51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କଲା ସ୍ବାସ୍ଥ୍ୟ ବିଭାଗ

Published: Apr 12, 2020, 5:56 pm IST

ଭୁବନେଶ୍ବର : ଗତକାଲି ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ 51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ଆକ୍ରାନ୍ତ ଜଣଙ୍କର ନିଜାମୁଦ୍ଦିନ ଗସ୍ତର ଇତିହାସ ରହିଥିବା ଜଣାପଡିଛି । ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ । ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ । ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ । ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ । ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା ।

Related posts