିଓ ପିଓଏସ୍ ଲାଇଟ୍ ଆପ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିବାକୁ ହେବ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ। ଏହି ଆପ୍ରେ ନିଜକୁ ପଞ୍ଜିକୃତ କରିବା ସହ ପ୍ରାରମ୍ଭିକ ଭାବେ ୧୦୦୦ ଟଙ୍କା ଆକାଉଣ୍ଟରେ ଜମା କଲେ ସଙ୍ଗେସଙ୍ଗେ ସେହି ଆକାଉଣ୍ଟରେ ୪ ପ୍ରତିଶତ ହାରରେ ୪୦ଟଙ୍କା ଅଧିକ ମୋବାଇଲ୍ ଫୋନ୍ ରିଚାର୍ଜ ପାଇଁ ଉପଲବ୍ଧ ହେବା ସହ ଏହି ୪୦ ଟଙ୍କାର ୪ ପ୍ରତିଶତ ବି ଆକାଉଣ୍ଟକୁ ଆସିବ। ଅର୍ଥାତ୍ ୧୦୦୦ ଟଙ୍କା ମୂଳ ରାଶି ଆକାଉଣ୍ଟ ଖୋଲିଲେ ଆପଣ ରିଚାର୍ଜ ପାଇଁ ୧୦୪୧ଟଙ୍କା ୬୦ ପଇସା ପାଇପାରିବେ।

ଏହି ସମୁଦାୟ ରାଶିକୁ ଆପଣ ନିଜର ବା ନିଜ ପରିବାର, ବନ୍ଧୁ ବା ପଡ଼ୋଶୀଙ୍କ ଜିଓ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଆପଣଙ୍କ ଆକାଉଣ୍ଟରେ ପରବର୍ତ୍ତୀ ବାଲାନ୍ସ ପାଇବା ଲାଗି ସର୍ବନିମ୍ନ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।ଏହି ଟଙ୍କାରେ ଆପଣ ଜଣଙ୍କ ମୋବାଇଲ୍ ନୁହେଁ, ବରଂ ବିଭିନ୍ନ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଜିଓ ଆସୋସିଏଟ୍ ଯୋଜନାରେ ପ୍ରବେଶ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ପ୍ରାରମ୍ଭିକ ଅଫର ଭାବେ ଏହାକୁ ଛାଡ଼ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।

ନିକଟରେ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅନେକ ଆଗ୍ରହ ଲକ୍ଷ୍ୟ କରିଛି। ହଜାର ହଜାର ସଂଖ୍ୟାରେ ଗ୍ରାହକ ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହୋଇ ଯୋଜନାର ଲାଭ ଉଠାଉଛନ୍ତି। ଏପ୍ରିଲ୍ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଏହି କିଛି ସପ୍ତାହ ମଧ୍ୟରେ ଗୁଗୁଲ୍ ପ୍ଲେଷ୍ଟୋରରୁ ୫ ଲକ୍ଷରୁ ଅଧିକ ଜିଓ ପିଓଏସ୍ ଲାଇଟ୍ ଆପ୍ ଡାଉନ୍ଲୋଡ୍ ହୋଇଛି।

ଆଗକୁ ଜିଓ ପକ୍ଷରୁ ଏହି ଯୋଜନାରେ ନୂଆ ଫିଚର ଓ ବ୍ୟବସ୍ଥା ଉପଲବ୍ଧ କରାଯିବା ଲକ୍ଷ୍ୟ ରହିଛି। ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣଙ୍କୁ ୧୮ ବର୍ଷ ବା ତା’ଠୁ ଅଧିକ ବୟସ ହୋଇଥିବା ଆବଶ୍ୟକ। ଏହାଛଡ଼ା ଆପଣଙ୍କର ଏକ ସ୍ମାର୍ଟଫୋନ୍ ସହ ଜିଓ ସଂଯୋଗ ଥିବା ଆବଶ୍ୟକ।

ril TopNews
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026
Latest News

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

CJP Protest: ହଜାର ହଜାର ସମର୍ଥକଙ୍କ ସହିତ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲା ସିଜେପି

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.