Categories
ଜାତୀୟ ଖବର ବିଶେଷ ଖବର

କରୋନା ଆକ୍ରାନ୍ତଙ୍କ ଲାଇଭ ଟ୍ରାକରେ ନିଆଯାଉଛି ତଥ୍ୟ , ଜାଣନ୍ତୁ କଣ ରହିଛି କୋଭିଡ-19 ସମ୍ପର୍କରେ ତାଜା ସୂଚନା

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ତଦାରଖ କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପ୍ରସଙ୍ଗରେ ସିଏସଆଇଆର (କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର କୋଭିଡ-19 ମହାମାରୀ ନିୟନ୍ତ୍ରଣ ସଂପର୍କୀତ ଗବେଷଣାର ପ୍ରଗତି ସଂପର୍କରେ ଏହାର ମହାନିର୍ଦ୍ଦେଶକ, ସିଏସଆଇଆର ଓ ଏହାର 38ଟି ସିଏସଆଇଆର ନିର୍ଦ୍ଦେଶକମାନଙ୍କ ସହ ସମୀକ୍ଷା କରିଛନ୍ତି ।

ସିଏସଆଇଆର ବିଜ୍ଞାନାଗାର ଅନ୍ୟ ଘରୋଇ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଏମଏସଏମଇ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଙ୍କ ସହ ଘନିଷ୍ଠ ସହଭାଗୀତାରେ ଏବେ କାର୍ଯ୍ୟରତ ରହି ପାଞ୍ଚଟି ଭର୍ଟିକାଲକୁ ଚିହ୍ନଟ କରିପାରିଛି । ସେଗୁଡ଼ିକ ହେଲା:

– ଡ଼ିଜିଟାଲ ଏବଂ ମଲିକୁଲାର ସତର୍କତା

-ନୂତନ ଓ ସୁଲଭ ପରୀକ୍ଷଣ

-ନୂତନ ଔଷଧ/ ଔଷଧର ପରୀକ୍ଷାମୂଳକ ପ୍ରୟୋଗ ଏବଂ ସଂପର୍କୀତ ଉତ୍ପାଦନ ପ୍ରକ୍ରିୟା

–ହସପିଟାଲ ସହାୟକଯୋଗ୍ୟ ଉପକରଣ ଏବଂ ପିପିଇ; ଏବଂ

– ଯୋଗାଣ ଚେନ୍‌ ଓ ଲଜିଷ୍ଟିକ୍ସ ସହାୟତା ବ୍ୟବସ୍ଥାର ବିକାଶ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସମସ୍ତ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାରକରି କୋଭିଡ-19କୁ ଜିଲ୍ଲା ପ୍ରଶାସନ ସ୍ତରରୁ ସେଥିରୁ କେତେ ସୁଫଳ ମିଳିପାରୁଛି ତାହା ଲକ୍ଷ୍ୟ କରୁଛନ୍ତି । ଆକ୍ରାନ୍ତ ଲାଇଭ୍‌ ଟ୍ରାକ୍‌, ଚିକିତ୍ସା ପରିଚାଳନା ଏବଂ କଣ୍ଟେନମେଣ୍ଟ ଯୋଜନାର ପ୍ରବର୍ତ୍ତନ ମଧ୍ୟ ପ୍ରଯୁକ୍ତିର ଉପଯୁକ୍ତ ପ୍ରୟୋଗ ମାଧ୍ୟମରେ ସଂପାଦନ କରାଯାଉଛି । ନିଶ୍ଚିତ ପଜିଟିଭ୍‌  ମାମଲାର ଜିଆଇଏସ ମ୍ୟାପିଂ, ସକ୍ରିୟ ହସ୍ତକ୍ଷେପ, ଉତ୍ତାପ ମ୍ୟାପିଂ ବ୍ୟବହାର ଓ ଆକଳନ ତଥ୍ୟାବଳୀର ବିଶ୍ଳେଷଣ ଆଦି ବ୍ୟବହାର କରାଯାଇ କଣ୍ଟେନମେଣ୍ଟ ଯୋଜନା ପ୍ରବର୍ତ୍ତନକୁ ମନିଟର କରାଯାଉଛି । ଏଭଳି ପ୍ରଯୁକ୍ତି ସହାୟତା ବେଙ୍ଗାଲୁରୁ ୱାର୍‌ ରୁମ ଦ୍ୱାରା ସଫଳତାର ସହ ପ୍ରବର୍ତ୍ତନ କରାଯାଉଛି।

ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ରଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ତଥା ସମର୍ପିତ ଭାବେ ରାପିଡ଼ ରେସପନ୍ସ ଟିମ୍‌ (ଆରଆରଟି)ର ଉପଯୋଗ କରାଯିବା ଦ୍ୱାରା ଏହା କ୍ଷେତ୍ର ସ୍କ୍ରିନିଂ, ଆମ୍ବୁଲାନ୍ସ ଯୋଗାଣ, କ୍ୱାରାଣ୍ଟାଇନ୍‌ ପରିଚାଳନା ଆଦି କାର୍ଯ୍ୟ ସୁଚାରୁରୂପେ ସଂପାଦନ କରାଯାଇପାରୁଛି । କେତେକ ଜିଲ୍ଲା ମମଧ୍ୟ ରିମୋଟ ଡିଜିଟାଲ ମେଡ଼ିକାଲ ପରାମର୍ଶ ବ୍ୟବସ୍ଥାକୁ ଆପଣାଇଛନ୍ତି ଯଦ୍ୱାରା ସେମାନେ ସ୍ଥାନୀୟ ମେଡ଼ିକାଲ ଷ୍ଟୋର ସହ ଯୋଗାଯୋଗରେ ରହିଛନ୍ତି ।

ଏଭଳି କାର୍ଯ୍ୟ ଯୋଜନା ପ୍ରବର୍ତ୍ତନ ଦ୍ୱାରା ପ୍ରଶଂସନୀୟ ସୁଫଳ ମିଳିବା ଆରମ୍ଭ କରିଛି । 15ଟି ରାଜ୍ୟର 25ଟି ଜିଲ୍ଲାରେ ଏହି ସୁଫଳ ଯେଉଁଠାରେ କି ପୂର୍ବରୁ ଏଭଳି କେଶ୍‌ ପରିଲକ୍ଷିତ ହୋଇଥିଲା ସେଠାରେ ଏହା ଫଳପ୍ରସୂ ସାବ୍ୟସ୍ତ ହୋଇଛି । ଗତ 14 ଦିନ ଧରି ସେହିସବୁ ଜିଲ୍ଲାରୁ ଗୋଟିଏ ହେଲେ ନୂଆ କରୋନା ପଜିଟିଭ୍‌ କେଶ୍‌ ଘଟିଥିବା ଜଣାପଡ଼ିନାହିଁ ଓ ସେଠାରେ ନିରବଚ୍ଛିନ୍ନ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି ଯଦ୍ୱାରା ସେଠାରେ ଆଉ ନୂଆ କୌଣସି ସଂକ୍ରମଣ ମାମଲା ନଜରକୁ ଆସିବନାହିଁ ।

ସେହିସବୁ ଜିଲ୍ଲାଗୁଡ଼ିକ ହେଲା: ଗୋନ୍ଦିଆ (ମହାରାଷ୍ଟ୍ର), ରାଜ ନନ୍ଦଗାଓଁ, ଦୁର୍ଗ, ବିଳାଶପୁର (ଛତିଶଗଡ଼), ଦଭନଗିରି, କୋଡ଼ାଗୁ, ତୁମକୁରୁ, ଉଡ଼ିପି (କର୍ଣ୍ଣାଟକ),  ଦକ୍ଷିଣ ଗୋଆ (ଗୋଆ), ୱାୟାନାଡ଼ ଓ କୋଟ୍ଟାୟାମ (କେରଳ), ପଶ୍ଚମ ଇମ୍ଫାଲ (ମଣିପୁର), ରାଜୌରୀ (ଜମ୍ମୁ ଓ କଶ୍ମୀର), ଆଇଜଲ ପଶ୍ଚିମ (ମିଜୋରାମ), ମାହେ (ପୁଡ଼ୁଚେରୀ), ଏସବିଏସ ନଗର (ପଞ୍ଜାବ), ପାଟନା, ନାଳନ୍ଦା ଓ ମୁଙ୍ଗେର (ବିହାର), ପ୍ରତାପଗଡ଼ (ରାଜସ୍ଥାନ), ପାନିପତ, ରୋହତକ, ଶୀର୍ଷା (ହରିଆଣା), ପୌରୀ ଗଡ଼ୱାଲ (ଉତ୍ତରାଖଣ୍ଡ), ଭଦ୍ରାଦରୀ କୋଠଗୁଡ଼େମ (ତେଲଙ୍ଗାନା) ।

