ଅନ୍ଧବିଶ୍ବାସର କୁପରିଣତି: ଦୁଇ ବର୍ଷର ଝିଅକୁ ହତ୍ୟା କଲା ବାପା

Published: Apr 21, 2020, 1:06 pm IST

ମୀରଟ: ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ ବାପା। ମୀରଟରେ ରବିବାର ରାତି 10ଟା ସମୟରେ ଏହି ବର୍ବର କାଣ୍ଡ ଘଟିଥିଲା। ମୀରଟର ଖାଇଖେଡାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। 30 ବର୍ଷୀୟ ଓ୍ବାଜିଦ୍‌ ନିଜ ଦୁଇ ବର୍ଷର ଝିଅ ତରନ୍ନୁମକୁ ତଣ୍ଟି ଚିପି ହତ୍ୟା କରିଥିଲା। ପରିବାରର ଅନ୍ୟ ସମସ୍ତ ସଦସ୍ୟ ଶୋଇଥିବା ବେଳେ ଓ୍ବାଜିଦ୍‌ ଏହି କାଣ୍ଡ ଘଟାଇଥିଲା। ଓ୍ବାଜିଦ୍‌ର ପତ୍ନୀ ଏହି ଘଟଣା ନେଇ ପୋଲିସ୍‌ ନିକଟରେ ପେଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତାନ୍ତ୍ରିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପରେ ପୋଲିସ ଦ୍ବାରା ଗିରଫ ହୋଇଛି। 30 ବର୍ଷୀୟ ଓ୍ବାଜିଦ୍‌ ଇଟାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ତାର ଜଣେ ସହକର୍ମୀ ଇର୍ଫାନ୍‌(28) ତନ୍ତ୍ର ବିଦ୍ୟାର ଅଭ୍ୟାସ କରୁଥିଲେ। (ଏଜେନ୍ସି)

Related posts