Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ
ଆଜିର ଖବର

ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ

April 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Coronavirus.

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲିର ଚାରି ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇଛି। 50 ନମ୍ବର ଆକ୍ରାନ୍ତ ଜଣକ 41 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ। ଏହି 23 ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ 20ରୁ ଏପ୍ରିଲ୍‌ 10 ମଧ୍ୟରେ ୟୁନିଟ୍‌-3ରୁ ଷ୍ଟେସନ୍‌ ସ୍କ୍ବେୟାର ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସତ୍ୟନଗର ଏବଂ ଜନପଥ ମଧ୍ୟ ଯାତ୍ରା କରିଥିଲେ ଯୁବକ। ଏହା ପୂର୍ବରୁ ମାର୍ଚ୍ଚ18-20 ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ। ୟୁନିଟ୍‌ -4 ସ୍ଥିତ ମଧୁସୂଦନ ନଗରରେ ଯୁବକ ଜଣକ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 10 ତାରିଖରେ ନମୁନା ପରୀକ୍ଷଣ ପାଇ ପଠାଯାଇଥିଲା। ଏହାପରେ ଯୁବକଙ୍କୁ କିମ୍‌ସ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

51 ନମ୍ବର ଆକ୍ରାନ୍ତ ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ। ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ। ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ। ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ। ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା।

52 ନମ୍ବର ଆକ୍ରାନ୍ତ ଜଣକ ବିଶ୍ରାର 18 ବର୍ଷୀୟ ବାଳକ ଜଣକ 51 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। 53 ନମ୍ବର ଆକ୍ରାନ୍ତ ଜଣଙ୍କ ଝାରପଡାର 46 ବର୍ଷୀୟ ବ୍ୟକ୍ତି। 42 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ରହିଥିବା ଏହି ବ୍ୟକ୍ତି ତାଙ୍କଠାରୁ ସଙ୍କ୍ରମିତ ହୋଇଥିବା ଜଣାପଡିଛି। 25 ମାର୍ଚ୍ଚ-3 ଏପ୍ରିଲ୍‌ ମଧ୍ୟରେ ବାଙ୍କୁଆଳ, କେଶୁରା ଏବଂ ଶହୀଦନଗର ଗସ୍ତ କରିଥିବା ବେଳେ 4-6 ଏପ୍ରିଲ୍‌ ମଧ୍ୟରେ ଏମ୍ସ ଗସ୍ତ କରିଥିଲେ। 7-10 ଏପ୍ରିଲ୍‌ ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 11 ଏପ୍ରିଲ୍‌ରେ କିମ୍ସ ସ୍ଥାନାନ୍ତର କରାଯାଇଥିଲା।

54 ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡା, ରାଜନଗରର 17 ବର୍ଷୀୟ ନାବାଳିକା। ମାର୍ଚ୍ଚ 29 ତାରିଖରେ ଏକ ଘରୋଇ ଆମ୍ବୁଲାନ୍ସରେ କଲିକତାରୁ ଓଡିଶା ଆସିଥିବା ଏହି ନାବାଳିକା ଜଣକ ଭଦ୍ରକର 43 କିମି ପୂର୍ବରୁ ଚା’ ପିଇଥିଲେ। 30 ମାର୍ଚ୍ଚରୁ ଏପ୍ରିଲ୍‌ 11 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 11 ତାରିଖରେ ସାମ୍ପଲ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ କଟକ ସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

corona covid19 TopNews
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026
Latest News

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.