ଅପ୍ରେଲ 10 ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ 30 କୋଟିରୁ ଅଧିକ ଗରିବ ଲୋକଙ୍କୁ ମୋଟ 28,256 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଯଦ୍ୱାରା କୋଭିଡ-19 ମହାମାରୀ ଯୋଗୁ ଏବେ ଜାରି କରାଯାଇଥିବା ଲକଡାଉନର ପ୍ରଭାବରୁ ସେମାନେ ନିଜକୁ ମୁକ୍ତ ରଖିପାରିଛନ୍ତି । ଏହାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

-19.86 କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସାମିଲ ମହିଳା ଜମାଖାତାଧାରୀଙ୍କୁ 9930 କୋଟି ଟଙ୍କା ପ୍ରଦାନ;

-ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ 6.93 କୋଟି କୃଷକଙ୍କୁ 13,855 କୋଟି ଟଙ୍କାର ଯୋଗାଣ;

– 2.82 କୋଟି ବିଧବା, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ 1405 କୋଟି ଟଙ୍କା ପ୍ରଦାନ;

– 2.16 କୋଟି ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ର ଶ୍ରମିକଙ୍କୁ 3066 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ।

ବରିଷ୍ଠ ନାଗରିକମାନଙ୍କ ସକାଶେ “ଆରୋଗ୍ୟ ସେତୁ”, ମୋବାଇଲ୍‌ ଆପ୍ଲିକେଶନ ଯାହାକି ସେମାନେ ଯେଭଳି କରୋନା ଭୂତାଣୁ ସଂକ୍ରମଣର ଶିକାର ନହେବେ ସେଭଳି ରିସ୍କରୁ ସେମାନଙ୍କୁ ମୁକ୍ତ ରଖାଯାଇ ପାରିବ ସେହିଭଳି ଭାବେ 11ଟି ଭାଷାରେ ଡିଜାଇନ୍‌ କରାଯାଇଛି। ଏପର୍ଯ୍ୟନ୍ତ ତାହା 3.5 କୋଟି ଥର ଡାଉନଲୋଡ଼ ହୋଇସାରିଛି ।  ଏହାର ବିଭିନ୍ନ ବୈଶିଷ୍ଟ୍ୟ ଯଥା, ରିସ୍କ ଆକଳନ, ଅତ୍ୟାଧୁନିକ ପ୍ରଯୁକ୍ତି ଯଥା ବ୍ଲୁ ଟୁଥ୍‌ ପ୍ରଯୁକ୍ତି, ଆଲଗୋରିଥମ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ମାଧ୍ୟମରେ ହିସାବ ଦ୍ୱାରା ସଂଯୋଗ ଟ୍ରେସିଂ ଓ ଚତୁଃପାଶ୍ୱର୍ରେ କୋଭିଡ ରିସ୍କକୁ ପ୍ରତିହତ କରାଯାଇପାରୁଛି।

ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ) ଅଧୀନରେ 27ଟି ରାଜ୍ୟରେ 78,373ଟି ଏସଏଚଜି ଦ୍ୱାରା ମୋଟ 1.96 କୋଟି ମାସ୍କ ଉତ୍ପାଦନ କରାଯାଇଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସ୍ୱେଚ୍ଛାସେବୀ କ୍ୟାଡ଼େଟମାନେ “ଏନସିସି ଯୋଗଦାନ ଅଭ୍ୟାସ” ଅଧୀନରେ ସିଭିଲ ପ୍ରଶାସନକୁ ସହାୟତା ଯୋଗାଇ ଦେଉଛନ୍ତି । କୋଭିଡ-19 ମହାମାରୀ ବିରୋଧରେ ଲଢ଼େଇ ସକାଶେ 50 ହଜାରରୁ ଅଧିକ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ ସେମାନଙ୍କର ସହଯୋଗ ଯୋଗାଇବାକୁ ଆଗେଇ ଆସିଛନ୍ତି।

