ପଞ୍ଚମ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ତଥ୍ୟ ଦେଲା ବିଏମ୍‌ସି

Published: Apr 2, 2020, 10:34 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ତାଙ୍କର ଯାତ୍ରା ଇତିହାସର ତଥ୍ୟ ପ୍ରକାଶ ପାଇଛି । ସଙ୍କ୍ରମିତ ବ୍ୟକ୍ତି ଜଣକ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟ ନଗର ମହାଶକ୍ତି କ୍ଲିନିକ୍‌କୁ ଯାଇଥିଲେ । ମାର୍ଚ୍ଚ ୧୨ ତାରିଖରେ ପୁନର୍ବାର ସମାନ କ୍ଲିନିକ୍‌କୁ ଯାଇଥିଲେ । ମାର୍ଚ୍ଚ ୨୭ ଅପରାହ୍ନରେ ସମ୍ ହସ୍ପିଟାଲ୍‌ର ଓପିଡି ଯାଇଥିଲେ । ଏହାପରେ ମାର୍ଚ୍ଚ ୨୮ ତାରିଖରେ ଏମ୍ସର ଓପିଡିକୁ ଯାଇ ନିଜ ଘରକୁ ଫେରିିଥିଲେ । ମାର୍ଚ୍ଚ ୩୧ ତାରିଖରେ ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୩୧ରେ ସ୍ୱାବ୍ ସାମ୍ପଲ ସଂଗୃହୀତ ହେବା ପରେ ୧ ତାରିଖରେ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯିବା ସହିତ ସମୁଦାୟ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

Related posts