Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ୧୧ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନୂତନ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ଜୀବିକା ମିଶନ କର୍ମୀ ରହିଛନ୍ତି। ଏହି ୧୦ ଜଣ ପ୍ରବାସୀ ଦୁଇଟି ପୃଥକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବସ୍ଥାନ କରୁଥିଲେ। ଭବାନୀପାଟଣାର ଶଗଡା ସଙ୍ଗରୋଧ କେନ୍ଦ୍ରରେ ୪ ଜଣ ଏବଂ ଲାଞ୍ଜିଗଡ ବ୍ଲକ୍‌ ଅନ୍ତର୍ଗତ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୬ ଜଣ ପ୍ରବାସୀ ଅବସ୍ଥାନ କରୁଥିଲେ। ଆକ୍ରାନ୍ତ ୧୦ ପ୍ରବାସୀଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଛତିଶଗଡ ଓ ଗୁଜରାଟରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି। ପ୍ରବାସୀଙ୍କ ବ୍ୟତିତ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଜୀବିକା ମିଶନ କର୍ମୀ। ସମସ୍ତ ଆକ୍ରାନ୍ତ ୧୪ ତାରିଖ ଦିନ କଳାହାଣ୍ଡିକୁ ଫେରିଥିବା ନେଇ ଜିଲ୍ଳାପା ପରାଗ ହର୍ଷଦ ଗଭାଲି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୫୭୩୬ ଜଣ ପ୍ରବାସୀ ଫେରିଥିବା ବେଳେ ଆଗାମୀ ଦିନରେ ଆହୁରି ପ୍ରବାସୀ ଫେରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

110 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର110ଙ୍କ ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । କୋରାପୁଟରୁ ଚିହ୍ନଟ ହୋଇଥିବା 22 ବର୍ଷୀୟ ସ୍ବାସ୍ଥ୍ୟକର୍ମୀ ଜଣକ 14 ତାରିଖରେ କୋଲକାତାରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର କଲିକତା ଯାତ୍ରା କରିଥିବା କାରଣରୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ କରାଯାଇ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା । ସୋମବାର ଉକ୍ତ ଯୁବକଙ୍କ ନମୂନା ପଜିଟିଭ୍‌ ଆସିଥିଲା । ଏହା ସହିତ ବାଲେଶ୍ବରର 109 ନମ୍ବର ଆକ୍ରାନ୍ତଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

103 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି

ଭୁବନେଶ୍ବର : 103 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟସରକାର। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର 60 ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ମାର୍ଚ୍ଚ 22ରୁ ଏପ୍ରିଲ୍‌ 23 ଯାଏଁ ଲକ୍‌ ଡାଉନ୍‌ରେ ଘରେ ରହିଥିବାବେଳେ ଥଣ୍ଡା ହେବାରୁ ଏପ୍ରିଲ୍‌ 21ରୁ 23 ତାରିଖ ଯାଏଁ ଚିକିତ୍ସାଧୀନ ଥିଲେ । ରାଉରେକଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ତାଙ୍କ ସାମ୍ପଲ୍‌ ସଂଗ୍ରହ ହୋଇଥିଲେ । 25ରେ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

4 ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । ପୂର୍ବରୁ ଯାଜପୁରର ସଙ୍କ୍ରମିତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ଅନ୍ୟ 4 ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଝାରପଡାର ଆକ୍ରାନ୍ତ ବା ଆକ୍ରାନ୍ତ ନମ୍ବର 60 ଜଣକ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ବୁଲିଛନ୍ତି । ପଳାଶୁଣି ଓ ରସୁଲଗଡ ହାଟ ବୁଲିଥିବା ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି । ସେହିପରି ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ନିଜର ନୀଳାଦ୍ରିନଗର ସ୍ଥିତ ଘରେ ରହିଥିବା ଜଣା ପଡିଛି । ଏହା ମଧ୍ୟରେ ସଉଦା ପାଇଁ ହାଟ ବଜାର ବୁଲିଥିବା ଜଣାପଡିଛି । ସାମ୍ପଲ ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ବମିଖାଲର ତିନି ଆକ୍ରାନ୍ତ 57, 58 ଏବଂ 59 ରିଲାଏନ୍ସ ଫ୍ରେଶ୍‌ ଯାଇଥିଲେ । ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟରେ ଅବସ୍ଥାନ କରିଥିଲେ । ଗଣେଷ ମଣ୍ଡପ ପରିବା ଦୋକାନ ଏବଂ ଓଭରବ୍ରିଜ୍‌ ନିକଟସ୍ଥ ରିଲାଏନ୍ସ ଫ୍ରେଶ୍‌ ଯାଇଥିବା ଜଣାପଡିଛି । ଏହି ତିନି ଆକ୍ରାନ୍ତ ଆକ୍ରାନ୍ତ ନମ୍ବର 7,8,22 ଏବଂ 39ଙ୍କ ସଂସ୍ପର୍ଶରେ ଆସିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ଗତକାଲି ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ 51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ଆକ୍ରାନ୍ତ ଜଣଙ୍କର ନିଜାମୁଦ୍ଦିନ ଗସ୍ତର ଇତିହାସ ରହିଥିବା ଜଣାପଡିଛି । ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ । ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ । ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ । ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ । ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଞ୍ଚମ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ତଥ୍ୟ ଦେଲା ବିଏମ୍‌ସି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ତାଙ୍କର ଯାତ୍ରା ଇତିହାସର ତଥ୍ୟ ପ୍ରକାଶ ପାଇଛି । ସଙ୍କ୍ରମିତ ବ୍ୟକ୍ତି ଜଣକ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟ ନଗର ମହାଶକ୍ତି କ୍ଲିନିକ୍‌କୁ ଯାଇଥିଲେ । ମାର୍ଚ୍ଚ ୧୨ ତାରିଖରେ ପୁନର୍ବାର ସମାନ କ୍ଲିନିକ୍‌କୁ ଯାଇଥିଲେ । ମାର୍ଚ୍ଚ ୨୭ ଅପରାହ୍ନରେ ସମ୍ ହସ୍ପିଟାଲ୍‌ର ଓପିଡି ଯାଇଥିଲେ । ଏହାପରେ ମାର୍ଚ୍ଚ ୨୮ ତାରିଖରେ ଏମ୍ସର ଓପିଡିକୁ ଯାଇ ନିଜ ଘରକୁ ଫେରିିଥିଲେ । ମାର୍ଚ୍ଚ ୩୧ ତାରିଖରେ ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୩୧ରେ ସ୍ୱାବ୍ ସାମ୍ପଲ ସଂଗୃହୀତ ହେବା ପରେ ୧ ତାରିଖରେ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯିବା ସହିତ ସମୁଦାୟ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।