ଗତକାଲି ଠାରୁ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟାରେ 796 ଜଣ ନୂଆ ପଜିଟିଭ ରୋଗୀ ସାମିଲ ହୋଇଛନ୍ତି। ଫଳରେ ଦେଶରେ ମୋଟ ପ୍ରମାଣିତ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା 9152ରେ ପହଞ୍ଚିଛି। ଏବେସୁଦ୍ଧା 857 ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଛନ୍ତି ଅବା ସୁସ୍ଥ ହେବାପରେ ଡାକ୍ତରଖାନାରୁ ଡ଼ିସଚାର୍ଜ ହୋଇଛନ୍ତି ଏବଂ ଆଜିସୁଦ୍ଧା କରୋନା ସଂକ୍ରମଣରେ ଦେଶରେ 308 ଜଣଙ୍କର ମୃତ୍ୟୁ ଘଟିଛି ।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲିର ଚାରି ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇଛି। 50 ନମ୍ବର ଆକ୍ରାନ୍ତ ଜଣକ 41 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ। ଏହି 23 ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ 20ରୁ ଏପ୍ରିଲ୍‌ 10 ମଧ୍ୟରେ ୟୁନିଟ୍‌-3ରୁ ଷ୍ଟେସନ୍‌ ସ୍କ୍ବେୟାର ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସତ୍ୟନଗର ଏବଂ ଜନପଥ ମଧ୍ୟ ଯାତ୍ରା କରିଥିଲେ ଯୁବକ। ଏହା ପୂର୍ବରୁ ମାର୍ଚ୍ଚ18-20 ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ। ୟୁନିଟ୍‌ -4 ସ୍ଥିତ ମଧୁସୂଦନ ନଗରରେ ଯୁବକ ଜଣକ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 10 ତାରିଖରେ ନମୁନା ପରୀକ୍ଷଣ ପାଇ ପଠାଯାଇଥିଲା। ଏହାପରେ ଯୁବକଙ୍କୁ କିମ୍‌ସ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

51 ନମ୍ବର ଆକ୍ରାନ୍ତ ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ। ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ। ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ। ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ। ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା।

52 ନମ୍ବର ଆକ୍ରାନ୍ତ ଜଣକ ବିଶ୍ରାର 18 ବର୍ଷୀୟ ବାଳକ ଜଣକ 51 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। 53 ନମ୍ବର ଆକ୍ରାନ୍ତ ଜଣଙ୍କ ଝାରପଡାର 46 ବର୍ଷୀୟ ବ୍ୟକ୍ତି। 42 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ରହିଥିବା ଏହି ବ୍ୟକ୍ତି ତାଙ୍କଠାରୁ ସଙ୍କ୍ରମିତ ହୋଇଥିବା ଜଣାପଡିଛି। 25 ମାର୍ଚ୍ଚ-3 ଏପ୍ରିଲ୍‌ ମଧ୍ୟରେ ବାଙ୍କୁଆଳ, କେଶୁରା ଏବଂ ଶହୀଦନଗର ଗସ୍ତ କରିଥିବା ବେଳେ 4-6 ଏପ୍ରିଲ୍‌ ମଧ୍ୟରେ ଏମ୍ସ ଗସ୍ତ କରିଥିଲେ। 7-10 ଏପ୍ରିଲ୍‌ ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 11 ଏପ୍ରିଲ୍‌ରେ କିମ୍ସ ସ୍ଥାନାନ୍ତର କରାଯାଇଥିଲା।

