ବେକାବୁ କରୋନା : ମୃତ୍ୟୁ ସଂଖ୍ୟା 88 ହଜାର ଟପିଲା

Published: Apr 9, 2020, 9:06 am IST

ନୂଆଦିଲ୍ଲୀ : କରୋନା ଯୋଗୁଁ ବିଶ୍ବ ବେକାବୁ ହୋଇପଡିଛି । ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ ଭାଇରସ୍‌ ବିଶ୍ବର ସମସ୍ତ ରାଷ୍ଟ୍ରରେ ନିଜର କାୟା ବିସ୍ତାର କରି ସାରିଛି । ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏହା କବଳରୁ ମୁକ୍ତ ହୋଇପାରୁନାହିଁ। ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଚବିଶ ଘଣ୍ଟାରେ ଆମେରିକାରେ 1,895ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 35ହଜାର 1286ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14 ହଜାର 795ରେ ପହଞ୍ଚିଛି । ସେହିପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ଆଦି ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ଇଟାଲୀରେ 1,39,443 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 17,669ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ 1,48,220 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 14 ହଜାର 792ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ଲକ୍ଷେରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଦଶହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି । ଚୀନ୍‌ରେ ଏହି ରୋଗରେ 81,865ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 3,335ଜଣ ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :

 

Related posts