54 ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡା, ରାଜନଗରର 17 ବର୍ଷୀୟ ନାବାଳିକା। ମାର୍ଚ୍ଚ 29 ତାରିଖରେ ଏକ ଘରୋଇ ଆମ୍ବୁଲାନ୍ସରେ କଲିକତାରୁ ଓଡିଶା ଆସିଥିବା ଏହି ନାବାଳିକା ଜଣକ ଭଦ୍ରକର 43 କିମି ପୂର୍ବରୁ ଚା’ ପିଇଥିଲେ। 30 ମାର୍ଚ୍ଚରୁ ଏପ୍ରିଲ୍‌ 11 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 11 ତାରିଖରେ ସାମ୍ପଲ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ କଟକ ସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ଗତକାଲି ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ 51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ଆକ୍ରାନ୍ତ ଜଣଙ୍କର ନିଜାମୁଦ୍ଦିନ ଗସ୍ତର ଇତିହାସ ରହିଥିବା ଜଣାପଡିଛି । ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ । ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ । ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ । ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ । ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର : ସମଗ୍ର ବିଶ୍ବ କରୋନା ପ୍ରଭାବରେ ଆକ୍ରାନ୍ତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଉଭୟ ରାଷ୍ଟ୍ର କରୋନାରେ ପ୍ରଭାବିତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ରବିବାର ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପୁଞ୍ଚର କିର୍ଣ୍ଣି ଏବଂ କସ୍‌ବା ସେକ୍ଟରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିବା ଜଣାପଡିଛି । ଦିନ ପ୍ରାୟ 1.40 ମିନିଟ୍‌ରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ୩୭ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ଆଜି ମୋଟ ୨୯୮ଟି ନମୂନା ପରୀକ୍ଷା ହୋଇଥିଲା। ତହିଁରୁ ୨୯୬ ନେଗେଟିଭ ଥିବା ବେଳେ ୨ ଟି ପୋଜିଟିଭ ଚିହ୍ନିତ ହୋଇଛି। ଏ ଯାବତ ରାଜ୍ୟରେ ସର୍ବମୋଟ ୩୪୯୭ ନମୂନା ପରୀକ୍ଷା ହୋଇଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରର ଆରଏମଆରସି ରେ ଲାଗିଲା ନୂଆ କୋଭିଡ19 ପରୀକ୍ଷା ମେସିନ୍, ଦୈନିକ କ୍ଷମତା ହଜାରକୁ ବୃଦ୍ଧି

ଭୁବନେଶ୍ବର, ଭୁବନେଶ୍ବରରେ ଥିବା ପ୍ରମୁଖ କୋଭିଡ ପରୀକ୍ଷା କେନ୍ଦ୍ର ଆରଏମଆରସି ର କ୍ଷମତା ବୃଦ୍ଧି କରାଯାଇଛି। ସେଥିପାଇଁ ମୁମ୍ବାଇରୁ ଏକ ଅତ୍ୟାଧୁନିକ ପରୀକ୍ଷା ମେସିନ ସ୍ବତନ୍ତ୍ର ବିମାନରେ ଅଣାଯାଇ ସ୍ଥାପନ କରାଯାଇଛି। ଫଳରେ ଏଣିକି ଏହି କେନ୍ଦ୍ରରେ ଦୈନିକ ଏକ ହଜାର କୋଭିଡ19 ନମୂନା ପରୀକ୍ଷା କରାଯାଇ ପାରିବ। ପୂର୍ବରୁ ଏହି କେନ୍ଦ୍ରରେ ଦୈନିକ ମାତ୍ର 3 ଶହ ପରୀକ୍ଷା କରିବାର କ୍ଷମତା ଥିଲା। ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହି କ୍ଷମତା ବର୍ତ୍ତମାନ ବୃଦ୍ଧି କରାଯାଇ ପାରିଛି।

ବର୍ତ୍ତମାନ ଲକଡାଉନ ସମୟରେ ବାହାର ରାଜ୍ୟରୁ ଏପରି ବଡ ମେସିନ ଆଣିବା ଏବଂ ତାହାକୁ ସ୍ଥାପନ କରିବା ଭାରି କଷ୍ଟ ଦାୟକ ଥିଲା। ବହୁ କଷ୍ଟରେ ଏହି ମେସିନ ବିମାନରେ ଆସିବା ପରେ ତାହା ସ୍ଥାପନ କରିବା ପାଇଁ ମଧ୍ୟ ସମସ୍ୟା ଦେଖା ଦେଇଥିଲା। କାରଣ ଏହି ମେସିନ ଯେଉଁ ସ୍ଥାନରେ ବସିବ ତାହା ସଂପୂର୍ଣ୍ଣ ଜୀବାଣୁ ନିରୋଧ ନିବୁଜ ଚ୍ୟାମ୍ବରର ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପରିସ୍ଥିତି ଏହି କାମ କରିବା ସିଭିଲ ଇଂଜିନିୟରଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ମିଳିବା ସହଜ ନ ଥିଲା। ହେଲେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ତାହା ସହଜରେ ନିର୍ମାଣ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆଜି ଗୁଡ ଫ୍ରାଇ ଡେ ଥିଲେ ମଧ୍ୟ ଦେଶରେ ଲକଡାଉନ ପାଇଁ ସବୁ ଚର୍ଚ୍ଚ ଶୂନଶାନ୍, ସାମୂହିକ ପ୍ରାର୍ଥନା ବନ୍ଦ

ନୂଆଦିଲ୍ଲୀ: ଆଜି ହେଉଛି ଗୁଡ ଫ୍ରାଇ ଡେ। ଏହି ଦିନ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିବସ। ହେଲେ ସାରା ଦେଶରେ ଲକଡାଉନ ପାଇଁ ଏହି ପବିତ୍ର ଦିବସ ଯେପରି ପାଳନ କରାଯିବା କଥା ତାହା ହୋଇପାରି ନାହିଁ। ବିଭିନ୍ନ ଚର୍ଚ୍ଚରେ ଲୋକମାନେ ନ ଆସିବା ପାଇଁ ସେହି ଧର୍ମ ଅନୁଷ୍ଠାନ ତରଫରୁ ମନା କରାଯାଇଛି। ଏହି ସମୟରେ ସମସ୍ତେ ଏକତ୍ର ହୋଇ ପ୍ରାର୍ଥନା କରୁଥିବାରୁ ତାହାକୁ ବାରଣ କରାଯାଇଛି।

ନୂଆଦିଲ୍ଲୀରେ ଥିବା କେତେକ ଚର୍ଚ୍ଚର କର୍ତ୍ତୁପକ୍ଷ ପୂର୍ବରୁ ଲୋକଙ୍କୁ ଆସିବା ପାଇଁ ମନା କରିଦେଇଛନ୍ତି। ତଥାପି କେତେକ ଚର୍ଚ୍ଚର ମୁଖ୍ୟ ଦ୍ବାରରେ ସାଇନ ବୋର୍ଡ ଲଗାଯାଇ ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ କରାଯାଇଛି। ଅନେକ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ଲଗାଇ ଦିଆଯାଇଥିବାର ମଧ୍ୟ ପରିଲକ୍ଷିତ ହୋଇଛି।

ତେବେ ଲୋକମାନେ ଚର୍ଚ୍ଚକୁ ନ ଆସି ମଧ୍ୟ ଟେଲିଭିଜନରେ ଲାଇଭ ଟେଲିକାଷ୍ଟ ଦେଖି ଘରେ ପ୍ରାର୍ଥନା କରିଥିବାର ମଧ୍ୟ ଦେଖାଯାଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ ଦେଶରେ 500ରୁ ଅଧିକ ନୂତନ ମାମଲା, 17 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଥିବାବେଳେ 166ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କେନ୍ଦ୍ର ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ । ଗତ 24 ଘଣ୍ଟା ଭିତରେ 540ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 17ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସର୍ବମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି 473 । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛି । ଏଠାରେ 1000ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବାବେଳେ 72 ଜଣ ମୃତ୍ୟୁ ବରଣ କରିଥିବାବେଳେ 117ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦିଲ୍ଲୀରେ 669 ଜଣ ଆକ୍ରାନ୍ତ ହୋଇଥିବାବେଳେ  ତେଲେଙ୍ଗାନାରେ 427ଟି ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ 361ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ମୃତ୍ୟୁ ବରଣ କରିଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବେକାବୁ କରୋନା : ମୃତ୍ୟୁ ସଂଖ୍ୟା 88 ହଜାର ଟପିଲା

ନୂଆଦିଲ୍ଲୀ : କରୋନା ଯୋଗୁଁ ବିଶ୍ବ ବେକାବୁ ହୋଇପଡିଛି । ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ ଭାଇରସ୍‌ ବିଶ୍ବର ସମସ୍ତ ରାଷ୍ଟ୍ରରେ ନିଜର କାୟା ବିସ୍ତାର କରି ସାରିଛି । ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏହା କବଳରୁ ମୁକ୍ତ ହୋଇପାରୁନାହିଁ। ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଚବିଶ ଘଣ୍ଟାରେ ଆମେରିକାରେ 1,895ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 35ହଜାର 1286ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14 ହଜାର 795ରେ ପହଞ୍ଚିଛି । ସେହିପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ଆଦି ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ଇଟାଲୀରେ 1,39,443 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 17,669ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ 1,48,220 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 14 ହଜାର 792ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ଲକ୍ଷେରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଦଶହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି । ଚୀନ୍‌ରେ ଏହି ରୋଗରେ 81,865ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 3,335ଜଣ ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :